ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସର ଯୁବ ତାରକା ବୈଭବ ସୂର୍ଯବଂଶୀଙ୍କ ବ୍ୟାଟିଂକୁ ସାରା ବିଶ୍ବରେ ପ୍ରଶଂସା କରାଯାଉଛି । ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ସମସ୍ତଙ୍କ ପସନ୍ଦ ପାଲଟିଛି । ଏଭଳି ଯୁବ ପ୍ରତିଭା ଚଳିତ ଆଇପିଏଲରେ ସର୍ବାଧିକ ଛକା ମାରି ରେକର୍ଡ କରିଛନ୍ତି । ସେ ୫୩ଟି ଛକା ମାରିବା ସହ ଶତକୀୟ ପାଳି ଖେଳି ଚଳିତ ସିଜିନରେ ନିଜର ଦବଦବା ପ୍ରଦର୍ଶନ କରିସାରିଛନ୍ତି । ତେବେ ତାଙ୍କ ବ୍ୟାଟିଂ କରିବାର ଶୈଳୀକୁ ନେଇ ଆରସିବିର ଖେଳାଳି ପାଡ଼ିକଲ ଏକ ପ୍ରତିକ୍ରିୟା ଦେଇଛନ୍ତି ।

ସେ କହିଛନ୍ତି କି, ବୈଭବ ଜଣେ ଉଚ୍ଚକୋଟିର ଖେଳାଳି । ତାଙ୍କ ବ୍ୟାଟିଂ ଶୈଳୀକୁ ଅନୁକରଣ କରିବା ଭୁଲ୍ । ବୈଭବ ଯେଭଳି ପ୍ରଦର୍ଶନ କରୁଛନ୍ତି ତାହା ଅନନ୍ୟ । ଏହି ବୟସରେ ଏତେ ଶକ୍ତି ଏବଂ ବିସ୍ଫୋରକ ବ୍ୟାଟିଂ କରିବା ଏକ ସ୍ବତନ୍ତ୍ର । ସେ ଏଭଳି ଜଣେ ପ୍ରତିଭା ଯାହା ସମସ୍ତଙ୍କ ପାଖରେ ଦେଖାଯାଇନଥାଏ । ଏହାସହ ତାଙ୍କର ବ୍ୟାଟିଂ ଶୈଳୀକୁ ଆଉ କେହି ଅନୁକରଣ କରିବା ମୁର୍ଖତା ହେବ ।

ସେପଟେ ଆମେ ଯଦି ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ କହିବା ତାହେଲେ ସେ ଚଳିତ ସିଜିନରେ କମାଲ ବ୍ୟାଟିଂ କରିଛନ୍ତି । ସେ ୧୩ ମ୍ୟାଚରେ ୪୪.୫୩ ହାରରେ ୫୭୯ ରନ କରିଛନ୍ତି । ତାଙ୍କର ଷ୍ଟ୍ରାଇକ୍ ରେଟ୍ ରହିଛି ୨୩୬ । ସେ ୫୩ ଛକା ମାରିଥିବାବେଳେ ୫୦ ଚୌକା ମାରିଛନ୍ତି । ଏହାସହ ସେ ଚଳିତବର୍ଷ ଗୋଟିଏ ଶତକ ଏବଂ ତିନୋଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଏହାସହ ଅରେଞ୍ଜ କ୍ୟାପ ରେସରେ ମଧ୍ୟ ରହିଛନ୍ତି ସୂର୍ଯ୍ୟବଂଶୀ । ଗିଲ୍ ଏବଂ ସୁଦର୍ଶନ ୬୦୦ ଉପରେ ସ୍କୋର କରିଥିବାବେଳେ ସେ ତାଙ୍କ ପଛରେ ରହିଛନ୍ତି । ଶେଷ ମ୍ୟାଚରେ ବଡ଼ ପାଳି ଖେଳିରେ ଏହାକୁ ଅତିକ୍ରମ କରିବେ ବୋଲି ଆଶା କରାଯାଉଛି ।

ଏହାସହ ପଢ଼ନ୍ତୁ : IPL 2026: RCB ଆଗରେ ୨୫୬ ରନର ବିଶାଳ ଲକ୍ଷ୍ୟ ରଖିଲା ହାଇଦ୍ରାବାଦ