ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଙ୍କଡାହାଡରେ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ, 'ଓଡ଼ିଶାରେ ଡବଲ ଇଞ୍ଜିନ ଲାଗିଲେ ହିଁ ଓଡ଼ିଶାର ବିକାଶ ହେବ'

କଙ୍କଡାହାଡ ୮/୬: ମୋଦି ସରକାରରେ ଓଡ଼ିଶାର ସମ୍ମାନ, ଗୌରବ ଓ ଓଡିଆ ଅସ୍ମିତାକୁ ପ୍ରାଥମିକତା ଦିଆଯିବା ଦେବା ସହ ବିଗତ ୯ ବର୍ଷରେ ଅନେକ ଜନକଲ୍ୟାଣକାରୀ କାମ ହୋଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡ଼ିଶାର ୩ କୋଟି ୨୫ ଲକ୍ଷ ହିତାଧିକାରୀ ଏବଂ ଢେଙ୍କାନାଳର ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କ ପାଇଁ ବ୍ୟକ୍ତି ପିଛା ମାସିକ ଦିଆଯାଉଥିବା ଚାଉଳ ପାଇଁ ମୋଦି ସରକାର ୨୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହି ହିସାବରେ ମୋଦି ସରକାର କେବଳ ଢେଙ୍କାନାଳର ହିତାଧିକାରୀଙ୍କ ପାଇଁ ମାସିକ ୨୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଗୁରୁବାର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଙ୍କଡାହାଡରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାରଙ୍କ ଶାସନର ୯ ବର୍ଷ ପୂରଣ ହୋଇଛି । ବିଗତ ୯ ବର୍ଷକୁ ସମୀକ୍ଷା କଲେ ଅନେକ ଗରିବ କଲ୍ୟାଣକାରୀ ଯୋଜନା ଭାରତର ସବୁ ଗରିବଙ୍କ ପାଇଁ ଉପଲବ୍ଧ ହୋଇଛି । ଢେଙ୍କାନାଳ ପାଇଁ ହୋଇଥିବା କଲ୍ୟାଣକାରୀ ଯୋଜନାର ହିସାବ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାରେ ପ୍ରାୟ ୮୦ ହଜାର ଏବଂ ପିଏମ ଆବାସ ଯୋଜନାରେ ସହରରେ ପ୍ରାୟ ୧୦ ହଜାର ଘର ମୋଦି ଦେଇଛନ୍ତି । କଙ୍କଡାହାଡ଼ରେ ୧୦ ହଜାର ୭୧୨ ଘର ନିର୍ମାଣ ପାଇଁ ଲକ୍ଷ୍ୟ ରହିଥିବା ବେଳେ ମୋଦି ସରକାର ଏଥିପାଇଁ ୧୨୯ କୋଟି ଟଙ୍କା ଦେଇଛନ୍ତି।

ପସନ୍ଦ ଆସିପାରେ ସୁଶାନ୍ତଙ୍କ ହାଟ୍ରିକ୍‌ ରାସ୍ତାରେ ଅଗସ୍ତି କଣ୍ଟା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଗୋଟି ଚାଳନା ଉପରେ ନଜର

ସେହିପରି ଢେଙ୍କାନାଳ ଜିଲ୍ଲାରେ ପ୍ରାୟ ୨ ଲକ୍ଷ ହିତାଧିକାରୀଙ୍କ ଘରେ ଉଜ୍ଜଳା ଯୋଜନାରେ ମାଗଣା ରନ୍ଧନ ଗ୍ୟାସ ଦିଆଯାଇଛି । ଏଥିପାଇଁ ମୋଦି ସରକାର ପ୍ରାୟ ୩୨ କୋଟି ପ୍ରଦାନ କରିଛନ୍ତି । ଜିଲ୍ଲାକୁ ସୌଭାଗ୍ୟ ଯୋଜନାରେ ଶତପ୍ରତିଶତ ବିଦ୍ୟୁତିକରଣ ହୋଇଛି । ମାଆ ମାନଙ୍କର ବିକାଶ ପାଇଁ ଋଣ ଦିଆଯାଇଛି । ଢେଙ୍କାନାଳର ୭ ଲକ୍ଷ ୬ ହଜାର ୫୭୬ ଜଣ ହିତାଧିକାରୀଙ୍କୁ ମୁଦ୍ରା ଯୋଜନା ରେ ୨୭୭୯ କୋଟି ଟଙ୍କାର ଋଣ ଦେବା ପାଇଁ ଅନୁମୋଦନ ଦିଆଯାଇଛି । ମାତ୍ର ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବାରୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନା ପାରୁନାହିଁ । କଙ୍କଡାହାଡ ଓ ଢେଙ୍କାନାଳର ବିକାଶ ପାଇଁ ପ୍ରଧାନମନ୍ତ୍ରୀ କୋଟି କୋଟି ଟଙ୍କା ଦେଉଥିଲେ ମଧ୍ୟ ଓଡ଼ିଶାରେ ଦାୟିତ୍ୱରେ ଥିବା ଲୋକମାନେ ସେହି ଟଙ୍କାକୁ ଗରିବ ଲୋକଙ୍କ ବିକାଶ କାମରେ ଖର୍ଚ୍ଚ ନ କରୁନାହାନ୍ତି, ଯାହା ଦୁଃଖଦାୟକ । ଆନ୍ତରିରତା ଅଭାବ କାରଣରୁ ଓଡ଼ିଶାରେ ଗରିବଙ୍କୁ ଘର ମିଳୁନାହିଁ । ପ୍ରତି ଘରକୁ ପିଇବା ପାଣି ପହଞ୍ଚି ପାରୁନାହିଁ । ମହିଳାଙ୍କର ବିକାଶ ହୋଇପାରୁନାହିଁ । ମୋଦି ପଠାଉଥିବା ଟଙ୍କା ଗରିବଙ୍କ କାମରେ ଆସୁନାହିଁ ।

