PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ କମିଟି ତରଫରୁ ଡିଏଫଓ ଅଫିସ ଘେରାଉ

ଖଡ଼ିଆଳ,୨୩।୫ (ଆପ୍ର):ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ଙ୍କ ପାଇଁ ସରକାର ୨୦୦୬ ମସିହାରେ ଜଙ୍ଗଲ ଜମି ଆଇନ ପ୍ରଣୟନ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସମସ୍ତଙ୍କୁ ଜମି ପଟ୍ଟା ମିଳି ପାରି ନାହିଁ। ବିଶେଷ କରି ଗୋଷ୍ଠୀ ଗତ ପଟ୍ଟା ପ୍ରଦାନରେ ଟାଳଟୁଳ ନୀତି ପ୍ରଦର୍ଶନ କରାଯାଉଛି।ଏନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ବାରମ୍ବାର ଜିଲ୍ଲା ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନ କମିଟି ତରଫରୁ ଆନ୍ଦୋଳନ ଓ ଦାବି କରାଯାଉଥିଲେ ମଧ୍ୟ ଦାବି ପୂରଣ ହେଉନାହିଁ। ତେଣୁ ଖଡ଼ିଆଳ ଠାରେ ଏକ ବିଶାଳ ରାଲି କରି ଏହି ଆଇନର କାର୍ଯ୍ୟକାରିତା ପାଇଁ ଦାବି କରାଯାଇଥିଲା ।ଜଙ୍ଗଲ ଆଇନର କାର୍ଯ୍ୟକାରିତା ଓ ଜିଲ୍ଲାରେ ଦେଖାଯାଉଥିବା ସମସ୍ୟାର ସମାଧାନ ଦାବିକରି ନୂଆପଡା ଜିଲ୍ଲା ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନ କମିଟି ତରଫରୁ ଆଜି ଖଡ଼ିଆଳ ଡିଏଫଓ ଅଫିସ ଘେରାଓ କରାଯାଇଥିଲା।

ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଆନ୍ଦୋଳନକାରୀମାନେ ସମଲେଶ୍ବରୀ ମନ୍ଦିରରୁ ବିରାଟ ରାଲି କରି ଡିଏଫଓ ଅଫିସ ପାଖରେ ପହଞ୍ଚି ନାରାବାଜି କରିଥିଲେ।ଜିଲ୍ଲାର ଦୁଇ ହଜା ରୁ ଉର୍ଦ୍ଧ ଆଦିବାସୀ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ବେଳେ ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ଏଥିରେ ସାମିଲ ହୋଇ ସମର୍ଥନ ଜଣାଇଥିଲେ ।

ଗ୍ରାମସଭା ଦ୍ୱାରା ଅନୁମୋଦିତ ବ୍ୟକ୍ତିଗତ, ଗୋଷ୍ଠୀଗତ ଓ ଗୋଷ୍ଠୀ ସମ୍ବଳ ଅଧିକାର ସମ୍ବନ୍ଧିତ ପ୍ରସ୍ତାବ ସବୁ ଜିଲ୍ଲା କମିଟି ରେ ପଡି ନରହି ଅନୁମୋଦନ କରାଯାଉ,ଗୋଷ୍ଠୀ ଜଙ୍ଗଲ ଅଧିକାର ଗ୍ରାମସଭାକୁ ପ୍ରଦାନ କରିବା,ଅଣ ପାରମ୍ପରିକ ଆଦିବାସୀଙ୍କୁ ତୁରନ୍ତ ଜମି ପଟ୍ଟା ପ୍ରଦାନ ଓ ପାଇ ନଥିବା ଆଦିବାସୀ ଙ୍କୁ ମଧ୍ୟ ଶୀଘ୍ର ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା,ବିଭିନ୍ନ ଗ୍ରାମର କିଛି ହିତାଧିକାରୀ ପଟ୍ଟା ପାଇ ନଥିବାରୁ ଶିଘ୍ର ପ୍ରଦାନ କରିବା,ଜଙ୍ଗଲ ଜମି ପଟ୍ଟା ପାଇଁ ଆବେଦନ କରିଥିବା ଜାଗା ର ଫଇସଲା ନହେବା ପର୍ଯ୍ୟନ୍ତ ବୃକ୍ଷ ରୋପଣ ନକରିବା ଆଦି ଆଠ ଦଫା ଦାବୀପତ୍ର ଖଡ଼ିଆଳ ଡ଼ିଏଫଓ ଙ୍କୁ ପ୍ରଦାନ କରିଥିଲେ। ଦୁଇ ମାସ ମଧ୍ୟରେ ଦାବି ପୂରଣ ପାଇଁ ଡିଏଫଓଙ୍କ ପ୍ରତିଶ୍ରୁତିକୁ ଅଗ୍ରାହ୍ୟ କରି ଲିଖିତ ପ୍ରତିଶ୍ରୁତି ଦାବିରେ ବିଧାୟକ ଙ୍କ ସମେତ ଆନ୍ଦୋଳନକାରୀ ମାନେ ଧାରଣାରେ ବସିଥିଲେ। ପରେ ଡିଏଫଓ ଲିଖିତ ପ୍ରତିଶ୍ରୁତି ଦେଲା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା। ଏନେଇ ଖଡ଼ିଆଳ ଡିଏଫଓ ସୁଶୀଲ କୁମାର ତ୍ରିପାଠୀଙ୍କୁ ପଚାରିବାରୁ ନିୟମ ଅନୁସାରେ ସବୁ ସମାଧାନ ଦୁଇ ମାସରେ କରାଯିବ ବୋଲି କହିଥିଲେ।