ପ୍ରମୂଖ ଖବର
  • ଲାଞ୍ଚ ନେଉଥିବା ବେଳେ ମହିଳା କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ,୧୦ ହଜାର ଟଙ୍କା ଜବତ
  • ||
  • କୋରାପୁଟ : ADEOଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହେଲା ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ସହ ୨୮୫ ଗ୍ରାମ୍ ସୁନା
  • ||
  • କଟକ : ବେଲେଶ୍ୱର ଡବଲ ମର୍ଡର ଘଟଣା: ୫ ବର୍ଷ ପରେ ଅଭିଯୁକ୍ତ ଗିରଫ
  • ||
  • ଆଠଗଡ଼ : ଟ୍ରେନ୍‌ରୁ ପାଲ ଚୋରି କରୁଥିଲେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ
  • ||
  • ରାଜସ୍ଥାନ: ଟ୍ରେଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ଏକାଧିକ ଆହତ
  • ||
  • ବେଆଇନ ଭାବେ ଅନ୍ୟ ଦେଶରେ ରହିବା ଆଇନଗତ ଅଧିକାର ନୁହେଁ । ବେଆଇନ ଭାବେ ରହୁଥିବା ଲୋକଙ୍କୁ ଭାରତ ନେବାକୁ ପ୍ରସ୍ତୁତ: ମୋଦି
  • ||
  • ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ, ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧି, ଦିନ ୧୨ଟା ଯାଏ ଗୃହ ମୁଲତବୀ ଘୋଷଣା
  • ||
  • କଳାହାଣ୍ଡି : କାର୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • ଆଜି ବିଜେପିର କୋର କମିଟି ବୈଠକ: ଅଧ୍ୟକ୍ଷତା କରିବେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସଭାପତି ଚୟନ ନେଇ ଆଲୋଚନା
  • ||
  • ଗରମରୁ ସାମାନ୍ୟ ଆଶ୍ୱସ୍ତି: ଆଜିଠୁ କମିବ ରାତି ତାପମାତ୍ରା,୧୬ରୁ ପୁଣି ବଢ଼ିବ ତାତି
  • ||

ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ କରନ୍ତୁ ଏହି ଉପାୟ... ଧନଧାନ୍ୟରେ ପରିପୂର୍ଣ୍ଣ ହେବ ଘର

Published By : Prameya | January 23, 2025 11:23 AM

ଭୁବନେଶ୍ଵର, ୨୩/୦୧ : ବାସ୍ତୁ ଶାସ୍ତ୍ରରେ ଉର୍ଜାର ରହିଛି ବିଶେଷ ମହତ୍ତ୍ଵ। ଘରର ବାସ୍ତୁ ଅନୁସାରେ ଆମ ଚାରିପଟେ ଏକ ଉର୍ଜା ଘୂରିବୁଲେ। ସ୍ଵଭାବ ଏବଂ ବିଚାରକୁ ପ୍ରଭାବିତ କରେ। ଏଥିପାଇଁ ଆମ ଚାରିପଟେ ସକାରତ୍ମକ ଉର୍ଜା ରହିବା ଜରୁରୀ। ଏହାଦ୍ଵାରା ଆମର ଉନ୍ନତି ହେବା ସହ ସଫଳତାର ରାସ୍ତା ଖୋଲେ। ଜୀବନ ହସଖୁସିରେ ଭରିଯାଏ। ସେହିପରି ଆଉ କିଛି ଜିନିଷ ରଖିବା ଦ୍ଵାରା ସଦୈବ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଘରେ ଧନଧାନ୍ୟରେ ପରିପୂର୍ଣ୍ଣ ହୁଏ। 

