ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଦିବ୍ୟାଙ୍ଗ ଯୁବତୀଙ୍କୁ ଅପହରଣ ପରେ ବଳାତ୍କାର, ଅଭିଯୁକ୍ତକୁ ଖୋଜୁଛି ପୋଲିସ

Published By : Harapriya Sethi | March 31, 2025 7:03 AM

ଡାବୁଗାଁ,୩୧/୩: ଡାବୁଗାଁ ଥାନା ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଅପରଣ ପରେ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଏଥିସହ ଯୁବତୀଙ୍କ ପାଖରେ ଥିବା ୫ହଜାର ଟଙ୍କା ଅଭିଯୁକ୍ତ ଲୁଟ୍‌ କରିନେଇଛି । ଏତଲାକୁ ଭିତ୍ତିକରି ଥାନାରେ ୬୦/୨୫ରେ ଏକ ମାମଲା ରୁଜୁ କରି ପୁଲିସ ପୀଡିତାଙ୍କ ଡାକ୍ତରୀ ମାଇନା କରିଛି । ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ଅଭିଯୁକ୍ତ ଯୁବକଙ୍କୁ ଖୋଜା ଚାଲିଥିବା ପୁଲିସ କହିଛି । 

ପୁଲିସ ସୂତ୍ରରୁ ପ୍ରକାଶ, ଘରେ କେହି ନଥିବା ବେଳେ ଡାବୁଗାଁ ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀ(୩୧) ଙ୍କୁ ଅନ୍ୟ ଏକ ଗାଁର ଜଣେ ବିବାହିତ ବ୍ୟକ୍ତି(୪୫) ଗତ ୨୭ ତାରିଖ ରାତିରେ ଏକ ବୋଲେରାରେ ଆସି ଘରୁ ଉଠାଇ ନେଇଥିଲା । ଗାଁର କିଛି ଦୂରରେ ଏକ ନିର୍ଜନ ସ୍ଥାନରେ ଥିବା ଏକ କୁଡିଆକୁ ନେଇଥିଲା । ସେଠାରେ ରାତି ସାରା ବଳାତ୍କାର କରିବା ସହ ମାଡ଼ ମାରିଥିଲା । ପାହାନ୍ତିଆ ପ୍ରାୟ ୪ଟାରେ ଅଭିଯୁକ୍ତଜଣଙ୍କ ଯୁବତୀଙ୍କ ପାଖରେ ଥିବା ୫ ହଜାର ଟଙ୍କା ଛଡାଇ ନେବା ସହ ଏକଥା କାହାକୁ କହିଲେ ଜୀବନରେ ମାରିଦିଆଯିବ ବୋଲି ଧମକ ଦେଇ ସେଠାରୁ ଫେରାର୍‌ ହୋଇଯାଇଥିଲା । ୨୮ତାରିଖ ସକାଳେ ନିକଟବର୍ତ୍ତୀ ଗାଁର ଜଣେ ବ୍ୟକ୍ତି ସେଠାରେ ପହଞ୍ଚି ଯୁବତୀଙ୍କୁ ଏକୁଟିଆ ଦେଖି ଚିହ୍ନିବା ପରେ ତାଙ୍କ ମାମୁଙ୍କୁ ଖବର ଦେଇଥିଲା । ଖବର ପାଇ ଯୁବତୀଙ୍କ ମାମୁ ଆସି ତାଙ୍କୁ ଉଦ୍ଧାର କରି ଘରକୁ ନେଇଥିଲେ । ୨୯ ତାରିଖ ଘଟଣା ସମ୍ପର୍କରେ ଯୁବତୀଜଣଙ୍କ ତାଙ୍କ ମା’ଙ୍କୁ ଇସାରାରେ ସମସ୍ତ କଥା ଜଣାଇଥିଲେ । ଶନିବାର ପୀଡ଼ିତାଙ୍କ ମା’ ଏନେଇ ଥାନାରେ ଏତଲା ଦେଇଥିଲେ । ରବିବାର ପୀଡିତାଙ୍କ ଡାକ୍ତରୀ ମାଇନା କରାଯାଇଥିବା ପୁଲିସ କହିଛି । ଜିଲ୍ଲା ପୁଲିସ ମୁଖ୍ୟାଳୟ ଆଇୟୁସିଏଡବ୍ଲ୍ୟୁ ଇନ୍ସପେକ୍ଟର ସୀମା ସଙ୍ଗୀତା ଲୁଗୁନ ଘଟଣାର ତଦନ୍ତକାରୀ ଅଧିକାରୀ ଅଛନ୍ତି ବୋଲି ଥାନା ଆଇଆଇସି ଗୋପାଳକୃଷ୍ଣ ଆଗୁପାତ୍ର ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.