ଦେବେନ୍ଦ୍ର ଫଡନବିସ୍ ହେବେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ, ଟ୍ୱିଟ୍ କରି ସ୍ପଷ୍ଟ କଲେ ଜେପି ନଡ୍ଡା

ନୂଆଦିଲ୍ଲୀ : କିଛି ସମୟ ପୂର୍ବରୁ ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାର ଚକମା ଖବର ପରି , ପୁଣି ଏକ ଚକମା ଦେଇଛି ବିଜେପି । ଏକନାଥ ସିନ୍ଦେଙ୍କର ମୁଖ୍ୟମନ୍ତ୍ରୀ ପଦ ପାଇଁ ଘୋଷଣା ପରେ ପରେ ଦେବେନ୍ଦ୍ର ଫଡନବିସ୍ ନିଜକୁ ସରକାରରୁ ବାହାରେ ରଖିବାକୁ ନିଷ୍ପତ୍ତି ନେଇଥିଲେ । ଏମିତି ମନେକରାଯାଉ ଥିଲା କି ଫଡନବିସ୍ ମହାନ ହୃଦୟର ପରିଚୟ ଦେଇଛନ୍ତି , ଆଉ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସ୍ୱୀକାର କରିଛନ୍ତି । ହେଲେ ଏବେ ଭିନ୍ନ ଖବର ଆସିଛି ।
ମିଡିଆ ରିପୋର୍ଟ ଅନୁସାରେ , ଦେବେନ୍ଦ୍ର ଫଡନବିସ୍ଙ୍କ ସରକାରରୁ ବାହାରେ ରହିବା ନିଷ୍ପତ୍ତି ଉପରେ ବିଜେପି ହାଇକମାଣ୍ଡ ପ୍ରସ୍ତୁତ ନଥିଲେ । କୌଣସି ପ୍ରକାରେ ତାଙ୍କୁ ସିନ୍ଦେ କ୍ୟାବିନେଟ୍ରେ ସାମିଲ ପାଇଁ ରାଜି କରାଗଲା । ଏବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସ୍ପଷ୍ଟ କଲେ କି ଦେବେନ୍ଦ୍ର ଫଡନବିସ୍ ମହାରାଷ୍ଟ୍ରର ନୂଆ ଉପ ମୁଖ୍ୟମନ୍ତ୍ରୀ ହେବେ ।
ଉଲ୍ଲେଖନୀୟ ଯେ, ବୁଧବାର ଉଦ୍ଧବ ଠାକରେ ମହାରାଷ୍ଟ୍ରର ସିଏମ୍ ପଦରୁ ଇସ୍ତଫା ଦେବା ପରେ କୁହାଯାଉ ଥିଲା କି, ଦେବେନ୍ଦ୍ର ଫଡନବିସ୍ ହିଁ ରାଜ୍ୟର ଆଗାମୀ ମୁଖିଆ ହେବେ , ହେଲେ ବଡ଼ ପରିବର୍ତ୍ତନ କରି ଫଡନବିସ୍ ପ୍ରେସ୍ କନଫ୍ରେନ୍ସରେ ଘୋଷଣା କରିଛନ୍ତି କି, ଏକନାଥ ସିନ୍ଦେ ହିଁ ପ୍ରଦେଶର ନୂଆ ସିଏମ୍ ହେବେ। ଘୋଷଣା ହେଲା କି ସିନ୍ଦେ ଆଜି ହିଁ ସିଏମ୍ ପଦର ଶପଥ ନେବେ । ଫଡନବିସ୍ ଏହା ବି କହିଥିଲେ କି ସେ ସିନ୍ଦେ ସରକାରକୁ ସମର୍ଥନ ଦେବେ , କିନ୍ତୁ ସରକାରରେ ସାମିଲ ହେବେ ନାହିଁ ।