ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଧାରଣା

ନୀଳଗିରି,୨୫/୧(ଆ.ପ୍ର):ବାଲେଶ୍ଵର ଜିଲ୍ଲା ନୀଳଗିରି ନବନିର୍ମାଣ ନିର୍ମାଣ କୃଷକ ସଙ୍ଗଠନ ତରଫରୁ ୩ ଦଫା ଦାବିନେଇ ଉପଜିଲ୍ଲାପାଳ ଅଫିସ ଆଗରେ ଧାରଣା ଦିଆଯାଇଛି। ଧାନର କଟିନି ଛଟିନି ବନ୍ଦ କରିବା ସହ ଧାନମଣ୍ଡି ଠିକ ସମୟରେ ଖୋଲିବା,ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପ୍ରକୃତ ହିତାଧିକାରୀଙ୍କୁ ମିଳିବା ସହ ବାର୍ଦ୍ଧକ୍ୟ ଭତ୍ତା ୫୦୦୦ ହଜାର ଟଙ୍କା କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ଚୟନ କରିବା ଭଳି ଦାବିନେଇ କୃଷକ ସଙ୍ଗଠନ ନୀଳଗିରି ଜଗନ୍ନାଥ ମନ୍ଦିର ଠାରୁ ଏକ ବିକ୍ଷୋଭ ଶୋଭାଯାତ୍ରା କରି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଧାରଣା ଦେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଏହି ବିକ୍ଷୋଭରେ ନବନିର୍ମାଣ ଯୁବଛାତ୍ର ସଙ୍ଗଠନର ରାଜ୍ୟ ସଂଯୋଜକ ଏମଡି ମନହର ଅଲ୍ଲି, ଭଦ୍ରକ ଜିଲ୍ଲା ସଂଯୋଜକ ଜାହିର ଖାଁ, ନୀଳଗିରି ନବନିର୍ମାଣ କୃଷକ ସଙ୍ଗଠନର ଉପଦେଷ୍ଟା ଚିତ୍ତରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇଥିଲେ।