PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

‘ଡି’ ବ୍ରଦର୍ସଙ୍କ ଖାସ୍‌ ସହଯୋଗୀ ଡାନି, ରନିଆ ଗିରଫ: ୨ଟି ପିସ୍ତଲ, ୬୯ ଗୁଳି ଜବତ

କଟକ,୧୩/୦୮: କଟକ କମିସନରେଟ୍‌ ପୁଲିସ୍‌ ଦ୍ୱାରା ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା କୁଖ୍ୟାତ ଅପରାଧୀ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ ବା ଡି’ ବ୍ରଦର୍ସଙ୍କ ଦୁର୍ଗ ସଜାଡ଼ିବାକୁ ଏବେ ଉଦ୍ୟମ ଚଳାଇଛନ୍ତି କିଛି ଖାସ୍‌ ସହଯୋଗୀ । ଡି’ ବ୍ରଦର୍ସ ଏବେ ଜେଲ୍‌ରେ ଥିବା ବେଳେ ସେମାନଙ୍କ ଅନୁପସ୍ଥିତିରେ କିଛି ଅପରାଧୀ ସହର ଓ ଏହାର ବାହାର ଅଞ୍ଚଳରେ ନେଟ୍‌ୱର୍କ ତିଆରି କରିଛନ୍ତି । ତେବେ ପୁଲିସ ପୁଣି ଥରେ ଡି’ବ୍ରଦର୍ସଙ୍କ ସାମ୍ରାଜ୍ୟ ଉପରେ ଚଢଉ କରିଛି । ସେହିକ୍ରମରେ ଡି ବ୍ରଦର୍ସଙ୍କ ପ୍ରମୁଖ ସହଯୋଗୀ କୁହାଯାଉଥିବା ଦୁର୍ଦ୍ଦାନ୍ତ ଅପରାଧୀ ଡାନି ଓରଫ ଶଶିକାନ୍ତ ଖଣ୍ଡେଇ(୩୪) ଓ ଅନ୍ୟତମ ସହଯୋଗୀ ରନିଆ ଓରଫ ରଞ୍ଜିତ୍‌ ସିଂ(୪୯)ଙ୍କୁ ବିଳମ୍ବରେ ହେଉପଛେ ଏକ ବିବାଦୀୟ ମାମଲାରେ କଟକ କମିସନରେଟ୍‌ ପୁଲିସ୍‌ ଗିରଫ କରିଛି ।

କଟକରେ ପ୍ରମୁଖ ହୋଟେଲ୍‌ ବ୍ୟବସାୟୀ ଭାବେ ନାଁ କରିଥିବା ଡାନି ଖଣ୍ଡେଇ ପାଖରୁ ପୁଲିସ୍‌ ୨ଟି ବନ୍ଧୁକ ଏବଂ ୬୯ଟି ଅଫୁଟା ଗୁଳି ଜବତ ହୋଇଛି । ସେହିପରି ଏକ କାର ଓ ପାଖାପାଖି ୯ଲକ୍ଷ ଟଙ୍କା ମୂଲ୍ୟର ଗୋଟେ ଏସ୍‌ -ଟି ବାଇକ୍‌ ଓ ୨ଟି ଦାମୀ ମୋବଇଲ୍‌ ହ୍ୟାଣ୍ଡେଟ୍‌ ମଧ୍ୟ ପୁଲିସ୍‌ ଜବତ କରିଥିବାର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି । ଅପରାଧୀକ ଷଡ଼ଯନ୍ତ୍ର କରାଇବା ସହ ବଟି ପାଇଁ ପ୍ରବର୍ତ୍ତାଇବା, ବନ୍ଧୁକରେ ଆକ୍ରମଣ କରି ହତ୍ୟା ଧମକ ଦେବା ଆଦି ସଙ୍ଗୀନ ଦଫାରେ ଲାଲବାଗ ଥାନା ପୁଲିସ୍‌ ଅଭିଯୁକ୍ତ ଡାନି ଏବଂ ରନିଆ ବିରୋଧରେ ମାମଲା ରୁଜୁ କରିଛି । ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଡିସିପି ଶ୍ରୀ ସିଂ କହିଛନ୍ତି ।

ପୁଲିସ୍‌ ସୂତ୍ରରୁ ପ୍ରକାଶ, ଲାଲବାଗ ଥାନା ବାଙ୍କାବଜାର ଅଞ୍ଚଳର ପପୁ ଓରଫ ରିଆଜ ବକ୍ସ(୩୨)ଙ୍କୁ ଗତକାଲି ରାତିରେ ଫୋନ୍‌ ଯୋଗେ ଡାନି ଏବଂ ରନିଆ ଚୁନଭାଟି ଲେନ୍‌ ଅଞ୍ଚଳକୁ ଡକାଇଥିଲେ । ଚୂନଭାଟି ଲେନ୍‌ରେ ପହଞ୍ଚିବା ପରେ ଡାନି ଏବଂ ରନିଆ ପପୁକୁ ଡି’ବ୍ରଦର୍ସଙ୍କ ଗୋଷ୍ଠୀରେ ରହି କାମ କରିବାକୁ କହିଥିଲେ । ଏମିତିକି ବନ୍ଧୁକ, ଗୁଳି ନେଇ ବାଲିଘାଟରୁ ବଟି ଆଦାୟ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ । ଦୁଇ ଅଭିଯୁକ୍ତଙ୍କ କଥାରେ ପପୁ ରାଜି ନହେବାରୁ ସେମାନେ ତାଙ୍କ ମୁଣ୍ଡକୁ ବନ୍ଧୁକରେ ପିଟିବା ସହ ମାରଧର କରିଥିଲେ । ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଏହି ଘଟଣାରେ ପପୁ ନିଜର ସୁରକ୍ଷା ପାଇଁ ଲାଲବାଗ ଥାନାରେ ଏତଲା ଦେଇଥିଲେ । ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତ ଡାନି ଓ ରନିଆକୁ ଆଜି ଗିରଫ କରି କୋର୍ଟଚାଲାଣ କରିଛି । ଡି ବ୍ରଦର୍ସଙ୍କ ପାଇଁ ସହରରେ ଦୁର୍ଗ ସଜାଡ଼ିବାରେ ସହର ଆଉ ଜଣେ ପ୍ରମୁଖ ବ୍ୟବସାୟୀଙ୍କର ମଧ୍ୟ ସମ୍ପୃକ୍ତି ରହୁଥିବା ପୁଲିସ୍‌ କହିଛି । ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ଉଦ୍ୟମ ଚଳାଇଛି ।