ପ୍ରମୁଖ ଖବର
  • ଏସିଆନ୍ କ୍ରିକେଟ୍: ସ୍ବର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା ଦଳ, ୧୯ ହାରିଲା ଶ୍ରୀଲଙ୍କା
  • ||
  • ନୂଆଦିଲ୍ଲୀ: ବଢ଼ିବ ବାୟୁସେନାର ଶକ୍ତି, ଆଜି ସାମିଲ ହେବ ସି-୨୯୫ ଯୁଦ୍ଧ ବିମାନ
  • ||
  • ଭୁବନେଶ୍ୱର: ମୌସୁମୀ ଅଧିବେଶନର ଦ୍ବିିତୀୟ ଦିନ, ଗୃହ ଆରମ୍ଭରୁ ହଟ୍ଟଗୋଳ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ଭୁବନେଶ୍ୱର: ରଙ୍ଗ୍‌ ରୁଟ୍‌ ଡ୍ରାଇଭ୍ କରୁଥିଲେ, ୧୦୨ ଗାଡ଼ି ଜବତ କଲା ପୋଲିସ: କୋର୍ଟରୁ ରିଜିଲ ଅର୍ଡର ଆଣିଲେ ମିଳିବ ଗାଡ଼ି
  • ||
  • କଲମ୍ବୋ: ଶ୍ରୀଲଙ୍କା ପାଇଁ ଆହତ ଟେନ୍‌ସନ୍, ଦିନିକିଆ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବେ ହସରଙ୍ଗା, ଚାମୀର
  • ||
  • ନୂଆପଡ଼ା: ସ୍କ୍ରବ୍‌ ଟାଇଫସ ସଂକ୍ରମଣରେ ମହିଳା ମୃତ ଅଭିଯୋଗ, ଡିଜିଟାଲ ସର୍ଭେ ବେଳେ କାମୁଡ଼ିଥିଲା ପୋକ
  • ||
  • ଭୁବନେଶ୍ୱର: ଆଜିଠୁ ଘରେ ଘରେ ପହଞ୍ଚିବ କଂଗ୍ରେସ, ବା
  • ||
  • ନୂଆଦିଲ୍ଲୀ: ଭାରତ-କାନାଡା ସମ୍ପର୍କରେ ଫାଟ ପଛରେ ଆମେରିକା ମୁଖ୍ୟ କାର୍ପଟଦାର ! କାନାଡାକୁ ଦେଇଥିଲା ଗୁଇନ୍ଦା ତଥ୍ୟ..
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ, ୧୦ ମିଟର ଏୟାର ରାଇଫଲ୍ସ ଟିମ୍ ଜିତିଲେ ସୁନା ପଦକ
  • ||
  • ଭୁବନେଶ୍ୱର: ଆସିଲାଣି ମୌସୁମୀ ଫେରିବା ସମୟ: ଏବେ ବି ୩ ଜିଲ୍ଲାରେ ମାତ୍ରାଧିକ, ଆଉ ୩ ରେ ନିଅଣ୍ଟିଆ ବର୍ଷା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଶେଷ, ବଡ଼ଦାଣ୍ଡରେ କଂସକୁ ବଧ କଲେ ଶ୍ରୀକୃଷ୍ଣ
  • ||

ଓଡ଼ିଶାର ଇତିହାସ ଓ ଦେଶ ସ୍ୱତନ୍ତ୍ରତା ସଂଗ୍ରାମରେ ଦେବଗଡ଼ର ବିଶେଷ ସ୍ଥାନ ଅଛି : ଧର୍ମେନ୍ଦ୍ର ପ୍ରଧାନ

