ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

କୋଷ୍ଟାଲ୍‌ ହାଇୱେ ପ୍ରକଳ୍ପରେ ବିଳମ୍ବ: ମୁଖ୍ୟମନ୍ତ୍ରୀଙ୍କୁ ଦୋଷ ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୧ା୧(ବ୍ୟୁରୋ): କୋଷ୍ଟାଲ୍‌ ହାଇୱେ ପ୍ରକଳ୍ପ ବିଳମ୍ବ ନେଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରକଳ୍ପ ବିଳମ୍ବ ହେବା ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଦୋଷ ଦେଇଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ଦୀଘାରୁ ଗୋପାଳପୁର ୪୧୫ କିଲୋମିଟର କୋଷ୍ଟାଲ୍‌ ହାଇୱେ ନିର୍ମାଣକୁ ରାଜ୍ୟ ସରକାର ବିରୋଧ କରୁଛନ୍ତି । ୯ ହଜାର କୋଟିର ଏହି ପ୍ରକଳ୍ପ ହେଲେ କାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଁ ନେଇଯିବେ, ତେଣୁ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ କରାଇ ଦେଉନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।
ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ସରକାର ଓଡ଼ିଶା ପ୍ରତି ବିଶେଷ ଭାବେ ଧ୍ୟାନ ଦେଇଛନ୍ତି । ବିଗତ କିଛି ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ୨୦ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ଲୋକାର୍ପଣ କରିବା ସହ ବିଭିନ୍ନ କାର୍ଯ୍ୟ ଆରମ୍ଭ କରିଛନ୍ତି । ରାସ୍ତା, ପେଟ୍ରୋଲିୟମ, ଶିକ୍ଷା, ସ୍ୱାସ୍ଥ୍ୟ ସେବା, ରେଳ, ପାସପୋର୍ଟ ଏ ସବୁ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଓଡ଼ିଶାରେ କାମ ଆରମ୍ଭ କରାଯାଇଛି । ହେଲେ ଓଡ଼ିଶା ସରକାର ଇର୍ଷା ପରାୟଣ ହୋଇ ମୋଦି ସରକାରଙ୍କ କାମକୁ କରାଇ ଦେଉନାହାନ୍ତି । ଓଡ଼ିଶାର ବିକାଶ ନ ହେଉ ପଛେ, ଯୁବକଙ୍କୁ ରୋଜଗାର ନ ମିଳୁ ପଛେ, ଭାରତ ସରକାରଙ୍କ ଟଙ୍କା ଓଡ଼ିଶାରେ ଖର୍ଚ୍ଚ ନ ହେଉ ପଛେ, ସେମାନେ ମୋଦିଙ୍କ ଉପରେ ଇର୍ଷା କରି ଚାଲିବେ । ରାଜ୍ୟର ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି, ଓଡ଼ିଶାର ବିକାଶ ପାଇଁ ପ୍ରତିବଦ୍ଧ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟରେ ରାଜ୍ୟ ସରକାର ଅସହଯୋଗ କରିବା ସହ କାର୍ଯ୍ୟରେ ବାଧା ଦେଉଛନ୍ତି । ଓଡ଼ିଶାର ଭିତ୍ତିଭୂମି, ଅର୍ଥନୈତିକ ବିକାଶ, ନିଯୁକ୍ତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ୱ ଦେଉଛନ୍ତି । ହେଲେ ଏହି କାମର କ୍ରିୟାନ୍ୱୟନରେ ବାଧକ ସାଜିଛନ୍ତି ରାଜ୍ୟ ସରକାର ।
