PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

୧୦ ଲକ୍ଷ ଜରିମାନା ଗଣିବ Go First ବିମାନ, ୫୫ ଯାତ୍ରୀଙ୍କୁ ଛାଡି ଭରିଥିଲା ଉଡାଣ…

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଗୋ ଫାଷ୍ଟ ବିମାନ ଉପରେ ୧୦ ଲକ୍ଷ ଟଙ୍କା ଜୋରିମାନା ଲଗାଇଛି । ଜାନୁଆରୀ ୯ରେ, ବେଙ୍ଗାଲୁର-ଦିଲ୍ଲୀ ବିମାନରେ ଗୋ ଫାଷ୍ଟ ବିମାନ ୫୫ ଯାତ୍ରୀଙ୍କୁ ବେଙ୍ଗାଲୁର୍ ବିମାନ ବନ୍ଦରରେ ଛାଡି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ ଗୋ ଫାଷ୍ଟରେ ଯୋଗାଯୋଗ ସମସ୍ୟା ରହିଥିଲା । ଏହି ସମସ୍ତ ଯାତ୍ରୀ ବିମାନରେ ବସିବା ପାଇଁ ମୂଳ ବିମାନ ବନ୍ଦରର କୋଚରେ ଅପେକ୍ଷା କରିଥିଲେ । ଘଟଣାର ଗୋଟିଏ ଦିନ ପରେ ଗୋ ଫାଷ୍ଟ ବିମାନ G8 116କୁ ଡିଜିସିଏ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ଡିଜିସିଏ ଆଗରେ ଗୋ ଫାଷ୍ଟ ଖୁଲାସା କରିଥିଲା କି ଟର୍ମିନାଲ କୋର୍ଡିନେଟର, ବ୍ୟବସାୟୀକ କର୍ମଚାରୀ ଏବଂ କ୍ରିୟୁ ମେମ୍ବର ଟିମ୍ ମଧ୍ୟରେ ବିମାନରେ ଚଢିବା ସମ୍ବନ୍ଧରେ ସମନ୍ବୟ ନଥିଲା ।

ଏହି ଘଟଣା ପରେ କିଛି ଯାତ୍ରୀ ସୋସିଆଲ ମିଡିଆରେ ନିଜର ଆପତ୍ତି ଜଣାଇଥିଲେ । ଯାତ୍ରୀମାନେ କହିଛନ୍ତି ଯେ ବେଙ୍ଗାଲୁରର କ୍ୟାମ୍ପେଗୋଡା ଅନ୍ତର୍ଜାତୀୟ ବିାମନବନ୍ଦରରେ ଯାତ୍ରୀମାନେ ବୋର୍ଡ ପାସ୍ ସହିତ ବସ୍‌ରେ ଚଢିଥିଲେ । ଏହି ବସ୍ ମଧ୍ୟ ବିମାନ ପର୍ଯ୍ୟନ୍ତ ନେଇଥିଲା, କିନ୍ତୁ ଏହା ପରେ ବି ଯାତ୍ରୀମାନଙ୍କୁ ଚଢାଯାଇନଥିଲା ଏବଂ ବିମାନଟି ସେଠାରୁ ଉଡ଼ିଥିଲା ।

ସମ୍ବନ୍ଧିତ ଖବର