ବଡ଼ବଗିଚା/ଦେବଗଡ଼,୧୦।୬ ମୋଦି ସରକାରଙ୍କ ୯ ବର୍ଷ ଶାସନରେ ଦେବଗଡ଼ ଜିଲ୍ଲାକୁ ଚାଉଳ, ଘର, ଶୌଚାଳୟ, ଉଜ୍ଜ୍ୱଳା ଗ୍ୟାସ, ମୁଦ୍ରା ଋଣ, ବାର୍ଦ୍ଧକ୍ୟ ଭତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ଏବଂ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ୭୩ ହଜାର ୭୧୭ଟି ପରିବାରକୁ ସର୍ବମୋଟ ୨, ୧୮୪ କୋଟି ଟଙ୍କା ମିଳିଛି । ଅର୍ଥାତ୍ ଗରିବ କଲ୍ୟାଣ ଯୋଜନାରେ ଦେବଗଡ ଜିଲ୍ଲାର ପରିବାର ପିଛା ପାଖାପାଖି ୩ ଲକ୍ଷ ଟଙ୍କା ମୋଦି ସରକାର ଦେଇଛନ୍ତି ବୋଲି ଶନିବାର ଜିଲ୍ଲାର ବଡବଗିଚା ପଡିଆରେ ଅନୁଷ୍ଠିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣର ୯ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ ୯ ବର୍ଷରେ ଓଡ଼ିଶାକୁ ପୂର୍ବୋଦୟ ଯୋଜନା ମାଧ୍ୟମରେ ଗରିବ କଲ୍ୟାଣର ପ୍ରୟୋଗଶାଳା ଭାବେ ଦାୟିତ୍ୱ ନେଇଛନ୍ତି । ମୋଦି ସରକାରରେ ଦେବଗଡ ଜିଲ୍ଲା ବେଶ୍ ଲାଭାନ୍ୱିତ ହୋଇଛି । ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୨୧୮୩ ଟଙ୍କାକୁ ବୃଦ୍ଧି କରାଯାଇଛି । ୨୦୧୪-୧୫ରେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୧୩୬୦ ଟଙ୍କା ଥିବା ବେଳେ ମୋଦି ସରକାରରେ ଦୁଇ ଗୁଣା ଏମଏସପି ବୃଦ୍ଧି ପାଇଛି।

ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦେବଗଡ଼ର ୨.୬୩ ଲକ୍ଷ ହିତାଧିକାରୀଙ୍କୁ ୫୬୮ କୋଟି ଟଙ୍କା ମୂଲ୍ୟର ଚାଉଳ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳ ଓ ସହର ପାଇଁ ମୋଟ ୨୨୩ କୋଟି ଟଙ୍କାର ପ୍ରାୟ ୧୭ ହଜାର ଘର ପ୍ରଦାନ କରାଯାଇଛି । ସେହିପରି ସ୍ୱଚ୍ଛ ଭାରତ ଯୋଜନାରେ ୯୧ କୋଟି ଟଙ୍କା ବ୍ୟୟରେ ୩୫ ହଜାର ୧୬୫ଟି ଶୌଚାଳୟ, ଉଜ୍ଜଳା ଯୋଜନାରେ ୨୦ ହଜାର ୫୨୯ ଜଣ ହିତାଧିକାରୀଙ୍କୁ ୩.୨୮ କୋଟି ଟଙ୍କା ମୂଲ୍ୟର ରନ୍ଧନ ଗ୍ୟାସ ଦିଆଯାଇଛି । ମନରେଗା ଯୋଜନାରେ ୧.୨୮ କୋଟି ଦିବସ ସୃଷ୍ଟି ସହ କାମ ୩୫୪.୮୮ କୋଟି ଟଙ୍କା ଦିଆଯାଇଛି । ମୁଦ୍ରା ଋଣରେ ୧ ଲକ୍ଷ ୩୯ ହଜାର ୮୬୯ ଜଣଙ୍କୁ ଋଣ ବାବଦକୁ ୫୫୪ କୋଟି ଟଙ୍କା ଦିଆଯାଇଛି । ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆରେ ଜନଜାତି ସମାଜର ଯୁବକଙ୍କୁ ଉଦ୍ୟମୀ କରିବା ପାଇଁ ୨.୫୬ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି ।