ଧର୍ମେନ୍ଦ୍ର କହିଛନ୍ତି, ଗତ ୧୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି । ଓଡ଼ିଶା ଐତିହାସିକ ଦୃଷ୍ଟିରେ ଭିତ୍ତିଭୂମି କ୍ଷେତ୍ରରେ ପଛରେ ଅଛି ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେ୍‌ଖ କରିଛନ୍ତି । କେବଳ ଭାଷଣବାଜି, କୁମ୍ଭୀର କାନ୍ଦଣା କାନ୍ଦିଲେ ରାଜ୍ୟର ଭିତ୍ତିଭୂମି ବଢ଼ିବ ନାହିଁ । ଷଡ଼ଯନ୍ତ୍ର ଓ ଅପଚେଷ୍ଟା ନ କଲେ ଓଡ଼ିଶାର ଭିତ୍ତିଭୂମି ଆଗେଇ ପାରିବ ।
ସେ ଆହୁରି କହିଛନ୍ତି, ରାଜ୍ୟର ଏଭଳି ଏକ ମହତ୍ୱକାଂକ୍ଷୀ ବିକାଶ ପ୍ରକଳ୍ପକୁ କରାଇ ଦେଉନାହାନ୍ତି ରାଜ୍ୟ ସରକାର । ରାଜ୍ୟର ସମୁଦ୍ର ଉପକୂଳ ଓଡ଼ିଶାର ପୁଞ୍ଜି । ରାଜ୍ୟରେ ୪୧୫ କିମି ସମୁଦ୍ର ଉପକୂଳ ରହିଛି । ଦୀଘାରୁ ଗୋପାଳପୁର ପର୍ଯ୍ୟନ୍ତ ୪୧୫ କିମି ରାସ୍ତାକୁ ୨୦୧୬ ମସିହାରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟର ଭାରତମାଳା ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରି ତା’ର କାମ ଆରମ୍ଭ କଲେ । ୨୦୧୬ ପ୍ରାରମ୍ଭରେ ଏଥିପାଇଁ କନସଲଟାଣ୍ଟ ନିଯୁକ୍ତ ହେଲେ । ପ୍ରସ୍ତାବିତ ଆଲାଇନ୍‌ମେଣ୍ଟ ମଧ୍ୟ ତିଆରି କରାଗଲା । ସେଇ ଆଲାଇନ୍‌ମେଣ୍ଟର ପ୍ରଥମ ବୈଠକ ଓଡ଼ିଶାର ତତ୍କାଳୀନ ଅତିରିକ୍ତ ମୁଖ୍ୟ ସଚିବ ତଥା ଉନ୍ନୟନ କମିଶନରଙ୍କ ସହ ବସିଲା । ବୈଠକରେ ପ୍ରସ୍ତାବିତ ଆଲାଇନ୍‌ମେଣ୍ଟକୁ ପ୍ରଶଂସା କରାଗଲା ।
ଧର୍ମେନ୍ଦ୍ର କହିଛନ୍ତି, ଏକ ଗେଜେଟ୍‌ ଆକ୍ଟ ମାଧ୍ୟମରେ ଏହାକୁ ଜାତୀୟ ରାଜପଥ ଭାବେ ଘୋଷଣା କରାଗଲା । ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କ ପରାମର୍ଶରେ ୧୫ ଜଣ କମ୍ପିଣ୍ଟେଟ୍‌ ଅଥରିଟିଙ୍କୁ ନିଯୁକ୍ତ କରାଗଲା । ୨୦୧୭ରେ କ୍ଷେତ୍ରସ୍ତରରେ ଏହି କାମ ଚାଲିଲା । ଏ ନେଇ ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ତତ୍କାଳୀନ ମନ୍ତ୍ରୀ ସଂଜୟ ଦାସବର୍ମା, ମହେଶ୍ୱର ମହାନ୍ତିଙ୍କ ସହ ବିଭିନ୍ନ ସ୍ତରରେ ମଧ୍ୟ ବୈଠକ ବସିଥିଲା । ଏହାର ତଥ୍ୟ ମଧ୍ୟ ସଂଗୃହୀତ କରାଯାଇଥିଲା ।
