PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ଜୋର୍‌ଦାର ବର୍ଷିଲେ ଧର୍ମେନ୍ଦ୍ର: ମମତା ଓ ନବୀନ ଚିଟ୍‌ଫଣ୍ଡ ଦୁର୍ନୀତିର ଲାଭାର୍ଥୀ

ଭୁବନେଶ୍ୱର,୪ା୨(ବ୍ୟୁରୋ): ପଶ୍ଚିମବଙ୍ଗରେ ସ୍ୱଂୟ ମମତା ବାନାର୍ଜୀ ଏବଂ ଓଡ଼ିଶାରେ ନବୀନ ପଟ୍ଟନାୟକ ଚିଟ୍‌ଫଣ୍ଡ ଦୁର୍ନୀତିର ସବୁଠୁ ବଡ଼ ଲାଭାର୍ଥୀ । ଉଭୟ ପୂର୍ବ ଭାରତରେ ସାରଦା, ସିସୋର୍‌, ଅର୍ଥତତ୍ତ୍ୱ ଭଳି ଚିଟ୍‌ଫଣ୍ଡ କମ୍ପାନୀର ମୁଖ୍ୟ ପୃଷ୍ଠପୋଷକ ଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏମିତି ସଙ୍ଗୀନ ଆରୋପ ଆଣି ମମତା ଓ ନବୀନଙ୍କ ଉପରେ ଭୀଷଣ ବର୍ଷିଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି, ପଶ୍ଚିମବଙ୍ଗ ହେଉ କି ଓଡ଼ିଶା । ଯେଉଁମାନେ ଗରିବ ଲୋକଙ୍କ ପଇସା ଲୁଟୁଛନ୍ତି, ସେମାନଙ୍କୁ ନ୍ୟାୟ ବ୍ୟବସ୍ଥାରେ ଦଣ୍ଡ ମିଳିବା ଦରକାର । ଏହି ଡରରେ ଚିଟ୍‌ଫଣ୍ଡ କେଳେଙ୍କାରୀରେ ସଂପୃକ୍ତ ରାଜନୈତିକ ଦଳଗୁଡିକ ଏକାଠି ହୋଇଛନ୍ତି । ୨୦୧୨-୧୩ରେ ଆଗତ ଏକ ଜନସ୍ୱାର୍ଥ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବଳରେ ସିବିଆଇ ଘଟଣାର ତଦନ୍ତ କରୁଛି । ସାମ୍ବିଧାନିକ ଅଧିକାର ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ସିବିଆଇ ତଦନ୍ତ ଆଗକୁ ବଢ଼ାଉଛି । କିନ୍ତୁ ମମତା ସାମ୍ବିଧାନିକ ସଙ୍କଟ ତିଆରି କରି ନିଜର ଦୁର୍ବଳତା ଓ ଚୋରିକୁ ଲୁଚାଇବାକୁ ଏ ପ୍ରକାର ସୁଆଙ୍ଗ ରଚୁଛନ୍ତି ।
ଓଡ଼ିଶା ପ୍ରସଙ୍ଗ ଉଠାଇ ଧର୍ମେନ୍ଦ୍ର କହିଛନ୍ତି, ଚିଟ୍‌ଫଣ୍ଡ ଦୁର୍ନୀତିରେ ସଂପୃକ୍ତ ବିଜେଡି ବିଧାୟକଙ୍କୁ ସିବିଆଇ ସମନ ଦେବା ବେଳେ ପୁଲିସ ବିଜେପି ନେତାଙ୍କୁ ସମନ ଦେଉଛି । ଆଇନରୁ ଉଦ୍ଧ୍ୱର୍ରେ କେହି ନାହାନ୍ତି । ପୁଲିସ ପାଖରେ ଯଦି କିଛି ପ୍ରମାଣ ଅଛି ସେମାନେ ନିଶ୍ଚିତ କରିବା ଦରକାର । କିନ୍ତୁ ତାର ଅର୍ଥ ନୁହେଁ, ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ଏସ୍‌ଆଇଟି ଅନୁଧ୍ୟାନରେ ଚାଲିଥିବା ତଦନ୍ତକୁ ବାଟବଣା କରାଇବେ । ଗରିବଙ୍କ ଟଙ୍କା ଲୁଟିଥିବା ଟିଏମ୍‌ସି, ବିଜେଡି, କଂଗ୍ରେସ, ସମାଜବାଦୀ ପାର୍ଟି ଓ ଟିଡିପି ଭଳି ଦଳ ଗରିବଙ୍କ କୋଟି କୋଟି ଟଙ୍କା ଲୁଟ୍‌ କରି ଏବେ ଏକାଠି ହୋଇଛନ୍ତି । ଆଜି ଲୋକସଭାରେ ବିଜେଡି ସାଂସଦ ଦେଇଥିବା ମନ୍ତବ୍ୟ ଏହା ସ୍ପଷ୍ଟ କରି ଦେଇଛି ବୋଲି ଧର୍ମେନ୍ଦ୍ର କଟାକ୍ଷ କରି କହିଛନ୍ତି ।