{"id":585477,"sizeSlug":"large","linkDestination":"none"}

ସେହିପରି ଉଠା ଦୋକାନୀଙ୍କୁ ସ୍ୱନିଧି ଯୋଜନାରେ ୨.୩୨ କୋଟି ଟଙ୍କାର ସହାୟତା ଦିଆଯାଇଛି । ଏନଆରଏଲଏମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୨୩୪ କୋଟି ଟଙ୍କାର ଋଣ ବ୍ୟବସ୍ଥା ହୋଇଛି । ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ବାବଦକୁ ୧୬,୭୦୦ ଜଣ ହିତାଧିକାରୀଙ୍କୁ ୧୪୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ୪ ଲକ୍ଷ ୧୯ ହଜାର ଏଲଇଡି ବଲ୍ବ ବିତରଣ ବାବଦକୁ ୫.୨ କୋଟି ଟଙ୍କା ଦିଆଯାଇଛି । ଏଠାରେ ପିଲା ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ଖୁବ ଶୀଘ୍ର ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ପାଇଁ କାର୍ଯ୍ୟ ଜାରି ରହିଛି । ଏଠାରେ ପିଲା ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ଖୁବ ଶୀଘ୍ର ୪୦ କୋଟି ଟଙ୍କା ବ୍ୟୟରେ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ପାଇଁ କାର୍ଯ୍ୟ ଜାରି ରହିଛି। ପଞ୍ଚଦଶ ଅର୍ଥ କମିଶନରେ ଓଡ଼ିଶାକୁ ୨.୨୨ ଲକ୍ଷ କୋଟି ଅନୁଦାନ ମିଳିଛି । ଚତୁର୍ଦ୍ଦଶ କମିଶନରେ ଓଡ଼ିଶାକୁ ୧.୮୪ ଲକ୍ଷ କୋଟି ଏବଂ ତ୍ରୟୋଦ୍ଦଶ ଅର୍ଥ କମିଶନରେ ୬୯ ହଜାର ୩୧୬ କୋଟି ମିଳିଥିଲା। ଖଣି ନୀତିରେ ସଂସ୍କାର କାରଣରୁ ଓଡ଼ିଶା ୨୦୨୨-୨୩ରେ ପ୍ରାୟ ୫୦ ହଜାର କୋଟି ଟଙ୍କା ପାଇଛି । ପୂର୍ବ ସରକାରରେ ଓଡ଼ିଶା ମାତ୍ର ୫ ହଜାର ରାଜସ୍ୱ ପାଉଥିଲା । ସେହିପରି ଓଡ଼ିଶାକୁ ୨୦୨୨-୨୩ରେ ୪୯ ହଜାର ୪୪୨ କୋଟି ଟଙ୍କା ମିଳିଛି । ଓଡ଼ିଶାରେ ୨୦୨୩ ଜାନୁଆରୀ ସୁଦ୍ଧା ୨୧ ହଜାର ୩୭୪ କୋଟି ଡିଏମଏଫ ଟଙ୍କା ଆଦାୟ ହୋଇଛି ।

ପ୍ରଧାନମନ୍ତ୍ରୀ ଦେଶରେ ଲୋକକଲ୍ୟାଣର ନୂଆ ପରିଭାଷା ତିଆରି କରିଛନ୍ତି । ଶାସନ ବ୍ୟବସ୍ଥାକୁ ସେବାର ନୂଆ ଆୟାମ ଭାବେ ଗ୍ରହଣ କରିଛନ୍ତି । ପିଏମ ଆବାସ ଯୋଜନା ଗ୍ରାମୀଣ ଓ ସହରାଞ୍ଚଳ ପାଇଁ ପ୍ରାୟ ୯ ଲକ୍ଷ ଘର ମୋଦି ସରକାର ଦେବା ପରେ ବି ରାଜ୍ୟ ସରକାର ବାଣ୍ଟିବା ପାଇଁ ପ୍ରସ୍ତୁତ ନୁହଁନ୍ତି । ଜଳଜୀବନ ମିଶନରେ ବଡ ବଡ ଠିକାଦାରଙ୍କୁ ଦେଇ ପିସି କାରବାର ହେଉଛି, ମାତ୍ର ଗରିବ ଲୋକଙ୍କ କାମ ହେଉନାହିଁ।

