PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ସ୍ବାଧୀନତା ଦିବସ ପାଳନରେ ମସଗୁଲ ଥିଲା ଭାରତ, କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ହଠାତ୍‌ ଆସିଲା ସ୍ତବ୍ଧ କରିବା ଭଳି ଖବର

ନୂଆଦିଲ୍ଲୀ ୧୫/ ୦୮: ୨୦୨୦ ମସିହା ଅଗଷ୍ଟ ୧୫ ତାରିଖ ସନ୍ଧ୍ୟା ୭ଟା ବାଜି ୨୯ ମିନିଟ୍‌ । ପୁରା ଦେଶ ସ୍ବାଧୀନତା ଦିବସ ପାଳନରେ ମସଗୁଲ ଥିଲା । ହଠାତ୍‌ ଏଭଳି ଏକ ଖବର ଆସିଥିଲା ଯାହାକି କ୍ରିକେଟ ପ୍ରଶଂସକଙ୍କୁ କିଛି ସମୟ ପାଇଁ ସ୍ତବ୍ଧ କରିଦେଇଥିଲା । ଖବର ଥିଲା ଟିମ୍‌ ଇଣ୍ଡିଆର ମହାନ ତାରକା ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଅବସରର । ହଠାତ୍‌ ଧୋନୀ ଅବସର ଘୋଷଣାକୁ ସହଜରେ ଗ୍ରହଣ କରିପାରିନଥିଲେ କ୍ରିକେଟ ପ୍ରେମୀ । କାରଣ ସମସ୍ତଙ୍କ ଆଶା ଥିଲା ଯେ, ଦର୍ଶକଙ୍କ ସାମ୍ନାରେ ମ୍ୟାଚ୍‌ ଖେଳି ଅବସର ନେବେ କିନ୍ତୁ ସେଭଳି କିଛି ହୋଇନଥିଲା ।

ଧୋନୀଙ୍କ ଅବସର ଘୋଷଣା ଖବର ଆସିବା ପରେ ପୁରା କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଥିଲା । ଏହା ସହିତ କ୍ରିକେଟରେ ଏକ ଯୁଗର ଅବସାନ ଘଟିଲା । ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ପ୍ରଥମେ ସୂଚନା ଦେଇଥିଲେ ଧୋନୀ । କ୍ୟାପସନରେ ଲେଖିଥିଲେ, ‘ଆପଣମାନଙ୍କ ଭଲ ପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ । ସନ୍ଧ୍ୟା ୭ଟା ୨୯ ପରେ ମୋତେ ଅବସରପ୍ରାପ୍ତ ବୋଲି ଧରିନିଆଯାଉ’।

ଧୋନୀ ପୋଷ୍ଟ କରିଥିବା ଭିଡିଓର ଗୀତ ‘ମେ ପଲ୍‌ ଦୋ ପଲ୍‌ କା ଶାୟର ହୁଁ’ ଆଜି ବି ପ୍ରଶଂସକଙ୍କ ହୃଦୟରେ ରହିଛି । କହିବାକୁ ଗଲେ ପୁରା କ୍ୟାରିୟର ଚିତ୍ରର ଏହି ଗୀତ ମାଧ୍ୟମରେ କହିଦେଇଥିଲେ ମାହି । ତେବେ ଧୋନୀଙ୍କ ସନ୍ନ୍ୟାସ ନେବାର କିଛି ସମୟ ପରେ ହିଁ କ୍ରିକେଟକୁ ଅଲବିଦା କହିଥିଲା ଆଉ ଜଣେ ମହାରଥୀ । ସେ ହେଉଛନ୍ତି ଭେଟେରାନ୍‌ ବାମହାତୀ ବ୍ୟାଟର୍‌ ତଥା ମିଷ୍ଟର ଆଇପିଏଲ ସୁରେଶ ରୈନା । ଭାରତୀୟ ସମୟ ଠିକ ୭ଟା ୨୯ ମିନିଟରେ ହିଁ ଅବସର ଘୋଷଣା କରିଥିଲେ ଧୋନୀ । ଏହା ପଛରେ ଏକ କାରଣ ମଧ୍ୟ ରହିଛି ।

୨୦୧୯ ଦିନିକିଆ ବିଶ୍ବକପରେ ଜୁଲାଇ ୯ ତାରିଖ ଭାରତୀୟ ସମୟ ଠିକ ସନ୍ଧ୍ୟା ୭ଟା ବଜି ୨୯ ମିନିଟରେ ବିଶ୍ବକପ ଦୌଡରୁ ବାଦ୍‌ ପଡିଥିଲା ଟିମ୍‌ ଇଣ୍ଡିଆ । ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ଧୋନୀଙ୍କୁ ମାର୍ଟିନ୍‌ ଗପ୍ଟିଲ ରନ୍‌ କରିଥିଲେ । ରନ୍‌ ଆଉଟ ସହିତ ହିଁ କୋଟି କୋଟି ଭାରତୀୟ କ୍ରିକେଟ ପ୍ରେମୀଙ୍କ ଆଶା ବି ମଉଳି ଯାଇଥିଲା । ରନ୍‌ ଆଉଟ ହୋଇ ପ୍ୟାଭିଲିୟନ ଫେରୁଥିବା ବେଳେ ଧୋନୀଙ୍କ ଚେହେରାରେ ନିରାଶାଭାବ ସ୍ପଷ୍ଟ ଜଣାପଡୁଥିଲା । ସେହି ମ୍ୟାଚ ହିଁ ଧୋନୀଙ୍କର ଶେଷ ମ୍ୟାଚ୍‌ ଥିଲା ।

ଭାରତ ପକ୍ଷରୁ ଧୋନୀ ମୋଟ ୩୫୦ଟି ଦିନିକିଆ, ୯୮ଟି ଟ୍ବେଣ୍ଟି ଟ୍ବେଣ୍ଟି ଏବଂ ୯୦ଟି ଟେଷ୍ଟ ମ୍ୟାଚ୍‌ ଖେଳି ମୋଟ ୧୭,୨୬୬ ରନ କରିଛନ୍ତି । ଯେଉଁଥିରେ ୧୦୮ଟି ଅର୍ଦ୍ଧଶତକ ଏବଂ ୧୬ଟି ଶତକ ସାମିଲ ଅଛି । ଧୋନୀଙ୍କ ନେତୃତ୍ବରେ ଭାରତ ୩ଟି ଆଇସିସି ଟ୍ରଫି ହାତେଇଥିଲା । ୨୦୦୭ ମସିହାରେ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ, ୨୦୧୧ରେ ଦିନିକିଆ ବିଶ୍ବକପ ଏବଂ ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ଥିଲା ଧୋନୀଙ୍କ ଅଧିନାୟକର ସର୍ବଶ୍ରେଷ୍ଠ ଉପଲବ୍ଧି । ଆଜି ଅର୍ଥାତ ସ୍ବାଧିନତା ଦିବସର ମାହୋଲ ମଧ୍ୟରେ ଧୋନୀଙ୍କ ଅବସରକୁ ପୂରଣ ହୋଇଛି ୨ ବର୍ଷ । ଆଇସିସି ଇଭେଣ୍ଟରୁ ଧୋନୀ ଅବସର ନେଇସାରିଛନ୍ତି ସତ କିନ୍ତୁ ଇଣ୍ଡିଆନ ପ୍ରିମିୟର ଲିଗରେ ମାହିଙ୍କ ମାଷ୍ଟର ଷ୍ଟ୍ରୋକ ଏବେ ବି ଦେଖିବାକୁ ମିଳୁଛି ।

ସମ୍ବନ୍ଧିତ ଖବର