{"id":584621,"sizeSlug":"large","linkDestination":"none"}

ପିଏମ ମୋଦି ପାଇପ ଯୋଗେ ଢେଙ୍କାନାଳର ଢେଙ୍କାନାଳରେ ୨ ଲକ୍ଷ ୨ ହଜାର ୫୨୯ ହିତାଧିକାରୀଙ୍କ ଘରକୁ ପାଇପ ଯୋଗେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବାର ବ୍ୟବସ୍ଥା କରିଥିବା ବେଳେ ରାଜ୍ୟ ସରକାର ଏହାକୁ କ୍ରିୟାନ୍ୱୟନ କରିବାରେ ବିଫଳ ହେଉଛନ୍ତି । ୨୩ ବର୍ଷ ଶାସନରେ ଏଠାରେ ପାନୀୟ ଜଳର ସମସ୍ୟା ଅଛି । ଅଞ୍ଚଳର ମାଆ ଭଉଣୀମାନେ ଗାଁରେ ପାନୀୟ ଜଳ ସମସ୍ୟା ନେଇ ଅଭିଯୋଗ କରୁଛନ୍ତି । ରାମିଆଳ କେନାଲରେ ଥିବା ପାଣିର ସୁବିନିଯୋଗ ହେଉନାହିଁ । ଢେଙ୍କାନାଳବାସୀ, କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ରାଜ୍ୟ ସରକାରଙ୍କୁ ଏହାର ଜବାବ ନିଶ୍ଚୟ ଦେବେ ।

ନଜର ପକାନ୍ତୁ ୨୦୦୪ ମ୍ୟାଜିକ୍‌ର ପୁନରାବୃତ୍ତି ଆଶାରେ ଦେବାଶିଷ, ଶୁଭ୍ରାଂଶୁ ଓ ତୁଷାରଙ୍କୁ ନେଇ ବିଜେପିର ଅଙ୍କକଷା

ଆଜି ଦେଶରେ ମୋଦିଜୀ ଜନସେବକର ଦାୟିତ୍ୱ ନେବା ସହ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ଧାନର ଏମଏସପି ପ୍ରତିବର୍ଷ ବୃଦ୍ଧି କରିବା ସହ ଚାଷୀ କଲ୍ୟାଣକୁ ପ୍ରାଥମିକତା ଦେଉଛନ୍ତି । ଗରିବଙ୍କ ସେବା ସହ ମାଆ ଭଉଣୀ ମାନଙ୍କୁ ସ୍ୱାବଲମ୍ବୀ କରିବା, ଯୁବବର୍ଗଙ୍କୁ ରୋଜଗାର ଦେବା ଓ ଜନତାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ମୋଦି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ପୂର୍ବରୁ ଖଣି ନିଲାମ ପାଇଁ ଓଡ଼ିଶାକୁ ୫ ହଜାର କୋଟି ମିଳୁଥିଲା ଏବଂ ପୁଞ୍ଜିପତିମାନେ ଧନୀ ହେଉଥିଲେ । ଏବେ ମୋଦି ସରକାରରେ ଖଣି ନୀତି ସଂସ୍କାର ଓ ଡିଏମଏଫ କାରଣରୁ ଗରିବ ଲୋକମାନେ ଲାଭ ପାଉଛନ୍ତି । ମାତ୍ର ଢେଙ୍କନାଳରେ ଡିଏମଏଫରୁ ଆଦାୟ ହେଉଥିବା ଅର୍ଥ ଗରିବଙ୍କ ମୌଳିକ ସୁବିଧା ଓ ଚିକିତ୍ସା ପାଇଁ ଉପଯୋଗ ହେଉନାହିଁ । ଓଡ଼ିଶାରେ ଡବଲ ଇଞ୍ଚି ନ ଲାଗିଲେ ହିଁ ଓଡ଼ିଶାର ବିକାଶ ହେବ। ପ୍ରଧାନମନ୍ତ୍ରୀଙ୍କ ସରକାର ଲୋକକଲ୍ୟାଣ, ଗରିବ, ମାଆ ଭଉଣୀ, ଯୁବବର୍ଗଙ୍କ କଲ୍ୟାଣ ଏବଂ ସ୍ୱାଭିମାନୀ ଓଡ଼ିଶା ଓ ଭାରତ ପାଇଁ ବଦ୍ଧ ପରିକର ବୋଲି ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ ଢେଙ୍କାନାଳର ମାଟି ବୀର ସଂଗ୍ରାମୀଙ୍କ ମାଟି । ବୀର ସଂଗ୍ରାମୀ ସାରଙ୍ଗଧର ଦାସ,ବୈଷ୍ଣବ ଚରଣ ପଟ୍ଟନାୟକ,ମହେଶ୍ଚନ୍ଦ୍ର ସୁବାହୁ ସିଂହ ଓ ଶହୀଦ ବାଜି ରାଉତଙ୍କ ପୁଣ୍ୟ ଜନ୍ମଭୂମି । ଏହି ମାଟି କେବେ ଇଂରେଜଙ୍କୁ ଭ୍ରୁକ୍ଷେପ କରିନଥିଲା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.