ନୂଆଦିଲ୍ଲୀ,୨୫/୦୫; "ଧୁରନ୍ଧର ୨: ଦି ରିଭେଞ୍ଜ"କ କ୍ରେଜ୍ କମିନି । ଏବେ ରାଜ କରୁଛି ଧୁରନ୍ଧର ୨ । ବକ୍ସଅଫିସରେ ସଫଳତା ହାସଲ କରିଛି । ରଣବୀର ସିଂହଙ୍କ ଅଭିନୀତ ଏହି ବ୍ଲକବଷ୍ଟର ଫିଲ୍ମଟି ବିଶ୍ୱବ୍ୟାପୀ ଆୟ କରି ଆଉ ଏକ ରେକର୍ଡ କରିଛି । ରିଲିଜର ୬୭ତମ ଦିନରେ, ଏହା ବିଶ୍ୱବ୍ୟାପୀ ୧୮୦୦ କୋଟି ଆୟକୁ ଅତିକ୍ରମ କରିଛି । ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ "ଧୁରନ୍ଧର ୨" ଏହି ସଫଳତା ହାସଲ କରିବାରେ ଦ୍ୱିତୀୟ ଭାରତୀୟ ଫିଲ୍ମ ହୋଇଛି । "ପୁଷ୍ପା ୨" ଏବଂ "ବାହୁବଳୀ ୨" ଭଳି ଫିଲ୍ମ ବକ୍ସ ଅଫିସକୁ ପଛରେ ପାଇଇଛି । ବଜେଟ୍ ତୁଳନାରେ ୪୧୦% ଲାଭ କରିଛି 'ଧୁରନ୍ଧର ୨' ।
ରଣବୀର ସିଂହ, ଅର୍ଜୁନ ରାମପାଲ, ସଞ୍ଜୟ ଦତ୍ତ, ରାକେଶ ବେଦୀ ଏବଂ ସାରା ଅର୍ଜୁନଙ୍କ 'ଧୁରନ୍ଧର ୨' ଏବେ ଶେଷ ପର୍ଯ୍ୟାୟରେ ଅଛି । ଏହି ଫିଲ୍ମଟି ଦେଶର OTT ପ୍ଲାଟଫର୍ମରେ ମଧ୍ୟ ଜୁନ୍ ୪ ତାରିଖରେ ମୁକ୍ତିଲାଭ କରିବ । 'ଧୁରନ୍ଧର ୨' ପୂର୍ବରୁ ପ୍ରଭାସଙ୍କ 'ବାହୁବଳୀ ୨' (୧,୭୮୮.୦୬ କୋଟି)କୁ ପଛରେ ପକାଇ ବିଶ୍ୱବ୍ୟାପୀ ଦ୍ୱିତୀୟ ସର୍ବାଧିକ ଆୟକାରୀ ଫିଲ୍ମ ହୋଇସାରିଛି । ମାର୍ଚ୍ଚ ୧୯ ତାରିଖରେ ମୁକ୍ତିଲାଭ କରିବା ପରେ ଭଲ ଆୟ କରିଥିଲା । ଏହା ଆମିର ଖାନଙ୍କ 'ଦଙ୍ଗଲ' (୨,୦୭୦.୩୦ କୋଟି)ର ରେକର୍ଡ ଭାଙ୍ଗିପାରିନି ।
ୱାଲ୍ଡୱାଇଟ୍ 'ଧୁରନ୍ଧର ୨' କଲେକ୍ସନ- ସାକନିଲ୍କ ଅନୁଯାୟୀ, ରିଲିଜର ୬୭ତମ ଦିନରେ, 'ଧୁରନ୍ଧର ୨: ଦି ରିଭେଞ୍ଜ' ଦେଶର ୨୪୨ଟି ଶୋରୁ ୪୦ ଲକ୍ଷ ଆୟ କରିଛି । ଶନିବାର, ଏହା ୩୦ ଲକ୍ଷ, ଶୁକ୍ରବାର ୧୩ ଲକ୍ଷ ଆୟ କରିଥିଲା । ଏହା ସହିତ, ଭାରତରେ ଏହାର ମୋଟ ମୋଟ କଲେକ୍ସନ ୧,୩୭୩.୪୨ କୋଟିରେ ପହଞ୍ଚିଛି ଏବଂ ମୋଟ ନେଟ୍ କଲେକ୍ସନ ଏବେ ୧,୧୪୭.୫୮ କୋଟିରେ ପହଞ୍ଚିଛି । ଏପର୍ଯ୍ୟନ୍ତ, ଫିଲ୍ମଟି ବିଦେଶରେ ମୋଟ ୪୨୬.୬୭ କୋଟି ଆୟ କରିଛି । ଏହିପରି ଭାବରେ, ଭାରତ ଏବଂ ବିଦେଶ ସମେତ, 'ଧୁରନ୍ଧର ୨' ୬୭ ଦିନରେ ୱାଲ୍ଡୱାଇଡ୍ ୧,୮୦୦.୦୯ କୋଟି ଆୟ କରିଛି ।
ଏହା ବି ପଢନ୍ତୁ...Jana Nayagan Release Date : ଅପେକ୍ଷାର ଅନ୍ତ, ଏହି ଦିନ ରିଲିଜ୍ ହେବ ସିଏମ୍ ବିଜୟଙ୍କ ‘ଜନ ନାୟଗନ’
ବିଶ୍ୱବ୍ୟାପୀ ସର୍ବାଧିକ ଆୟ କରିଥିବା ଶ୍ରେଷ୍ଠ ୧୦ଟି ଚଳଚ୍ଚିତ୍ର:
ଦଙ୍ଗଲ - ୨,୦୭୦ କୋଟି
ଧୁରନ୍ଧର ୨ - ୧,୮୦୦.୦୯ କୋଟି
ବାହୁବଲୀ ୨ - ୭୮ ୧,୭୮୮ କୋଟି
ପୁଷ୍ପା ୨ – ୧,୭୪୨ କୋଟି
ଧୁରନ୍ଧର - ୧,୩୦୭ କୋଟି
RRR – ୧,୨୩୦ କୋଟି
KGF 2 –୧,୨୧୫ କୋଟି
ଜବାନ୍ - ୧,୧୬୦ କୋଟି
ପଠାନ୍ -୧, ୦୫୫ କୋଟି
କଳକୀ ୨୮୯୮ଏଡି - ୧,୦୪୨ କୋଟି