PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଦୀଘା ମୋହନା ମତ୍ସ୍ୟ ନିଲାମ କେନ୍ଦ୍ରରେ ୫ କୁଇଣ୍ଟାଲ ଓଜନର ଦୈତ୍ୟାକୃତି ଚିଲ ଶଙ୍କର ମାଛ, ୨୦ ହଜାର ଟଙ୍କାରେ ହେଲା ନିଲାମ…

ଭୋଗରାଇ,୧୮/୧୧,(ଆ.ପ୍ର.) ପଡ଼ୋଶୀ ପଶ୍ଚିମବଙ୍ଗ ରାଜ୍ୟର ଦୀଘା ଅଞ୍ଚଳର ଜନୈକ ମତ୍ସ୍ୟ ବ୍ୟବସାୟୀ କୈଳାସ ବରଙ୍କ ‘ମା ଦୁର୍ଗା ଟ୍ରଲର’ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲା ବେଳେ ଜାଲରେ ଧରା ପଡ଼ିଛି ଏକ ଦୈତ୍ୟାକୃତ୍ତିର ବିରଳ ଚିଲ ଶଙ୍କର ମାଛ । ଶୁକ୍ରବାର ସକାଳେ ସଂପୃକ୍ତ ଟ୍ରଲର ମତ୍ସ୍ୟଜୀବୀ ମାନେ ଦୀଘା ମୋହନା ମତ୍ସ୍ୟ ନିଲାମ କେନ୍ଦ୍ରର ଏସଏସବି ମାଛ ବିକ୍ରୀ କଣ୍ଟାକୁ ବିକ୍ରୀ ପାଇଁ ଏହି ମାଛଟିକୁ ଆଣିଥିଲେ । ଏହି ବିଶାଳ ଆକୃତିର ମାଛକୁ ଦେଖିବା ସହ ଏହାର ଫଟୋ ନେବା ପାଇଁ ମତ୍ସ୍ୟଜୀବୀଙ୍କ ସମେତ ଦୀଘା ବୁଲିବାକୁ ଆସିଥିବା ଦେଶ ବିଦେଶର ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଏହି ଚିଲ ଶଙ୍କର ମାଛଟିର ଓଜନ ୫ ଶହ କିଲୋଗ୍ରାମ । ଏହାକୁ ନିଲାମରେ ୨୦ ହଜାର ଟଙ୍କା ମୂଲ୍ୟରେ କଲିକତାର ଏକ କମ୍ପାନୀ କିଣି ନେଇଥିବା ଜଣାପଡ଼ିଛି । ତେବେ ଏହି ଋତୁରେ ଏତେ ବଡ ମାଛ ଦୀଘା ମୁହାଣରେ ପ୍ରଥମ ଥର ପାଇଁ ଧରାପଡିଛି ବୋଲି ସ୍ଥାନୀୟ ବ୍ୟବସାୟୀ ମାନେ ସୂଚନା ଦେଇଛନ୍ତି ।