ମୁସଲିମ ଭକ୍ତଙ୍କ ଜଗାପ୍ରେମ, ଧାନରେ ତିଆରି କଲେ ନନ୍ଦିଘୋଷ ରଥ

ପୁରୀ,୩୦/୦୬: ଜାତି, ବର୍ଣ୍ଣ, ଧର୍ମ ସବୁଠାରୁ ଊଦ୍ଧ୍ୱର୍ରେ ମହାପ୍ରଭୁ ଶ୍ରୀ ଜଗତନାଥ ଜଗନ୍ନାଥ । ତାଙ୍କ ପ୍ରେମରେ ପଡ଼ିବାକୁ ହେଲେ ଦରକାର ବାସ୍ ଟିକିଏ ଭାବ ଆଉ ଭକ୍ତି । ଏହା ପ୍ରମାଣ କରିଛନ୍ତି କୁମ୍ଭାରପଡ଼ା ଅଞ୍ଚଳର ଯୁବଶିଳ୍ପୀ ଜାବିର୍ ଖାଁ । ଜାତିରେ ମୁସ୍ଲିମ୍ ହେଲେ ମଧ୍ୟ ପ୍ରଭୁଙ୍କ ପ୍ରତି ଥିବା ଭକ୍ତିକୁ ସେ ନିଜର ଚିତ୍ରକଳାରେ ପ୍ରସ୍ଫୁଟିତ କରିଛନ୍ତି । ଧାନରେ ନନ୍ଦିଘୋଷ ରଥ ତିଆରି କରି ନିଜ ଭକ୍ତି ଅର୍ଘ୍ୟ ମହାପ୍ରଭୁଙ୍କ ନିକଟରେ ସମର୍ପଣ କରିଛନ୍ତି । ଏହି କଳାକୃତିରେ ସମୁଦାୟ ୧୨୦୨ଟି ଧାନ ବ୍ୟବହାର ହୋଇଛି ।
୧୯ ଘଣ୍ଟାର ପରିଶ୍ରମରେ ସେ ଏହାର ନିର୍ମାଣ କରିଛନ୍ତି । ସେ ପ୍ରଭୁ ଜଗନ୍ନାଥଙ୍କୁ ଖୁବ ବିଶ୍ୱାସ କରନ୍ତି । ଦୀର୍ଘ ୨ ବର୍ଷ ପରେ ସେ ରଥରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୌଭାଗ୍ୟଲାଭ କରିବେ ବୋଲି ଏନେଇ ବେଶ୍ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି ।