ମାଲକାନଗିରି, ୧୬/୧୨ : ମାଲକାନଗିରି ଜିଲ୍ଲା ସଦର ମହକୁମା ୩୨୬ ନମ୍ବର ଜାତୀୟ ରାଜ ପଥ ପାର୍ଶ୍ଵ ରେ ପ୍ରତିଷ୍ଠିତ ମା’ ଦଣ୍ଡକାଳୀ ପୀଠରେ ପବିତ୍ର ଧନୁ ସଂକ୍ରାନ୍ତି ଉତ୍ସବ ଆଡ଼ମ୍ବ ର ପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି। ପ୍ରାତଃ ରେ ମା’ଙ୍କ ସ୍ନାନ ସକାଳ ଭୋଗ, ଆଳତୀ ପରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଧନୁ ମୁଆଁ ଭୋଗ ଲାଗି ହୋଇଥିଲା। ଶତାଧିକ ଭକ୍ତ ମାନେ ଉପସ୍ଥିତ ରହି ମା’ଙ୍କ ବନ୍ଦନା ଗାନ କରିବା ସହିତ ମୁଖ୍ୟପୂଜାରୀଣି ଙ୍କ କାଳସୀ ନୃତ୍ୟ ସାଙ୍ଗକୁ କିନ୍ନର ଙ୍କ ନୃତ୍ୟ ସଙ୍ଗୀତ ବେଶ ଚିତାକର୍ଷକ ଥିଲା।
ସେହିପରି ଶ୍ରୀ ଜଗନ୍ନାଥ ମନ୍ଦିରରେ ମଧ୍ୟ ଧନୁ ସଂକ୍ରାନ୍ତି ଉତ୍ସବ, ଧନୁ ମୁଆଁ ଓ ପହିଲି ଭୋଗ ଶ୍ରୀଜୀଉ ଙ୍କ ନିକଟରେ ଲଗା ଯାଇଥିଲା। ମନ୍ଦିର ବେଢା ରେ ସଂକୀର୍ତନ ମଣ୍ଡଳୀ ଙ୍କ ଦ୍ୱାରା ନାମ ସଂକୀର୍ତ୍ତନ, ଭଜନ ମଣ୍ଡଳୀ ଙ୍କ ଭଜନ ସମାରୋହ କରା ଯାଇଥିଲା। ଏହି ଅବସରରେ ଚତୁର୍ଦ୍ଦାମୂର୍ତ୍ତିଙ୍କ ସ୍ୱତନ୍ତ୍ର ବେଶ କରାଯାଇଥିଲା।