ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ବାରୁଣୀ ଶ୍ରୀକ୍ଷେତ୍ର ତ୍ରିବେଣୀ ସଙ୍ଗମ ସ୍ଥଳରେ ବୁଡ ପକାଇଲେ ଲକ୍ଷାଧିକ ଭକ୍ତ

Published By : Prameya | March 27, 2025 8:35 PM

ମାଲକାନଗିରି /ମାଥିଲି, ୨୭/୩ :   ଆଦିବାସୀ ଅଧ୍ୟୁଷିତ କାଳିଆଗୁଡା ଗ୍ରାମ ବାରୁଣୀ ଶ୍ରୀକ୍ଷେତ୍ର ତ୍ରିବେଣୀ ସଙ୍ଗମ ସ୍ଥଳ ରେ ଗୁରୁବାର  ମହାବାରୁଣୀ ତିଥିରେ ମହାସ୍ନାନ କରିଛନ୍ତି  ଲକ୍ଷାଧିକ ଭକ୍ତ। ମାଥିଲି ବ୍ଲକ ମେକ୍କା ପଞ୍ଚାୟତ ଅନ୍ତର୍ଗତ କଳିଆଗୁଡା ଗ୍ରାମ ବାରୁଣୀ ଶ୍ରୀ କ୍ଷେତ୍ର ପୀଠ ନିକଟ ପବିତ୍ର ସାବେରୀ, ପାଙ୍ଗମ, ବାକଲି ଯୋଡି ନଦୀ ମିଶ୍ରଣ ତ୍ରିବେଣୀ ସଙ୍ଗମ ସ୍ଥଳ ରେ କେଉଁ ଆବାହନ କାଳ ରୁ ପାଳିତ ହେଉଛି ମହାବାରୁଣୀ ସ୍ନାନ। ଗୁରୁବାର ସେହି ମହାବାରୁଣୀ ତିଥି ପଡ଼ିଥିବାରୁ ଓଡିଶା, ଛତିଶଗଡ଼, ଆନ୍ଦ୍ରପ୍ରଦେଶ ସୀମାନ୍ତ ଵର୍ତ୍ତି ଅଞ୍ଚଳ ରୁ ଲକ୍ଷାଧିକ ଭକ୍ତ ବୁଡ଼ ପକାଇ ତ୍ରିବେଣୀ ସଙ୍ଗମ ନିକଟରେ ଥିବା ବାରୁଣୀ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜା ଅର୍ଚ୍ଚନା କରିଛନ୍ତି।  

ଏହି ଯାତ୍ରା ଗତ ୨୫ ତାରିଖରେ ଶୁଭାରମ୍ଭ ହୋଇଛି। ପ୍ରଥମ ଓ ଦ୍ଵିତୀୟ ଦିବସରେ ଅଷ୍ଟମ ପ୍ରହରୀ ନାମ ଯଜ୍ଞ ଓ ନଗର ଯାତ୍ରା ହୋଇଥିଲା।  ଗୁରୁବାର ମହା ବାରୁଣୀ ଯାତ୍ରା ସହ ତ୍ରିବେଣୀ ସଂଗମରେ ପିତୃପୁରୁଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅସ୍ଥି ବୀସର୍ଜନ ସହିତ ତ୍ରିବେଣୀ ସଙ୍ଗମରେ ବୁଡ଼ ପକେଇଥିଲେ। ବାରୁଣୀ ମେଳାରେ ଦୋକାନ ବଜାର ସାଙ୍ଗକୁ ମୀନାବଜାର ପଡ଼ିଥିଲା। ମହାବାରୁଣୀ ଯାତ୍ରାକମିଟିର ସଭାପତି ଡମ୍ବୁଧର ପେରମା,  ଉପସଭାପତି ପଦୁ ନାୟକ,ବଳରାମ ଅନୁଗୁଳିଆ ,ସମରା ନାୟକ,ସହଦେଵ ନାୟକ,ମଙ୍ଗଳା ଖୁର୍ମୀ,ସମାରୁ ନାୟକ, ତ୍ରିନାଥ ଭୂମିଆ,ମୁନିରାମ ଭୂମିଆ, ବଳରାମ ନାୟକ, ବାସୁଦେବ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୂର୍ଯ୍ୟନାରାୟଣ ପାଢ଼ୀ ଓ ଶିବ ପ୍ରସାଦ ପରିଛା ଦୁଇ ପୂଜକ ବାରୁଣୀ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ରେ ପୂଜା ଅର୍ଚ୍ଚନା କରିଥିବା ବେଳେ ତ୍ରିବେଣୀ ସଙ୍ଗମ ସ୍ଥଳ ରେ ଅନ୍ୟ ବ୍ରାହ୍ମଣ ମାନେ ଘାଟ ପୂଜା କରିଥିଲେ। ଶାନ୍ତି ଶୃଙ୍ଖଳା  ରକ୍ଷା ପାଇଁ ମାଥିଲି ଥାନା ଅଧିକାରୀ ଦେବଦତ୍ତ ମଲିକଙ୍କ ନେତୃତ୍ୱ ରେ ପୁଲିସ ବାହିନୀ ଉପସ୍ଥିତ ରହି ସୁରକ୍ଷା ଯୋଗାଇ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.