PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଆରୋନ୍‌ ଫିଞ୍ଚ, ଏବେ ବି ତାଙ୍କ ବିଶ୍ବ ରେକର୍ଡ ରହିଛି ଅତୁଟ
  • ||
  • ବିବାହ ବନ୍ଧନରେ ବାନ୍ଧିହେଲେ ସିଦ୍ଧାର୍ଥ ଓ କିଆରା, ସୂର୍ଯ୍ୟଗଡ ପ୍ୟାଲେସ୍‌ରେ ହେଲା ବାହାଘର
  • ||
  • କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ କାମରାନ ଆକମଲ, ୨୦୧୭ ପରଠୁ ମିଳୁନଥିଲା ସୁଯୋଗ
  • ||
  • ତୁର୍କୀରେ ଜରୁରୀ ପରିସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି, ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୫ ହଜାର ପାର୍
  • ||
  • କଟକ: କଟକରେ ଜିଏସ୍‌ଟି ରେଡ୍, ଲିଙ୍ଗରୋଡ୍‌ରେ ଥିବା ପଞ୍ଚମୁଖୀ ସାନିଟାରି ଦୋକାନରେ ଜିଏସ୍‌ଟି ଚଢ଼ଉ ଜାରି
  • ||
  • ଭୁବନେଶ୍ୱର: ପ୍ରକାଶ ପାଇଲା JEE(ମେନ୍) ରେଜଲ୍ଟ, ଆଫିସିଆଲ ୱେବସାଇଟ୍‌ରେ ଜାଣିପାରିବେ ଫଳ
  • ||
  • ପୁରୀ : ବୁଧବାର ମହାପ୍ରଭୁଙ୍କ ବନକ ଲାଗି, ଦର୍ଶନ କଟକଣା
  • ||
  • ଭୁବନେଶ୍ୱର: ଦେଖୁଦେଖୁ ଜଳିଗଲା ଏଟିଏମ୍, କାରଣ ଅସ୍ପଷ୍ଟ
  • ||
  • ଜଗତସିଂହପୁର : ତିର୍ତ୍ତୋଲ୍‌ ବିଧାୟକଙ୍କ ପ୍ରେମ-ପ୍ରତାରଣା ମାମଲା: ୭ ଘଣ୍ଟା ଧରି ସୋମାଲିକାଙ୍କ ବୟାନ ରେକର୍ଡ, ବିଜୟ ଶଙ୍କର ନିରବ…
  • ||
  • ଭୁବନେଶ୍ୱର : ଅଧିକ ଚିକିତ୍ସା ଲାଗି ଆଜି ଦିଲ୍ଲୀ ଯିବେ ଅଭିନେତା ପିଣ୍ଟୁ ନନ୍ଦ, କରାଯିବ ଲିଭର ଟ୍ରାନ୍ସପ୍ଲାଣ୍ଟ
  • ||
  • ଭୁବନେଶ୍ୱର : ଆରମ୍ଭ ହେଲା ଭାଲେଣ୍ଟାଇନ୍‌ ସପ୍ତାହ, ଗୋଲାପ ମହକରୁ ଆରମ୍ଭ ହେବ ପ୍ରେମ
  • ||
  • ଭୁବନେଶ୍ୱର : ରାଜ୍ୟରେ କଲବଲ କରିବ ଖରା, ରାତି ତାପମାତ୍ରା ଆହୁରି ବଢ଼ିବ: ଉପକୂଳରେ ୩ଡିଗ୍ରୀ ବଢ଼ିବ
  • ||

ଡଙ୍କାରୀ ମାମଲାରେ ଗ୍ରୀନ୍‌ ଟ୍ରିବ୍ୟୁନାଲର ଆଦେଶ: ସରକାର ଗଣିବେ ୨୫ କୋଟି

