PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ସମ୍ବଲପୁରରେ ‘ଶୀତଳ ଷଷ୍ଠୀ’ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ: କହିଲେ, ‘ଭଗବାନ ଶିବ ଓ ମାତା ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କରିବା ମୋ ପାଇଁ ପରମ ସୌଭାଗ୍ୟ’

ସମ୍ବଲପୁର ୨୫/୫– କେନ୍ଦ୍ର, ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ସମ୍ବଲପୁରର ବିଭିନ୍ନ ସ୍ଥାନରେ ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହୋଇ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କରିବା ସହ ମହା ଆଳତୀ କରିଛନ୍ତି ।

ଶୀତଳ ଷଷ୍ଠୀ ପର୍ବର ଶୁଭେଚ୍ଛା ଜଣାଇବା ସହ ପ୍ରଧାନ କହିଛନ୍ତି ଯେ ଶିବ-ପାର୍ବତୀ ଦେବଦମ୍ପତ୍ତିଙ୍କ ଅନନ୍ୟ ପରମ୍ପରାର ପର୍ବ ହେଉଛି ଶୀତଳ ଷଷ୍ଠୀ । ଏହି ପର୍ବରେ ସାମିଲ ହେବା ମୋ ପାଇଁ ପରମ ସୌଭାଗ୍ୟ । ମୁଁ ଯେତେବେଳେ ଏହି ପର୍ବରେ ସାମିଲ ହୁଏ, ମନ ଆନନ୍ଦିତ ହୁଏ । ଶୀତଳ ଷଷ୍ଠୀ ଏକ ଲୋକପର୍ବ ଓ ଧାର୍ମିକ ପର୍ବ । ଭାଇଚାରା ଓ ସମ୍ପର୍କକୁ ମଜଭୂତ୍ କରିବାର ଦିନ । ଐତିହାସିକ ଓ ସଂସ୍କୃତି ସମ୍ପନ୍ନ ସମ୍ବଲପୁର ସହରରେ ଏହି ଲୋକପର୍ବ ପୁରୁଣା ବନ୍ଧୁ ଓ ସମ୍ପର୍କୀୟ ମାନଙ୍କୁ ଏକାଠି କରିବାର ଏକ ଅବସର ଦେଇଛି । ଆଜି ମୁଁ ମଧ୍ୟ ଅନେକ ପୁରୁଣା ବନ୍ଧୁଙ୍କୁ ଭେଟି ବହୁତ ଆନନ୍ଦିତ ।

କେନ୍ଦ୍ରମନ୍ତ୍ରୀ ପ୍ରଧାନ ଠାକୁରପଡ଼ା, ଶାନ୍ତି ନଗର, ଜଗନ୍ନାଥ କଲୋନି, କୁଲୁଥକାନି, ସିନ୍ଦୂରପଙ୍କ, ଅଇଁଠାପାଲି, ଦୁର୍ଗା ମଙ୍ଗଲମ୍, ଧର୍ମଶାଳା କ୍ଷେତରାଜପୁର, ନନ୍ଦପଡ଼ା, ଝାଡୁଆପଡ଼ା, ମୁଦିପଡ଼ା ଓ ହୀରାକୁଦରେ ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହେବା ସହ କନ୍ୟାପକ୍ଷର ମାତାପିତାଙ୍କୁ ଭେଟିଥିଲେ । କେନ୍ଦ୍ରମନ୍ତ୍ରୀ ପ୍ରଧାନ ସିନ୍ଦୁରପଙ୍କ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଓ କୁଲୁଥକାନି ଠାରେ ‘ଶ୍ରୀ କଳ୍ପେଶ୍ୱର ବାବା’ ମନ୍ଦିରରେ ଦର୍ଶନ କରିଥିଲେ ।