ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ପ୍ରସ୍ତାବିତ ଏକଲବ୍ୟ ବିଦ୍ୟାଳୟ ଓ ବ୍ଲକ୍‌ ପୁନର୍ଗଠନ ନେଇ ଆଲୋଚନା ବୈଠକ

କାଶୀପୁର -  କାଶୀପୁର ବ୍ଲକ ଟିକିରି ସ୍ଥିତ ହାଟପଦା ଠାରେ ଆଜି ( ମଙ୍ଗଳବାର) ପ୍ରସ୍ତାବିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଏବଂ ଟିକିରି ଠାରେ ନୂତନ ବ୍ଲକ ପୁନର୍ଗଠନ ନେଇ ଆଲୋଚନା ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏକଲବ୍ୟ ବିଦ୍ୟାଳୟ ସ୍ଥାପନ ନେଇ ପ୍ରଶାସନ ପକ୍ଷରୁ କାଶୀପୁର ବ୍ଲକ ସଦର ଏବଂ ଶଙ୍କରଡ଼ା ପଞ୍ଚାୟତ ସଦର ଠାରେ ଥିବା ସରକାରୀ ଜମିକୁ ଚିହ୍ନଟ କରାଯାଇଛି।

କିନ୍ତୁ ବିଦ୍ୟାଳୟ ପ୍ରତିଷ୍ଠା ନେଇ ପ୍ରଶାସନ ଦୁଇଟି ସ୍ଥାନକୁ ଚିହ୍ନଟ କରି ଥିବା ବେଳେ କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ବିଦ୍ୟାଳୟ ସ୍ଥାପନ ହେବ ଏହାର ସ୍ପଷ୍ଟ କରାଯାଇ ନ ଥିବାରୁ ବିବାଦ ମୁଣ୍ଡ ଟେକିବାରେ ଲାଗିଛି। ଶଙ୍କରଡା ଗ୍ରାମ ନିକଟରେ ୧୬ ଏକରରୁ ଅଧିକ ସରକାରୀ ଜମି ଥିବା ବେଳେ ଗମନାଗମନ ଏବଂ ଆନୁସଙ୍ଗିକ ସୁବିଧା ଦୃଷ୍ଟିରୁ ଏଠାରେ ବିଦ୍ୟାଳୟ ସ୍ଥାପନ ହେଲେ କାଶୀପୁର ବ୍ଲକ ସହିତ ନିକଟସ୍ଥ ରାୟଗଡ଼ା ଏବଂ ଲକ୍ଷ୍ମୀପୁର ବ୍ଲକର ଆଦିବାସୀ ଛାତ୍ରଛାତ୍ରୀମାନେ ଉପକୃତ ହୋଇ ପାରିବେ ବୋଲି ଆଜିର ବୈଠକରେ ଆଲୋଚନା କରାଯାଇଥିଲା।

{"id":525686,"sizeSlug":"full","linkDestination":"none"}

ସେହିପରି ଏକଲବ୍ୟ ବିଦ୍ୟାଳୟ ଏବଂ ବ୍ଲକ ସ୍ଥାପନ ନେଇ ପ୍ରଶାସନକୁ ଅବଗତ କରିବା ସହ ଦାବି ପୂରଣ ନେଇ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇ ଥିଲା। ଆଜିର ଏହି ବୈଠକରେ ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ ସହିତ ପୂର୍ବତନ ସରପଞ୍ଚ ସାନ୍ଦୁମାଝୀ, ଅମିନ ମାଝୀଙ୍କ ସହିତ ଶିବ ରାମ ମାଝୀ , ଗୋବିନ୍ଦ ମାଝୀ, ରାଜେନ୍ଦ୍ର ଦୁରିଆ , ସୁବାସ ନାଏକଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଯୋଗ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.