ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

'ସଂସ୍କୃତି ଏବଂ ଐତିହ୍ୟ ନେଇ ପ୍ରସ୍ତୁତ ହେବ ପାଠ୍ୟ ଖସଡ଼ା, ନୌବାଣିଜ୍ୟ ଓ ସ୍ଥପତି ସମ୍ପର୍କରେ ପଢିବେ ଛାତ୍ରଛାତ୍ରୀ' : ଧର୍ମେନ୍ଦ୍ର ପ୍ରଧାନ

Published By : Rasmita Pradhan | January 21, 2025 1:02 PM

ଭୁବନେଶ୍ୱର, ୨୧/୦୧ : ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷାନୀତି ୨୦୨୦। ଏନେଇ ତିନିଦିନିଆ ରାଷ୍ଟ୍ରୀୟ କର୍ମଶାଳା ଆୟୋଜନ ହୋଇଛି। ଉଦଘାଟନୀ ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି। ଏହାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ସମୟରେ ସେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ତତ୍କାଳୀନ ସରକାର ଲୋକ ଦେଖାଣିଆ ଭାବେ କହିଥିଲେ ଯେ ଏନଇପି ଲାଗୁ କରିବେ, କିନ୍ତୁ ସେମାନେ ଏନଇପି ବଦଳରେ ଓଡ଼ିଶା ଶିକ୍ଷା ନୀତି ପ୍ରଚଳନ କରିବେ ବୋଲି ଚିନ୍ତା କରୁଥିଲେ। ମୋହନ ମାଝୀଙ୍କ ସରକାର ଆସିବା ପରେ ରାଜ୍ୟରେ ଏନଇପି ଲାଗୁ ହୋଇପାରିଲା। 

କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ନୂଆ ଶିକ୍ଷା ନୀତି ପାଠ୍ୟ ଖସଡ଼ା ପାଇଁ କମିଟି ଗଠନ ହୋଇଛି। ତଥାପି ଅନ୍ୟମାନଙ୍କ ଠାରୁ ପରାମର୍ଶ ନିଆଯାଉ। NEP ଲାଗୁ ପାଇଁ ଓଡ଼ିଶାର ଗୋଟିଏ ସର୍ତ୍ତ ଥିଲା, ଯେ ଓଡ଼ିଆ ସଂସ୍କୃତି ଐତିହ୍ୟକୁ ନେଇ ପାଠ୍ୟ ଖସଡ଼ା ପ୍ରସ୍ତୁତ ହେବ। ନୂଆ ଶିକ୍ଷା ନୀତିରେ ଓଡ଼ିଆ ଛାତ୍ରଛାତ୍ରୀ ବୀରଗାଥା, ଭାଷା, ନୌବାଣିଜ୍ୟ, ସ୍ଥପତି ସମ୍ପର୍କରେ ପାଠ ପଢିବେ। ବିଜ୍ଞାନରେ ପଠାଣି ସାମନ୍ତଙ୍କ ଉଦାହରଣ ଦିଆଯିବ। ଓସେନୋଲୋଜିରେ ସାମିଲ ହେବ ନୌବାଣିଜ୍ୟ ତଥ୍ୟ। କେବଳ ସେତିକି ନୁହେଁ, ଇତିହାସରେ ବକ୍ସି ଜଗବନ୍ଧୁ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ତଥ୍ୟ ମଧ୍ୟ ରହିବ ।

ଏହି ଖବରଟିକୁ ପଢନ୍ତୁ-ଲୋକସେବା ଭବନରେ ଏନ୍‌ଇପି କର୍ମଶାଳା, ମୁଖ୍ୟମନ୍ତ୍ରୀ କହିଲେ 'ଶିକ୍ଷା ହେଉଛି ଶକ୍ତି'

ରାଜ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁ କରିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଆସନ୍ତା ଶିକ୍ଷା ବର୍ଷରେ ସ୍କୁଲ ସ୍ତରରେ ଏହାକୁ ଲାଗୁ କରିବାକୁ କିଛି ଦିନ ତଳେ ବିଜ୍ଞପ୍ତି ପ୍ରକାଶ କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏହାର ସିଲାବସ ପ୍ରସ୍ତୁତ ପାଇଁ ୧୭ ଜଣିଆ ଷ୍ଟିଆରିଂ କମିଟି ଗଠନ ହୋଇଛି। ଗତକାଲି ଏହାର ମାର୍ଗଦର୍ଶିକା ଜାରି କରିଛନ୍ତି ସରକାର। ଏହାକୁ ସଠିକ ଭାବେ କାର୍ଯ୍ୟକାରୀ କରିବା ପାଇଁ କର୍ମଶାଳା ଜରିଆରେ ବିଶେଷଜ୍ଞଙ୍କ ମତାମତ ନିଆଯାଉଛି। ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଲାଗୁ କରିବା ପାଇଁ ଆଜିଠୁ ୩ ଦିନିଆ କର୍ମଶାଳା ଆରମ୍ଭ ହେଉଛି। ଆଜି ଲୋକସେବା ଭବନରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହିଛନ୍ତି। ଏହା ସହ ଅନେକ ଶିକ୍ଷାବିତ, ଏବଂ ଭାରତ ସରକାରଙ୍କ ଅଧିନସ୍ଥ ଅନେକ ଶିକ୍ଷା ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ୨୨ ଏବଂ ୨୩ ତାରିଖ ଦିନ ମଧ୍ୟ ଦୁଇ ଦିନିଆ ଆଲୋଚନା ହେବ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.