ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଫଡ୍‌ନବିସ୍‌ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ! ସିନ୍ଦେ ଓ ଅଜିତ ହୋଇପାରନ୍ତି ଉପମୁଖ୍ୟମନ୍ତ୍ରୀ, ଖୁବ୍‌ଶୀଘ୍ର ହେବ ଘୋଷଣା

Published By : Prameya | November 26, 2024 8:55 AM

ନୂଆଦିଲ୍ଲୀ,୨୬/୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତି ବିପୁଳ  ବିଜୟ ହାସଲ କରିବାର ଦୁଇଦିନ ପରେ ମଧ୍ୟ କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଅଡୁଆ ତୁଟୁନାହିଁ । ଅଡୁଆ  ତୁଟାଇବାକୁ ମହାୟୁତିର ୩ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ, ଶିବସେନା ନେତା ତଥା ମୁଖ୍ୟମନ୍ତ୍ରୀ  ଏକନାଥ ସିନ୍ଦେ ଓ ଏନ୍‌ସିପି ନେତା ଅଜିତ ପାୱାର ସୋମବାର  ସନ୍ଧ୍ୟାରେ ଦିଲ୍ଲୀ ଯାଇଛନ୍ତି । ସେଠାରେ ସେମାନେ ବରିଷ୍ଠ  ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟି  ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ଗଠନର ରୂପରେଖ ଚୂଡାନ୍ତ  କରିବେ । ଏହା ପରେ ବିଧିବଦ୍ଧ ଭାବେ ୩ ଦଳ ପକ୍ଷରୁ  ଘୋଷଣା କରାଯିବ ବୋଲି କୁହାଯାଉଛି । 

ସେପଟେ ଫଡନବିସ୍‌ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି  ବିଜେପି ଶୀର୍ଷ ନେତୃତ୍ୱ ସୂତ୍ରରୁ ଜଣାପଡିଛି । ମହାୟୁତିର  ଅନ୍ୟ ଦୁଇ ସହଯୋଗୀ ଏକନାଥ ସିନ୍ଦେ ଓ ଅଜିତ ପାୱାର  ଉପମୁଖ୍ୟମନ୍ତ୍ରୀ ହେବେ । ଅନ୍ୟପକ୍ଷରେ ଶିବସେନାର ଜଣେ  ବରିଷ୍ଠ ନେତା କହିଛନ୍ତି ଫଡନବିସଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା  ନେଇ ବିଜେପିର ନେତୃବର୍ଗ ସେମାନଙ୍କ ସହ କୌଣସି  ଆଲୋଚନା କରିନାହାନ୍ତି । ତାଙ୍କ ଦଳ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାମ  ସହ ଏକମତ ହୋଇନାହିଁ । ମିଳିଥିବା ସୂଚନା ଅନୁସାରେ  ସିନ୍ଦେଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ସହ ତାଙ୍କ ଦଳର ୧୨  ଜଣ ବିଧାୟକ ମନ୍ତ୍ରୀ ହେବେ । ସେମାନଙ୍କୁ ପ୍ରମୁଖ ବିଭାଗ ମଧ୍ୟ  ମିଳିବ । ଏନ୍‌ସିପି ଭାଗରେ ଉପମୁଖ୍ୟମନ୍ତ୍ରୀ ସହ ୧୦ ମନ୍ତ୍ରୀ  ପଦ ପଡିବ । ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ  ସର୍ବାଧିକ ୪୩ ଜଣ ମନ୍ତ୍ରୀ ରହିପାରିବେ । ବିଜେପି ହାତରେ ୨୧  ମନ୍ତ୍ରୀ ପଦ ରହିବ । ବିଜେପି ଗୃହ, ଅର୍ଥ, ରାଜସ୍ୱ ଓ ସହରାଞ୍ଚଳ  ଭଳି ପ୍ରମୁଖ ବିଭାଗ ରଖିବାକୁ ଚାହୁଁଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ  ପଦ ବଦଳରେ ସେହି ବିଭାଗରୁ କିଛି ସହଯୋଗୀ ଦଳ ହାତକୁ  ଦେବାକୁ ରାଜି ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି । 

୨୦୧୪ରେ ଫଡନବିସ ମୁଖ୍ୟମନ୍ତ୍ରୀ ହେବା ସହ ପୂର୍ଣ୍ଣ  ୫ ବର୍ଷ ଧରି କାର୍ଯ୍ୟ କରିଥିଲେ । ସେତେବେଳେ ବିଜେପି  ସହ ଅବିଭାଜିତ ଶିବସେନାର ମେଣ୍ଟ ଥିଲା । କିନ୍ତୁ ୨୦୧୯  ବିଧାନସଭା ନିର୍ବାଚନ ପରେ ଫଡନବିସଙ୍କ ନେତୃତ୍ୱାଧୀନ  ବିଜେପି ଏନ୍‌ସିପିର ଅଜିତ ପାୱାରଙ୍କ ସହ ହାତ ମିଳାଇ  ସରକାର ଗଠନ କରିଥିଲା । ଫଡନବିସ ମୁଖ୍ୟମନ୍ତ୍ରୀ ଓ ଅଜିତ  ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କିନ୍ତୁ ସରକାର  ମାତ୍ର ୮୦ ଘଣ୍ଟା ତିଷ୍ଠି ରହିଥିଲା । ଅଜିତ ଶେଷରେ ସରକାରରୁ  ଓହରିଯିବା ସହ ନିଜ କକା ତଥା ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ନିକଟକୁ ଫେରିଯାଇଥିଲେ । ପରେ ଶିବସେନା ନେତା  ଉଦ୍ଧବ ଠାକ୍‌ରେ କଂଗ୍ରେସ ଓ ଏନ୍‌ସିପି ସହ ମିଶି ସରକାର  ଗଠନ କରିଥିଲେ । କିନ୍ତୁ ତାହା ମଧ୍ୟ ବେଶୀଦିନ ତିଷ୍ଠି ନଥିଲା ।  ପ୍ରଥମେ ଶିବସେନା ଓ ପରେ ଏନ୍‌ସିପିରେ ବିଭାଜନ ଘଟିଥିଲା  ଏବଂ ପୁଣି ବିଜେପି କ୍ଷମତାସୀନ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.