ପ୍ରମୂଖ ଖବର
  • ବାହାରିଲା ନିଟ୍ ୟୁଜି ୨୦୨୫ ରେଜଲ୍ଟ; ସ୍ନେହାଶିଷ ଦାସ ଓଡ଼ିଶା ଟପ୍ପର
  • ||
  • ପାରାଦୀପ ପୁରୁଣା ରେଲୱେ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଗଲା ୪ଟି ବଗି
  • ||
  • ବାହାରିଲା ନିଟ୍ ୟୁଜି ୨୦୨୫ ପରୀକ୍ଷା ଫଳ; neet.nta.nic.inରେ ରେଜଲ୍ଟ
  • ||
  • କୋଣାର୍କ ଯାତ୍ରୀ ନିବାସରେ ରଜ ପିଠା ଷ୍ଟଲ୍, ଦୋଳିରେ ଝୁଲିଲେ ପର୍ଯ୍ୟଟକ
  • ||
  • ବରଗଡ଼ : ଭେଉଁରିଆ ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଝୁଲିପଡ଼ିଲା ସ୍ୱାମୀ
  • ||
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

ବିମାନ ଦୁର୍ଘଟଣା ପରେ ଡିଜିସିଏ କଠୋର, ସବୁ ବୋଇଂ- ୭୮୭ର ନିରାପତ୍ତା ଯାଞ୍ଚ ବୁଦ୍ଧି କରିବାକୁ ନିର୍ଦ୍ଦେଶ

Published By : Tapas Panda | June 13, 2025 8:13 PM

Image Courtesy: hindustantimes

ନୂଆଦିଲ୍ଲୀ: ଗୁଜରାଟର ଅହମ୍ମଦାବାଦରେ ଜୁନ୍ ୧୨ (ଗୁରୁବାର) ବଡ଼ ବିମାନ ଦୁର୍ଘଟଣା ଘଟିଥିଲା । ଏୟାର ଇଣ୍ଡିଆର ବୋଇଂ ୭୮୭-୮  ଡ୍ରିମଲାଇନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୨୪୨ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାରେ ୨୪୧ ଜଣ ଯାତ୍ରୀଙ୍କ ସମେତ ୨୬୫ ଜଣଙ୍କ ମୃତ୍ୟୁ ହୋଇଛି । ଜୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଏହି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି। ସେପଟେ ଡିଜିସିଏ (ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ) ବୋଇଂ ୭୮୭-୮/୯ ବିମାନର ନିରାପତ୍ତା ଯାଞ୍ଚ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଜାରି କରିଛି। ନୂଆ ନିର୍ଦ୍ଦେଶ ୧୫ ଜୁନ୍ ୨୦୨୫ ରାତି ୧୨ଟାରୁ କାର୍ଯ୍ୟକାରୀ ହେବ ।

 ବୋଇଂ ୭୮୭-୮/୯  ବିମାନର ସୁରକ୍ଷା ଯାଞ୍ଚ ଉପରେ DGCAର ନିର୍ଦ୍ଦେଶ:

 ୧- ପ୍ରତ୍ୟେକ ଉଡ଼ାଣ ପୂର୍ବରୁ ଏହି ଯାଞ୍ଚ କରାଯିବ

 -ଇନ୍ଧନ ପାରାମିଟର ମନିଟରିଂ ଏବଂ ସମ୍ବନ୍ଧିତ ସିଷ୍ଟମ ଯାଞ୍ଚ କରାଯିବ।

 -କ୍ୟାବିନ୍ ଏୟାର କମ୍ପ୍ରେସର ଏବଂ ଏହାର ସମ୍ବନ୍ଧିତ ସିଷ୍ଟମ ଯାଞ୍ଚ କରାଯିବ।

 -ଇଲେକ୍ଟ୍ରୋନିକ୍ ଇଞ୍ଜିନ ନିୟନ୍ତ୍ରଣ ସିଷ୍ଟମ ପରୀକ୍ଷା କରାଯିବ।

 -ଇଞ୍ଜିନ ଇନ୍ଧନ ଚାଳିତ ଆକ୍ୟୁଏଟର ଏବଂ ତେଲ ସିଷ୍ଟମର କାର୍ଯ୍ୟକ୍ଷମ ପରୀକ୍ଷା ଯାଞ୍ଚ କରାଯିବ।

 -ହାଇଡ୍ରୋଲିକ୍ ସିଷ୍ଟମର ସେବାଯୋଗ୍ୟତା ଯାଞ୍ଚ କରାଯିବ।

 -ଉଡ଼ାଣ ପାରାମିଟର ସମୀକ୍ଷା କରାଯିବ।

 ୨- ଏବେ ଟ୍ରାଞ୍ଜିଟ ଇନ୍ସପେକ୍ସନ ବେଳେ 'ଉଡ଼ାଣ ନିୟନ୍ତ୍ରଣ ଯାଞ୍ଚ' ବାଧ୍ୟତାମୂଳକ ହେବ । ଯାହା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ।

 ୩-ପାଓ୍ବାର ଆସ୍ୟୁରାନ୍ସ ଚେକ୍‌, ଆଗାମୀ ଦୁଇ ସପ୍ତାହ ମଧ୍ୟରେ ସମାପ୍ତ ହେବ।

 ୪- ଗତ ୧୫ ଦିନ ମଧ୍ୟରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ସମୀକ୍ଷା ଆଧାରରେ ଯଥାଶୀଘ୍ର ରକ୍ଷଣାବେକ୍ଷଣ କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ।

 ଟେକଅଫ୍‌ ସମୟରେ ବିମାନ ଦୁର୍ଘଟଣା

 ଦୁର୍ଘଟଣାର ଶିକାର ହୋଇଥିବା ଏୟାର ଇଣ୍ଡିଆ ବିମାନଟି ୨୪୨ ଜଣ ଯାତ୍ରୀଙ୍କୁ ନେଇ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା। ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ୨୪୧ ଜଣଙ୍କ ସମେତ ମୋଟ ୨୬୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ବିମାନରେ ଥିବା କେବଳ ଜଣେ ବ୍ୟକ୍ତି ବଞ୍ଚି ଯାଇଛନ୍ତି, ଯାହାଙ୍କ ନାମ ରମେଶ ବିଶ୍ୱାସ କୁମାର । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.