ପ୍ରମୂଖ ଖବର
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍: ଜଣେ ମୃତ, ଜଣେ ଆହତ
  • ||
  • ବିଧାନସଭାରେ ସ୍ବାଭାବିକ ଚାଲିଛି ପ୍ରଶ୍ନକାଳ, ଗୃହ ବାହାରେ ଗଙ୍ଗାପାଣି ଛିଞ୍ଚି ଅଭିନବ ପ୍ରତିବାଦ କଲା ବିଜେଡି
  • ||
  • ମୟୂରଭଞ୍ଜ : ଅନ୍ଵେଷା ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ବିଳମ୍ଵିତ ରାତିରେ ହଷ୍ଟେଲ ଛାଡ଼ିଲେ ଅନ୍ତେବାସୀ
  • ||
  • ଦେବଗଡ଼ : ଅଧୁରା ରହିଗଲା ଚାକିରି ସ୍ୱପ୍ନ, ଦୌଡ଼ିବା ବେଳେ ଟଳି ପଡ଼ିଲେ ହୋମଗାର୍ଡ ଆଶାୟୀ
  • ||
  • ଆଇପିଏଲ୍‌ ୨୦୨୫: ଆଜି ସନରାଇଜର୍ସ-ସୁପରଜାଏଣ୍ଟସ ମଧ୍ୟରେ ଲଢ଼େଇ, ବିସ୍ଫୋରକ ବ୍ୟାଟିଂ ମୁଖ୍ୟ ଆକର୍ଷଣ
  • ||
  • ରାୟଗଡ଼ା : ମୁକୁନ୍ଦପୁର ଘାଟିରେ ଓଲଟିଲା ବସ୍‌, ୩ ଗୁରୁତର
  • ||
  • ସରକାରଙ୍କ ବିରୋଧରେ କଂଗ୍ରେସର ରଣ ହୁଙ୍କାର, ଆଜି ବିଧାନସଭା ଘେରିବ, ରାଜ ରାସ୍ତାରେ ଗର୍ଜିବ
  • ||
  • ରାଜ୍ୟରେ ଉପରମୁହାଁ ତାତି, ୨୯ରୁ ପୁଣି ଜଳାଇବ ଖରା: ପଶ୍ଚିମ, କେନ୍ଦ୍ରୀୟ ଓଡ଼ିଶାରେ ୪୦ ଡିଗ୍ରୀ ଟପିବ
  • ||

କ୍ରାଇମବ୍ରାଞ୍ଚରେ ହାଜର ହେବାକୁ ଆସିଲେନି ଦୀପାଳି-ବିଶାଲ, ତଦନ୍ତ ଅଧିକାରୀଙ୍କୁ ଜଣାଇଲେ ବ୍ୟକ୍ତିଗତ କାରଣ

Published By : Harapriya Sethi | March 3, 2025 1:26 PM

ଭୁବନେଶ୍ୱର, ୦୩/୦୩: ସୋମବାର କ୍ରାଇମ୍‌ବ୍ରାଞ୍ଚ୍‌ରେ ହାଜର ହୋଇଥାନ୍ତେ ପୂର୍ବତନ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଲ ଦାସ । ହେଲେ କୌଣସି ବ୍ୟକ୍ତିଗତ କାରଣରୁ ଆସି ପାରିଲେନି ଦୀପାଳି । ଏପରିକି ଦୀପାଳିଙ୍କ ଭାଇ ବିଶାଲ ଦାସ ମଧ୍ୟ କ୍ରାଇମବ୍ରାଞ୍ଚ ନିକଟରେ ଉପସ୍ଥିତ ହେଲେନାହିଁ । ବରଂ ନିଜ ବୟାନ ରେକର୍ଡ କରାଇବା ଲାଗି ଦୀପାଳି ମହଲତ ଲୋଡିଛନ୍ତି ଏବଂ ଝାରସୁଗୁଡାରେ ତାଙ୍କ ବୟାନ ରେକର୍ଡ କରାଯାଉ ବୋଲି ଏହି ତଦନ୍ତକାରୀ ଅଧିକାରୀଙ୍କୁ ଫୋନ ଯୋଗେ ଜଣାଇଛନ୍ତି ଦୀପାଳି । 

ନବ ଦାସ ହତ୍ୟା ମାମଲାରେ ଏବେ ସୁଦ୍ଧା କେବଳ ଗୋପାଳ ଦାସଙ୍କୁ ଅଭିଯୁକ୍ତ ଦର୍ଶାଇଛି କ୍ରାଇମବ୍ରାଞ୍ଚ । ଏହି ମାମଲା ସମ୍ପର୍କିତ ଅନ୍ତରୀଣ ଚାର୍ଜସିଟ ମଧ୍ୟ ଦାଖଲ ହୋଇଛି । ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ମଧ୍ୟ ବିଭିନ୍ନ ମହଲରୁ ଦାବି ହୋଇଛି । ଏପରିକି ନିଜେ ଦୀପାଳି ମଧ୍ୟ ସିବିଆଇ ତଦନ୍ତ ଦାବି କରିସାରିଛନ୍ତି । ଏହି ହାଇ ପ୍ରୋଫାଇଲ୍‌ କେସ୍‌ର ତଦନ୍ତ ଏପର୍ଯ୍ୟନ୍ତ ଶେଷ ହୋଇ ନଥିବାରୁ ଉଭୟ ଦୀପାଳି ଏବଂ ବିଶାଲଙ୍କୁ ନିଜର ପକ୍ଷ ରଖିବା ଲାଗି କ୍ରାଇମବ୍ରାଞ୍ଚ ତରଫରୁ ନୋଟିସ୍‌ ହୋଇଥିଲା । ଆଜି ନୋଟିସ୍‌ର ସମୟ ସୀମା ସରିଛି, ହେଲେ ଉଭୟ ଭାଇ ଭଉଣୀ ଦୀପାଳି ଏବଂ ବିଶାଲ ଆଜି କ୍ରାଇମବ୍ରାଞ୍ଚ ନିକଟରେ ହଜାର ହେଲେନାହିଁ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.