ଭୁବନେଶ୍ବର, ୧୯।୨ : କିଟ କ୍ୟାମ୍ପସ ଛାଡି ଚାଲିଯାଇଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଓ କ୍ୟାମ୍ପସରେ ଥିବା ଛାତ୍ରଛାତ୍ରୀଙ୍କ ସହାୟତା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇଛି।  ଏଥିସହ  ନେପାଳୀ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ ନଂ ଜାରି କରାଯାଇଛି। ୦୬୭୪-୨୩୯୬୫୫୦ , ୦୬୭୪-୨୩୨୩୪୦୧, ୦୬୭୪-୨୩୨୩୪୦୨,  ୦୬୭୪-୨୩୨୩୪୦୩  ହେଲ୍ପଲାଇନ ନଂ ରେ ଛାତ୍ରଛାତ୍ରୀ ଯୋଗାଯୋଗ କରିପାରିବେ। ସେହିପରି ହ୍ବାଟ୍ସଆପ ନଂ-୯୧୨୪୬୨୦୬୦୫ରେ  ଛାତ୍ରଛାତ୍ରୀ  ସହାୟତା ନେଇ ପାରିବେ ବୋଲି  ଉଚ୍ଚଶିକ୍ଷା ବିଭାଗ ସୂଚନା ଦିଆଯାଇଛି। 

 କିଟ୍  ବିଶ୍ବବିଦ୍ୟାଳୟରେ ପଢୁଥିବା ନେପାଳର  ଛାତ୍ରଛାତ୍ରୀଙ୍କ ସହ ଘଟିଥିବା ଘଟଣାର ପୁଙ୍ଖାନପୁଙ୍ଗ ତଦନ୍ତ ପାଇଁ  ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଉକ୍ତ କମିଟି ବୁଧବାର କ୍ୟାମ୍ପସ ପରିଦର୍ଶନ କରିଥିଲା।  ହଷ୍ଟେଲରେ ଥିବା ନେପାଳର ଛାତ୍ରଛାତ୍ରୀ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ବିସ୍ତୁତ ଆଲୋଚନା କରିଥିଲେ ।

ନେପାଳର ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ଓ କ୍ୟାମ୍ପସରେ ଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କର୍ତ୍ତୃପକ୍ଷଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପ ବିଷୟରେ   କମିଟି ତଦାରଖ କରୁଛି। କ୍ୟାମ୍ପସ ଛାଡିଥିବା ଛାତ୍ରଛାତ୍ରୀ ସୁରକ୍ଷିତ ଫେରି ଆସିବା ଏବଂ କ୍ୟାମ୍ପସରେ ରହୁଥିବା ଛାତ୍ରଛାତ୍ରୀ ଶାନ୍ତିପୂର୍ଣ୍ଣ ଭାବେ ରହିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପ୍ରୟାସ କରୁଅଛି  ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି।