ଭୁବନେଶ୍ୱର, ୨୨/୦୮: ପଦୋନ୍ନତି ହେଉ କି ବଦଳି ହୋଇଥିବା କୃଷି ଅଧିକାରୀ ଚଳିତ ମାସ ୩୧  ତାରିଖ ସୁଦ୍ଧା ଚାକିରିରେ ଯୋଗ ଦିଅନ୍ତୁ।  ଏହା ନହେଲେ ସମ୍ପୃକ୍ତ ଅଧିକାରୀଙ୍କର ସେପ୍ଟେମ୍ବର ମାସରେ ଦରମା ବନ୍ଦ କରି  ଦିଆଯିବ । କୃଷି ବିଭାଗ ପକ୍ଷରୁ ଏଭଳି  ନିର୍ଦ୍ଦେଶ ଦିଆଯାଇଛି । 

କୃଷି ବିଭାଗ  ପ୍ରମୁଖ ସଚିବ ଡ. ଅରବିନ୍ଦ କୁମାର  ପାଢୀ ଏକ ଆଦେଶନାମା ଜାରିକରି  ଉଲ୍ଲେଖ କରିଛନ୍ତି ଯେ, ଅଧିକାରୀମାନେ  ବିଳମ୍ୱ ନ କରି ସେମାନଙ୍କର ନିଯୁକ୍ତ  ସ୍ଥାନରେ ଯୋଗ ଦେବା ଉଚିତ ।  କୌଣସି ପରିସ୍ଥିତିରେ ସରକାରୀ  ନିର୍ଦ୍ଦେଶର କାର୍ଯ୍ୟକାରିତାକୁ ସ୍ଥଗିତ  ରଖାଯିବ ନାହିଁ । ନିଯୁକ୍ତି ଆଦେଶର  ପରିବର୍ତ୍ତନ ପାଇଁ ଅନୈତିକ ବାହ୍ୟ  ପ୍ରଭାବ ଆଣିବାର ପ୍ରୟାସ କଲେ  କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  ବୋଲି ପ୍ରମୁଖ ସଚିବ ଚେତାବନୀ  ଦେଇଛନ୍ତି । କୃଷି ନିର୍ଦ୍ଦେଶାଳୟ, କ୍ଷେତ୍ର  ପ୍ରତିଷ୍ଠାନର ମୁଖ୍ୟଙ୍କ ସମେତ ସମସ୍ତ  ଅଧିକାରୀମାନଙ୍କୁ ଆଦେଶ ପାଳନ  ଉପରେ ନଜର ରଖିବାକୁ ଏବଂ  କୌଣସି ଅଧିକାରୀ କାର୍ଯ୍ୟସ୍ଥଳରେ  ଯୋଗ ଦେଉନଥିଲେ ଏହା ବିଭାଗକୁ  ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।