PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଡିଜିପି ଦାୟିତ୍ୱ ନେଲେ ବିଜୟ ଶର୍ମା, ନିର୍ବାଚନ ପରିଚାଳନା ହେବ ଚାଲେଞ୍ଜ

କଟକ,୮ା୪(ବ୍ୟୁରୋ): ୧୯୮୬ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍‌ ଅଫିସର୍‌ ବିଜୟ କୁମାର ଶର୍ମା ଆଜି ସନ୍ଧ୍ୟାରେ ରାଜ୍ୟ ପୁଲିସ୍‌ ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକ (ଡିଜିପି) ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ନେବା ଅବସରରେ ଶ୍ରୀ ଶର୍ମା କହିଛନ୍ତି, ମୁଣ୍ଡ ଉପରେ ନିର୍ବାଚନ । ଏଭଳି ଘଡ଼ିସନ୍ଧି ସମୟରେ ଗୁରୁତ୍ୱପୂର୍ଣ୍ଣ ଡିଜିପି ଦାୟିତ୍ୱ ନେବା ମୋ ପାଇଁ ଚାଲେଞ୍ଜ୍‌ ହେବ । ଚଳିତ ନିର୍ବାଚନରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ, ଅବାଧ ଓ ନିରପେକ୍ଷ ମତଦାନ ପୁଲିସ୍‌ ପାଇଁ ବଡ଼ ଆହ୍ୱାନ ପାଲଟିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୧ ତାରିଖରେ ହେବାକୁ ଯାଉଛି । ଏହି ପର୍ଯ୍ୟାୟରେ ମତଦାନ ପାଇଁ ଥିବା ନିର୍ବାଚନମଣ୍ଡଳୀ ଗୁଡ଼ିକ ମୁଖ୍ୟତଃ ମାଓ ଉପଦ୍ରୁତ ଇଲାକାରେ ରହିଛି । ମାଓ ଉପଦ୍ରୁତ ଇଲାକାରେ ପୁଲିସ୍‌ କିପରି ନିରାପଦରେ ଶାନ୍ତିଶୃଙ୍ଖଳାର ସହ ମତଦାନ କରାଇବ ତାହା ଉପରେ ପ୍ରାଧାନ୍ୟ ଦିଆଯିବ । ସେହିପରି ନିର୍ବାଚନରେ ଅବାଧ ଟଙ୍କା କାରବାର ଉପରେ ମଧ୍ୟ ରୋକ୍‌ ଲଗାଯିବ । ଏଥିପାଇଁ ପୁଲିସ୍‌ କଡ଼ା ପଦକ୍ଷେପ ନେବ ବୋଲି ଡିଜି ଶ୍ରୀ ଶର୍ମା କହିଛନ୍ତି ।

ସେହିପରି ପୁଲିସ୍‌ର ଗୁଇନ୍ଦା ବ୍ୟବସ୍ଥାକୁ ଆହୁରି ସକ୍ରିୟ କରାଯିବ । ଗୁଇନ୍ଦା ତଥ୍ୟକୁ ଆଧାର କରି ନିର୍ବାଚନ ପ୍ରକ୍ରିୟାରେ ଆଇନ୍‌ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ରାଜ୍ୟ ପୁଲିସ୍‌ ବାହିନୀ ଗୁରୁତ୍ୱ ଦେବ । ପୁଲିସ୍‌ ବାହିନୀ ପକ୍ଷରୁ ଅପରାଧୀ ଧରପଗଡ଼ ଅଭିଯାନ ଜାରି ରହିଛି । ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି ଶ୍ରୀ ଶର୍ମା କହିଛନ୍ତି । ଅନ୍ୟପକ୍ଷରେ ନିର୍ବାଚନରେ ପୁଲିସ୍‌ କିପରି ନିରପେକ୍ଷ ରହିବ ତାହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ନୂତନ ଦାୟିତ୍ୱଭାର ଗ୍ରହଣ ସମୟରେ କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ, ପୁଲିସ୍‌ କମିସନର ସତ୍ୟଜିତ୍‌ ମହାନ୍ତିଙ୍କ ସମେତ ରାଜ୍ୟ ପୁଲିସ୍‌ର ବହୁ ବରିଷ୍ଠ ଆଇପିସ୍‌ ଅଧିକାରୀ ଉପସ୍ଥିତ ଥିଲେ । ଏହାପୂର୍ବରୁ ଶ୍ରୀ ଶର୍ମା ଅଗ୍ନିଶମ ସେବା ଓ ହୋମ୍‌ଗାର୍ଡ ବାହିନୀ ଡିଜି, ଜେଲ୍‌ ବିଭାଗ ଡିଜି, କ୍ରାଇମବ୍ରାଞ୍ଚ ସ୍ପେସାଲ୍‌ ଡିଜି, ପୁଲିସ୍‌ କମିସନର ପଦବି ସମେତ ରାଜ୍ୟ ପୁଲିସ୍‌ ବାହିନୀରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବିରେ ରହି ସୂଚାରୁରୂପେ ଦାୟିତ୍ୱ ତୁଲାଇଛନ୍ତି ।