ଯାଜପୁର,୨୫ା୧(ବ୍ୟୁରୋ): ଡଙ୍କାରୀ ଖାଦାନରେ ବେଆଇନ ଖନନ ଓ ପରିବେଶ ପ୍ରଦୂଷଣ ଅଭିଯୋଗ କ୍ରମେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ୫ ମାସ ତଳେ ଡଙ୍କାରୀ ଖାଦାନକୁ ସିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ମାସରେ ମାନ୍ୟବର ଗ୍ରୀନ୍‌ ଟ୍ରିବ୍ୟୁନାଲ ଡଙ୍କାରୀର ବେଆଇନ ଖନନ ଯୋଗୁ ପରିବେଶ ପ୍ରଦୂଷିତ ହୋଇଥିବା ଆରୋପରେ ସରକାରଙ୍କ ଉପରେ ୨୫ କୋଟି ଟଙ୍କା କ୍ଷତିପୂରଣ ଧାର୍ଯ୍ୟ କରିଛନ୍ତି । ବେଆଇନ ଖନନରେ ଦାୟୀ ଅଧିକାରୀ, ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ବିରୋଧରେ ପ୍ରଦୂଷଣ ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟସ୍ତରର କେତେକ ଅନୁଷ୍ଠାନ ଡଙ୍କାରୀର ବେଆଇନ ଖନନ ଓ ପରିବେଶ ପ୍ରଦୂଷଣ ସମ୍ପର୍କରେ ସରଜମିନ୍‌ ଅନୁଧ୍ୟାନ ଓ ଆକଳନ କରିବାକୁ ଗ୍ରୀନ୍‌ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଆଦର୍ଶ କୁମାର ଗୋଏଲ ଆଦେଶନାମାରେ ଉଲ୍ଲେଖ କରିଛନ୍ତି ।
ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ଓଏ ସଂଖ୍ୟା-୬୦୪/୧୮ରେ ଧର୍ମଶାଳା ଅଂଚଳର ବରିଷ୍ଠ ସ୍ୱେଚ୍ଛାସେବୀ ସର୍ବେଶ୍ୱର ବେହୁରାଙ୍କ ଆବେଦନକୁ ବିଚାର କରି ଗ୍ରୀନ୍‌ ଟ୍ରିବ୍ୟୁନାଲ ଚଳିତ ମାସ ୪ ତାରିଖରେ ଏତାଦୃଶ ଆଦେଶନାମା ଜାରି କରିଛନ୍ତି । ଆଦେଶନାମାରେ ଉଲ୍ଲେଖ ଅଛି ଯେ ଡଙ୍କାରୀରେ ୧୫ ବର୍ଷ ତଳୁ ବେଆଇନ ଖନନ ହେଉଥିବାର ସମସ୍ତ ପ୍ରମାଣ ରାଜ୍ୟ ସରକାରଙ୍କ ପାଖରେ ରହିଛି । ସୁତରାଂ ବେଆଇନ ଖନନ କରୁଥିବା ଲିଜ୍‌ଧାରୀ ଓ ଦାୟିତ୍ୱନ୍ୟସ୍ତ ପ୍ରଶାସକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ । ସରକାର ଏହି ଅଧିକାରୀଙ୍କଠାରୁ ବେଆଇନ ଖନନ ଓ ପରିବେଶ ପ୍ରଦୂଷଣ ନିମନ୍ତେ ଜରିମାନା ଆଦାୟ କରିବା ଆବଶ୍ୟକ । ପରିବେଶ ସୁରକ୍ଷା ନିମନ୍ତେ ବ୍ୟବସ୍ଥିତ ସଂସ୍ଥା ବା କର୍ତ୍ତୃପକ୍ଷ ଯେଉଁମାନେ ପରିବେଶ ସୁରକ୍ଷା ଦାୟିତ୍ୱ ଏବଂ ତତ୍ତ୍ୱାବଧାରକ ପାଇଁ ନିୟୋଜିତ ସେମାନେ ବି ଏଭଳି ବେଆଇନ ପ୍ରକ୍ରିୟାରେ ଦଣ୍ଡିତ ହେବା ଆବଶ୍ୟକ ବୋଲି ଗ୍ରୀନ୍‌ ଟ୍ରିବ୍ୟୁନାଲ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।