ଧର୍ମେନ୍ଦ୍ର କହିଛନ୍ତି, ୨୦୧୮ ଏପ୍ରିଲ ୭ରେ ଭୁବନେଶ୍ୱରରେ ମୁଖ୍ୟ ସଚିବଙ୍କ ଉପସ୍ଥିତିରେ ସମସ୍ତ ତଥ୍ୟ ଉପସ୍ଥାପନ କରାଯାଇଥିଲା । ମୁଖ୍ୟ ସଚିବ ପ୍ରକଳ୍ପକୁ ପ୍ରଶଂସା କରିବା ସହ ସହଯୋଗର ଦାୟିତ୍ୱ ନେବେ ବୋଲି କହିଥିାଲେ । ପରବର୍ତ୍ତୀ ସମୟରେ ଗତ ୨୭/୪/୧୮ରେ କେନ୍ଦ୍ର ସଚିବ ଏହାକୁ ଚୂଡ଼ାନ୍ତ ଅନୁମୋଦନ ଦେଲେ । କେନ୍ଦ୍ର ସରକାର ଏହି ତଥ୍ୟ ବାବଦରେ ରାଜ୍ୟ ସରକାରଙ୍କୁ ଅବଗତ କରାଇଲେ । ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ, ଜଙ୍ଗଲ କ୍ଲିୟରାନ୍ସ, ସିଆରଜେଡ୍‌, ୟୁଟିଲିଟି ସିଫିଙ୍ଗ୍‌ ସହାୟତା ରାଜ୍ୟ ସରକାରଙ୍କୁ ମଗାଗଲା । ଏନ୍‌ଏଚ୍‌ଏଆଇ ମଧ୍ୟ ରାଜ୍ୟ ସରକାରଙ୍କୁ ଏକ ଚିଠି ଦେଲେ ।
ଧର୍ମେନ୍ଦ୍ର କହିଛନ୍ତି, ୧୯୫୬ ଆକ୍ଟ ବଳରେ ସମସ୍ତଙ୍କ ପରାମର୍ଶ ପରେ ଆଲାଇନ୍‌ମେଣ୍ଟ ଚୂଡ଼ାନ୍ତ କରିବାର କ୍ଷମତା କେନ୍ଦ୍ର ସରକାରଙ୍କ ପାଖରେ ଅଛି । ରାଜ୍ୟ ସରକାରଙ୍କୁ ୪ଟି ବିଷୟରେ ସହଯୋଗ ମଗାଯିବା ସହ କମ୍ପିଣ୍ଟାଟ୍‌ ଅଥରିଟି ନଯୁକ୍ତ କରାଗଲା । ଏଥିପାଇଁ ଚୂଡ଼ାନ୍ତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଲା । ଚିଲିକା ଉପରେ ବିଶେଷ କରି କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ଅଞ୍ଚଳକୁ ଯୋଡ଼ିବା ପାଇଁ ପାଖାପାଖି ୫ଶହ କୋଟି ଟଙ୍କାରେ ବ୍ରହ୍ମପୁରା ଓ ମଇଁଷା ଗାଁ ଦେଇ ଏକ ବ୍ରିଜ୍‌ ହୋଇଥାନ୍ତା । ୯ଟି ପ୍ୟାକେଜରେ ଏହି ୪୧୫ କିମି ରାସ୍ତାକୁ ବିଭକ୍ତ କରାଯାଇଥିବାବେଳେ ଏଥିମଧ୍ୟରୁ ଗୋଟିଏ ପ୍ୟାକେଜ୍‌ ହେଲା ଏହି ବ୍ରିଜ୍‌ । ଏଥିପାଇଁ ଜମି ଦରକାର ନଥିଲେ ସୁଦ୍ଧା ସିଆରଜେଡ୍‌ ଅନୁମତି ଦରକାର । ଓଡ଼ିଶା କୋଷ୍ଟାଲ ଜୋନ୍‌ ଅଥରିଟି ଏଥିପାଇଁ ଅନୁମତି ଦେବା ଦରକାର ଥିଲା । ଗତ ନଭେମ୍ବର ୮ରେ ସିଆରଜେଡ୍‌ ପ୍ରସ୍ତାବ ଜହ୍ନିକୁଦଠୁ ବାଙ୍କିଜାଲ ପ୍ୟାକେଜ୍‌-୩ ପାଇଁ ଓଡ଼ିଶା କୋଷ୍ଟାଲ ଜୋନ୍‌ର ମେମ୍ବର ସେକ୍ରେଟାରିଙ୍କୁ ଦରଖାସ୍ତ ଦିଆଯାଇଥିଲା । ବାରମ୍ବାର ଏଥିପାଇଁ ଅନୁରୋଧ କରାଯାଇଥିଲା । ଗତ ଡିସେମ୍ବର ୬ ତାରିଖରେ ଓଡ଼ିଶା କୋଷ୍ଟାଲ୍‌ ଜୋନ୍‌ ବିଭାଗର ଉକ୍ତ ସେକ୍ରେଟାରୀଙ୍କୁ ସବୁ କ୍ଲାରିଫିକେସନ୍‌ ଦିଆଗଲା । କିନ୍ତୁ ବାରମ୍ବାର ଅନୁରୋଧ ସତ୍ତେ୍ୱ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ହୋଇପାରିଲା ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.