PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଅବସର ଘୋଷଣ ପରେ କାନ୍ଦି ପକାଇଥିଲେ ଧୋନୀ ଏବଂ ରୈନା

ନୂଆଦିଲ୍ଲୀ – ଭାରତର ୭୪ ତମ ସ୍ୱାଧୀନତା ଦିବସ ଅବସରରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏହାର କିଛି ସମୟ ପରେ ଇନଷ୍ଟାଗ୍ରାମରେ ନିଜ ଅବସରେ ବିଷୟରେ ସୁରେଶ ରୈନା ମଧ୍ୟ ଘୋଷଣା କରିଥିଲେ । ପ୍ରଥମ କ୍ୟାପଟେନ୍ ଭାବେ ଧୋନୀ ସବୁ ଫର୍ମାଟରେ ଭାରତ ପାଇଁ ବିଶ୍ୱକପ୍‌ କ୍ରିକେଟ୍‌ରେ ବିଜୟୀ ହୋଇଥିଲେ । କ୍ୟାପଟେନ୍‌ କୁଲ୍‌ ଭାବେ ପରିଚିତ ଧୋନୀ ବେଶ୍‌ ସଫଳ ଭାବେ ଟିମ୍‌ ପରିଚାଳନା କରୁଥିଲେ ।

ଧୋନୀ ଅବସର ଘୋଣଷା କରିବାର କିଛି ସମୟ ପରେ ସୁରେଶ ରୈନା ମଧ୍ୟ ନଜି ଅବସର ବିଷୟରେ ଘୋଷଣା କରିଥିଲେ । ରୈନା ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ନିଦ ଅବସର ବିଷୟରେ ଘୋଷଣା କରିଥିଲେ । ସୁରେଶ ରୈନାଙ୍କ ଅଫିସିଆଲ୍‌ ଅବସର ବିଷୟରେ ବିସିସିଆଇ ରବିବାରରେ ଅଧିକାରୀକ ଭାବେ ସୂଚନା ଦେଇଥିଲା ।

ଅବସରେ ଘୋଷଣା ପରେ ସେହି ରାତିରେ ଧୋନୀ ଏବଂ ରୈନା ଦୁଇ ଜଣଙ୍କୁ ଆଲିଙ୍ଗନ କରିବା ସହ କାନ୍ଦିଥିଲେ ବୋଲି ରୈନା ସୂଚନା ଦେଇଛନ୍ତି । ଏହାପରେ ଦୁଇ ଜଣଙ୍କ ଚେନ୍ନାଇ ସୁପର କିଙ୍ଗସ୍‌ର ସଦସ୍ୟମାନଙ୍କ ସହ ସେମାନଙ୍କର ଖେଳ ଏବଂ ଭବିଷ୍ୟତର ଯୋଜନା ବିଷୟରେ କଥାବାର୍ତ୍ତା କରିଥିଲେ ।


ଚେନ୍ନାଇ ପହଞ୍ଚିବା ପରେ ଧୋନୀ ତାଙ୍କର ଅବସର ବିଷୟରେ ଘୋଷଣା କରିବେ ବୋଲି ସେ ଜାଣିଥିଲେ ବୋଲି ରୈନା କହିଛନ୍ତି । ଏଥିପାଇଁ ଅଗଷ୍ଟ ୧୪ ତାରିଖରେ ରୈନା , ପିୟୁଷ ଚାଓ୍ୱାଲା, ଦୀପକ ଚହର , କର୍ଣ୍ଣ ଶର୍ମା ଏକ ସ୍ୱତନ୍ତ୍ର ବିମାନରେ ରାଞ୍ଚି ପହଞ୍ଚିଥିଲେ । ସେଠାରୁ ସେମାନେ ମହେନ୍ଦ୍ର ସିଂ ଧୋନୀ ଏବଂ ମୋନୁ ସିଂଙ୍କୁ ନେବା ସହ ଚେନ୍ନାଇ ଯାଇଥିଲେ । ଏହାପରେ ସେମାନେ ଆଇପିଏଲ୍‌ ବିଷୟରେ ଆଲୋଚନା କରିଥିଲେ ।

୨୦୦୭ ମସିହାରେ ଧୋନାଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ୨୦୦୯ରେ ପଦ୍ମଶ୍ରୀ ଏବଂ ୨୦୧୮ରେ ପଦ୍ମଭୂଷଣ ଉପାଧିରେ ସମ୍ମାନୀତ କରାଯାଇଛି ।

ସମ୍ବନ୍ଧିତ ଖବର