ଡଙ୍କାରୀ ଉପତ୍ୟକାରେ ବେଆଇନ ଭାବେ କେତେ କଳାପଥର ଖନନ ହୋଇଛି ଓ ଏହା ବାବଦକୁ କେତେ କ୍ଷତିପୂରଣ ରାଶି ଆଦାୟ କରାଯିବ ତାହା ଆଇନମତେ ଧାର୍ଯ୍ୟ କରିବାକୁ ଗ୍ରୀନ୍‌ ଟ୍ରିବ୍ୟୁନାଲ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ସରକାର ଜରିମାନା ଚୂଡ଼ାନ୍ତ କରିବା ପୂର୍ବରୁ ମାମଲାରେ ଦାୟଦାର ଭାବେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରେ କ୍ଷତିପୂରଣ ବାବଦକୁ ମାସକ ମଧ୍ୟରେ ୨୫ କୋଟି ଟଙ୍କା ଜମା କରିବାକୁ ଟ୍ରିବ୍ୟୁନାଲ ଆଦେଶ ଦେଇଛନ୍ତି । ସରକାର ଏହି କ୍ଷତିପୂରଣ ଅର୍ଥକୁ ବେଆଇନ ଖନନ ଓ ପରିବେଶ ପ୍ରଦୂଷଣକାରୀ ଅଧିକାରୀ, ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଠାରୁ ଆଦାୟ କରିପାରିବେ । କ୍ଷତିପୂରଣ ଅର୍ଥକୁ ଡଙ୍କାରୀ ଅଂଚଳର ପରିବେଶ ସୁରକ୍ଷା ନିମନ୍ତେ ବିନିଯୋଗ କରାଯାଇ ପାରିବ ବୋଲି ଗ୍ରୀନ୍‌ ଟ୍ରିବ୍ୟୁନାଲ ଆଦେଶନାମାରେ ଉଲ୍ଲେଖ କରିଛନ୍ତି ।
ଡଙ୍କାରୀରେ ବେଆଇନ ଖନନ ଓ ପରିବେଶ କ୍ଷତିର ସରଜମିନ୍‌ ଆକଳନ କରିବାକୁ ଗ୍ରୀନ୍‌ ଟ୍ରିବ୍ୟୁନାଲ ଯୁଗ୍ମ କମିଟି ଗଠନ କରିଛନ୍ତି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପ୍ରତିନିଧି, ଇଣ୍ଡିଆନ ସ୍କୁଲ ଅଫ୍‌ ମାଇନ୍ସ,ଧାନବାଦ, ଜଙ୍ଗଲ ଗବେଷଣା ପ୍ରତିଷ୍ଠାନ, ଡେରାଡୁନ୍‌, ରାଜ୍ୟ ସିଆ ଅଧ୍ୟକ୍ଷ ଏହି କମିଟିରେ ସ୍ଥାନ ପାଇଛନ୍ତି । ସମ୍ପୃକ୍ତ କମିଟି ଡଙ୍କାରୀ ଗସ୍ତ କରି ବେଆଇନ ଖନନର ପରିମାଣ, ପରିବେଶର କ୍ଷତି ସମ୍ପର୍କରେ ସରଜମିନ୍‌ ତଦନ୍ତ କରି ରିପୋର୍ଟ ଦେବେ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ଯୁଗ୍ମ କମିଟିକୁ ସରଜମିନ୍‌ ପରିଦର୍ଶନରେ ସହଯୋଗ ଯୋଗାଇ ଦେବେ । ସରଜମିନ୍‌ ରିପୋର୍ଟ ହସ୍ତଗତ ହେବା ପରେ ଗ୍ରୀନ୍‌ ଟ୍ରିବ୍ୟୁନାଲ ଚୂଡ଼ାନ୍ତ କ୍ଷତିପୂରଣ ସମ୍ପର୍କରେ ନିର୍ଦ୍ଦେଶ ଦେବେ । ସରଜମିନ୍‌ ଅନୁଶୀଳନ ରିପୋର୍ଟ ସିଆ ଓ ରାଜ୍ୟ ସରକାର ୩ ମାସରେ ଗ୍ରୀନ୍‌ ଟ୍ରିବ୍ୟୁନାଲକୁ ଇମେଲ୍‌ ଯୋଗେ ପ୍ରେରଣ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି ।