ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ତେଲଙ୍ଗାନା ସରକାରଙ୍କ ଦିଲଜୀତଙ୍କୁ ତାଗିଦ୍, ଷ୍ଟେଜ୍ ଉପରକୁ ଛୋଟ ପିଲାଙ୍କୁ ଚଢ଼ାଇବା ମନା

Published By : Anindita Ratha | November 15, 2024 11:20 AM

ନୂଆଦିଲ୍ଲୀ,୧୫/୧୧: ଅଡୁଆରେ ପଞ୍ଜାବୀ ଗାୟକ ଦିଲଜୀତ ଦୋସାଞ୍ଝ । ତେଲଙ୍ଗାନା ସରକାରଙ୍କ ପକ୍ଷରୁ ଦିଲଜୀତଙ୍କୁ  ଜାରି କରାଯାଇଛି ନୋଟିସ । ତେବେ ଶୁକ୍ରବାର ଦିନ ହାଇଦ୍ରାବାଦରେ ତାଙ୍କର ଏକ ମ୍ୟୁଜିକାଲ ପ୍ରୋଗ୍ରାମର ଆୟୋଜନ କରାଯାଇଛି । ଏନେଇ ଜିଲଜୀତ ମଦ, ଡ୍ରଗ୍ସ ଏବଂ ହିଂସାକୁ ପ୍ରବର୍ତ୍ତାଉଥିବା ଗୀତ ଗାଇବାକୁ ନୋଟିସରେ ବାରଣ କରାଯାଇଛି । ଏଥିସହ ରାଜ୍ୟ ସରକାରଙ୍କ ମହିଳା ଶିଶୁ ବିକାଶ ବିଭାଗ ପକ୍ଷରୁ ଏହି ନୋଟିସ ଉଭୟ ଦିଲଜୀତ ଏବଂ କାର୍ଯ୍ୟକ୍ରମର ଅର୍ଗାନାଇଜରଙ୍କୁ ଜାରି କରାଯାଇଛି । ଏଥିସହ କନ୍ସର୍ଟ ସମୟରେ ଛୋଟ ପିଲାମାନଙ୍କୁ ଷ୍ଟେଜ୍ ଉପରେ ଚଢ଼ାଇବା ଲାଗି ମନା କରାଯାଇଛି ।

ଜାରି ନୋଟିସ ଅନୁସାରେ, କାର୍ଯ୍ୟକ୍ରମରେ ବ୍ୟବହାର ଲାଉଡ୍ ମ୍ୟୁଜିକ୍, ଓ ଲାଇଟ୍ ଛୋଟ ପିଲାଙ୍କ ପାଇଁ କ୍ଷତିକାରଣ ହୋଇଥାଏ । ର୍ପୂବଥର ଦିଲ୍ଲୀ ଜବାହରଲାଲ ନେହେରୁ ଷ୍ଟାଡିୟମରେ କରାଯାଇଥିବା କନ୍ସର୍ଟରେ ଦିଲଜୀତ ମଦ, ଡ୍ରଗ୍ସକୁ ନେଇ ଗୀତ ଗାଉଥିବାର ପ୍ରମାଣ ଥିବା ନୋଟିସରେ ଉଲ୍ଲେଖ କରାଯାଇଛି । ଅନ୍ୟପଟେ କନସର୍ଟ ପାଇଁ ଦିଲଜୀତ ହାଇଦ୍ରାବାଦରେ ପହଞ୍ଚି ସାରିଥିବାର ଏକ ଭିଡିଓ ଗାୟକ ଜଣକ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଯେଉଁଥିରେ ସେ ଚାରମିନାର ବୁଲୁଥିବାର ଦେଖିବାକୁ ମିଳିଛି । ତେବେ ସରକାରଙ୍କ ପକ୍ଷରୁ ଜାରି ନୋଟିସକୁ ନେଇ ଦିଲଜୀତଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.