ବରଗଡ, ୨୫।୫ : କାଳବୈଶାଖୀ ତାଣ୍ଡବ। ବର୍ଷା ଓ ପବନରେ ଭାଙ୍ଗିଲା ଧନୁଯାତ୍ରା ସ୍ମାରକୀ ଗେଟ୍। ଗେଟ୍ ପଡି ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ବ୍ୟକ୍ତି ହେଲେ ଅଜିତ୍ କୁମ୍ଭାର ଓ ସୁଜିତ୍ କୁମ୍ଭାର । ସେମାନେ ପେଶାରେ ରିକ୍ସା ଚାଳକ ଅଟନ୍ତି।
ତାତିରେ ଭାଜି ହେଉଛି ସାରା ଓଡିଶା। ପଶ୍ଚିମ ଓଡିଶାରେ ମଧ୍ୟ ଦେଖିବାକୁ ମିଳିଛି ତାତିର ପ୍ରଭାବ। ତାତିରେ ଲୋକମାନେ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି। ତେବେ ସୋମବାର ଦ୍ୱିପହର ସମୟରେ ବରଗଡ଼ ସହରରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ଦ୍ରୁତ ଗତିରେ ପବନ ବହିବା ସହିତ ବର୍ଷା ମଧ୍ୟ ହୋଇଥିଲା। ଯାହା ଫଳରେ ବହୁ ଗଛ ପତ୍ର ଭାଙ୍ଗିଥିଲା। ଏଥି ସହିତ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସ୍ମାରକୀ ତୋରଣ ମଧ୍ୟ ଭାଙ୍ଗି ଯାଇ ତଳେ ପଡ଼ି ରହିଛି।ଏହି ଅଘଟଣ ସମୟରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବ୍ୟକ୍ତିମାନଙ୍କ ଚିକିତ୍ସା ପାଇଁ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି।
ଆହୁରି ପଢନ୍ତୁ : ୩ ଦିନ ପାଇଁ ୩ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