PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ବିଜେପିରେ ସାମିଲ ହେବେ ଧୋନୀ ! କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା କହିଲେ…

ରାଞ୍ଚି ୧୪/୭: ଭାରତୀୟ ଟିମର ୱିକେଟକିପର ତଥା ବ୍ଯାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ସନ୍ୟାସ ନେବାପରେ ରାଜନୀତି ମଇଦାନକୁ ଓହ୍ଲାଇପାରନ୍ତି । ସୂଚନା ଅନୁସାରେ କ୍ରିକେଟକୁ ବିଦାୟ କହିବା ପରେ ଧୋନୀ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇପାରନ୍ତି । ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ଯକ୍ଷ ଜଗତ ପ୍ରକାଶ ନଡ୍ଡା ଏନେଇ କହିଛନ୍ତି ଯେ ‘ଯଦି ଧୋନୀ ପାର୍ଟିକୁ ଆସିବାକୁ ଚାହିଁବେ ତେବେ ତାଙ୍କୁ ଦଳରେ ସ୍ୱାଗତ କରାଯିବ ।’

ଜେପି ନଡ୍ଡାଙ୍କୁ ଯେତେବେଳେ ପଚରାଗଲା ଯେ ମହେନ୍ଦ୍ର ସିଂହ ଧୋନୀ ବିଜେପିରେ ଯୋଗଦେବେ କି ?  ଏହାର ଜବାବରେ ସେ କହିଛନ୍ତି ଯେ ‘ଆମ ପାର୍ଟି ସର୍ବବ୍ଯାପୀ  । କଳାକାର, ଖେଳାଳୀ, ସାଂସ୍କୃତିକ ଗଜତରେ ଜଡିତ ବ୍ଯକ୍ତତ୍ୱ ଆମ ସମାଜର ମୁଖ୍ୟ ଅଂଶ । ପାର୍ଟିରେ ସମସ୍ତେ ଯୋଗଦେଇପାରିବେ ।‘

କହିରଖୁଛୁ ଯେ ଝାରଖଣ୍ଡରେ ଚଳିତ ନଭେମ୍ବର-ଡିସେମ୍ବରରେ ବିଧାନସଭା ନିର୍ବାଚନ ହେବ । ଏଥିପାଇଁ ନଡ୍ଡା ରାଜ୍ଯ ଗସ୍ତରେ ପହଞ୍ଚିଛନ୍ତି । ସେ ରାଞ୍ଚିରେ ପାର୍ଟିର କୋର କମିଟି ବୈଠକ ଡକାଇଛନ୍ତି ଏବଂ ସଙ୍ଗଠନ ସ୍ତରରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

୬୫ ପ୍ଲସର ଟାର୍ଗେଟ୍
ଜେପି ନଡ୍ଡା କହିଛନ୍ତି ଯେ ଝାରଖଣ୍ଡକୁ ମୋଦିଜୀଙ୍କ ସମର୍ଥନ ମିଳିଛି । ମୁଖ୍ୟମନ୍ତ୍ରୀ ରଘୁବର ଦାସ ଯେଉଁ ୫ ବର୍ଷ କାମ କରିଛନ୍ତି ସେଥିରୁ ଆମେ ଆଶାବାଦୀ ଅଛୁ ଯେ ଆମେ ୬୫ରୁ ଅଧିକ ସଂଖ୍ଯା ସହିତ ବିଧାନସଭା  ଯିବୁ ।

ସନ୍ଯାସ ପରେ ନିଷ୍ପତ୍ତି
ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଞ୍ଜୟ ପାସୱାନ୍ କହିଛନ୍ତି ଯେ ଧୋନୀ ବିଜେପିରେ ସାମିଲ ହୋଇପାରନ୍ତି । ବିଜେପି ନେତା କହିଛନ୍ତି ଯେ ଏହି ସମ୍ବନ୍ଧରେ ତାଙ୍କ ସହିତ ଅନେକ ସମୟ ଧରି ଆଲୋଚନା ଚାଲିଛି । ଅବଶ୍ୟ ଏହି ନିଷ୍ପତ୍ତି ଧୋନୀଙ୍କ ସନ୍ଯାସ ନେବାପରେ ହିଁ ଜଣାପଡିବ ।

କହିରଖୁଛୁ ଆଇସିସି ବିଶ୍ୱ କପ ୨୦୧୯ରେ ଭାରତ ବାହାରିବା ପରେ ଏବେ ଏହି ଖବର ଉପରେ ଅଧିକ ଚର୍ଚ୍ଚା ଚାଲିଛି ଯେ ଧୋନୀ ସନ୍ଯାସ ନେଇପାରନ୍ତି ।