ଘରେ ରଖନ୍ତୁ ଶ୍ରୀମଦ୍ ଭାଗବତ ଗୀତା-

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଶ୍ରୀମଦ୍ ଭାଗବତ ଗୀତା ରଖିବା ଏବଂ ପଢିବା ଦ୍ଵାରା ବ୍ୟକ୍ତିତ୍ଵ ବିକଶିତ ହୁଏ। ଆତ୍ମବଳ ବଢେ। ଯେକୌଣସି ସମସ୍ୟା ହେଉନା କାହିଁକି ଏଥିରୁ ସମାଧାନର ବାଟ ମିଳେ।

ଆଲମିରାରେ ରଖନ୍ତୁ ରୂପା କଏନ-

ରୂପା କଏନ ଶୁଭ ହୋଇଥାଏ। ରୂପାର ସମ୍ଵନ୍ଧ ଚନ୍ଦ୍ରଦେବଙ୍କ ସହ ମଧ୍ୟ ରହିଛି। ଏହାର ଅର୍ଥ ଯଦି ଆପଣଙ୍କର ମନ ଶାନ୍ତ ରହିବ, ତେବେ ଆପଣ ଉପଯୁକ୍ତ ନିଷ୍ପତ୍ତି ନେଇପାରିବେ। ଘରେ ସକାରାତ୍ମକ ଉର୍ଜା ରହିବ। ତେଣୁ ଆଲମିରା କିମ୍ଵା ଯେଉଁଠାରେ ଟଙ୍କା ରଖୁଛନ୍ତି ସେଠାରେ ରୂପା କଏନରେ ସିନ୍ଦୂର ଲଗାଇ ରଖନ୍ତୁ। 

ମାତା ଲକ୍ଷ୍ମୀଙ୍କ ପାଖରେ କଉଡ଼ି ରଖନ୍ତୁ-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଉଡ଼ି ସହ ମାତା ଲକ୍ଷ୍ମୀଙ୍କ ସମ୍ଵନ୍ଧ ରହିଛି। କଉଡ଼ି ସମୁଦ୍ରରୁ ଉତ୍ପନ ହୋଇଥାଏ। ତେଣୁ ପୂଜା ଘରେ ମାତା ଲକ୍ଷ୍ମୀଙ୍କ ନିକଟରେ ୫ଟି କଉଡ଼ି ହଳଦୀ ଲଗାଇ ରଖିବା ଦ୍ଵାରା ଧନପ୍ରାପ୍ତି ହୁଏ। 

ଆଲମିରାରେ ହଳଦୀ ଗଣ୍ଠି ରଖନ୍ତୁ-

ଭଗବାନ ବିଷ୍ଣୁଙ୍କ ସହ ହଲଦୀର ସମ୍ବନ୍ଧ ରହିଛି। ପୌରାଣିକ ମାନ୍ୟତା ଅନୁଯାୟୀ, ଯେଉଁଠାରେ ଭଗବାନ ବିଷ୍ଣୁ ବିରାଜମାନ କରନ୍ତି ସେଠାରେ ମାତା ଲକ୍ଷ୍ମୀ ବି ବାସ କରନ୍ତି। ତେଣୁ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଆଲମିରାରେ ଗଣ୍ଠି ହଳଦୀ ରଖନ୍ତୁ।

ଘରେ ଗୋଲାପ ଗଛ ଲଗାନ୍ତୁ-

ମାତା ଲକ୍ଷ୍ମୀଙ୍କୁ ପଦ୍ମ ସହ ଗୋଲାପ ଫୁଲ ପସନ୍ଦ। ଯଦି ଘରେ ଗୋଲାପ ଗଛ ଲଗାଇବେ ତାହେଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ତେବେ ଏହାକୁ ବେଡରୁମ୍‌ରେ ରଖନ୍ତୁ ନାହିଁ। କାରଣ ଏହି ଗଛରେ କଣ୍ଟା ରହିଛି। ଛାତ ଉପରେ, ଅଗଣାରେ କିମ୍ଵା ବାଲକୋନୀରେ ଲଗାନ୍ତୁ। 

     

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.