ଜାତୀୟ ରାଜପଥ, ରେଳ ଭିତ୍ତିଭୂମି ବିକାଶର ଚଉମୁଖୀ ବ୍ୟବସ୍ଥା ହୋଇଛି । ରାଜ୍ୟ ସରକାର ଜମି ଉପଲବ୍ଧ କରାଇଲେ ଭାରତ ସରକାର ତ୍ୱରିତ ଟଙ୍କା ଖର୍ଚ୍ଚ କରି ବାରକୋଟ୍ ଦେଇ ରାଉରକେଲାକୁ ରେଳ ଲାଇନ ଯିବ । ଦେବଗଡ଼ର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ମୋଦି ସରକାର । ବିକାଶ ଓ ପ୍ରଗତି ଲୋକକଲ୍ୟାଣ କେବଳ ମୋଦି ସରକାର କରିପାରିବେ । ଗରିବ କଲ୍ୟାଣର ମୂଳ ଉଦ୍ଦେଶ୍ୟ ମୋଦିଙ୍କ ବିଚାରଧାରାକୁ ଦେଶ ଓ ରାଜ୍ୟ ସ୍ତରରେ ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ଓଡ଼ିଶାର ଇତିହାସ ଓ ଦେଶ ସ୍ୱତନ୍ତ୍ରତା ସଂଗ୍ରାମରେ ଦେବଗଡ଼ର ବିଶେଷ ସ୍ଥାନ ଅଛି । ଦେବଗଡର ସ୍ୱାଧୀନତା ସଂଗ୍ରାମୀ ବୈଷ୍ଣବ ଚରଣ ନାୟକ, ବଳଭଦ୍ର ପ୍ରଧାନ, ଭଗବାନ ପ୍ରଧାନ, ଦଶରଥ ନାୟକ, ଗଦାଧର ପ୍ରଧାନ, ଗୋପାଳ ଚନ୍ଦ୍ର ପାଣିଗ୍ରାହୀ, ରାଜୀବ ଲୋଚନ ପଟେଲଙ୍କ ପରି ଅନେକ ଅନେକ ମହାପୁରୁଷଙ୍କ ଅବଦାନ ଫଳରେ ଦେଶକୁ ସ୍ୱାଧୀନତା ମିଳିଛି । ଭାଷାଭିତ୍ତିରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବାରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ଅବଦାନ ଚିର ସ୍ମରଣୀୟ । ଓଡ଼ିଆ ସାହିତ୍ୟରେ ତାଙ୍କର ପ୍ରତ୍ୟକ୍ଷ ଦିଗଦର୍ଶନ କାରଣରୁ ଓଡ଼ିଶାର ମର୍ଯ୍ୟାଦା ବୃଦ୍ଧି ପାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀଙ୍କୁ ଦେବଗଡ଼ ଜିଲ୍ଲାର ବଡ଼ବଗିଚା ସମେତ ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଆହୁରି ପଢନ୍ତୁ : ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସ୍ଥାପତ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଏଆର ଏବଂ ଭିଆର ପାଖରେ ରହିଛି ଅପାର ସାମର୍ଥ୍ୟ : ଧର୍ମେନ୍ଦ୍ର ପ୍ରଧାନ

Copyright © 2022 - Summa Real Media Private Limited. All Rights Reserved.