ପ୍ରମୂଖ ଖବର
  • ଭୁବନେଶ୍ଵର : ଖୁବଶୀଘ୍ର ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା ପରିବର୍ତ୍ତନ, ରାଜସ୍ବ ବିଭାଗ ପକ୍ଷରୁ SOP ଜାରି
  • ||
  • ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ଟି ସ୍ଥାନରେ ଚଢାଉ
  • ||
  • ରୋପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI, ୫.୫ ପ୍ରତିଶତରେ ସ୍ଥିର ସୁଧ ହାର
  • ||
  • ଖାଦ୍ୟ ପାର୍ସଲ ଦେବାକୁ କହି ମହିଳାଙ୍କୁ ଡାକିଲେ, ଆସିବାରୁ ହତ୍ୟା ଧମକ ଡେଲିଭରି ବୟ
  • ||
  • ଓଟିଇଟି ପ୍ରଶ୍ନ ଲିକ୍‌ କେଳେଙ୍କାରୀ: ମହିଳା ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ମାରାଥନ୍ ଜେରା, ଏବେ କ୍ରାଇମ୍‌ବ୍ରାଞ୍ଚ୍‌ ସ୍କାନର୍‌ରେ ସଭାପତି
  • ||
  • ତେଲକୋଇ : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ
  • ||
  • ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା, ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ, ଝାଡ଼ସୁଗୁଡ଼ା ଏଡିଜେଏ କୋର୍ଟରେ ହେବ ଶୁଣାଣି
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା; ଉପସଭାପତି ନିହାର ମହାନ୍ତି ସସ୍‌ପେଣ୍ଡ୍, ଏବେ କ୍ରାଇମ୍‌ବ୍ରାଞ୍ଚ ସ୍କାନ୍‌ରେ ସଭାପତି
  • ||
  • ବୁଧବାର ଏବଂ ଗୁରୁବାର ପ୍ରବଳ ବର୍ଷା ସମ୍ଭାବନା, ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||

ଓଡିଶାରେ ଖଣି ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ପ୍ରସ୍ତାବିତ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଉପରେ ଆଲୋଚନା

Published By : Suraj Kumar | August 5, 2025 10:10 PM

ନୂଆଦିଲ୍ଲୀ/ଭୁବନେଶ୍ବର,୫।୮ : ଓଡିଶାରେ ଖଣି, ଲଜିଷ୍ଟିକ୍ସ ଏବଂ ଗୁରୁତ୍ବପୂର୍ଣ୍ଣ ଖଣିଜ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ଏକ ପ୍ରସ୍ତାବିତ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ଦିଗରେ ଆଲୋଚନା  କରିବା ପାଇଁ ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି।ଏହି ବୈଠକରେ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ସିଂହ ଚୌଧୁରୀ ଏବଂ ଓଡିଶାର ଦକ୍ଷତା ବିକାଶ ଏବଂ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଉପସ୍ଥିତ ଥିଲେ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡିଶାର ଖଣି କ୍ଷେତ୍ରରେ କ୍ରମବର୍ଦ୍ଧିଷ୍ଣୁ ଆର୍ଥିକ ବିକାଶକୁ ଇନ୍ଧନ ଯୋଗାଇବା  ଏବଂ ବୃହତ ଆକାରରେ ନିଯୁକ୍ତି ସୃଷ୍ଟି କରିବାର ଅପାର ସମ୍ଭାବନା ରହିଛି। ଭାରତରେ ପ୍ରଥମ ଥର ପାଇଁ ନୂଆ ଶୈଳୀରେ ପ୍ରତିଷ୍ଠିତ ହେବାକୁ ଥିବା ପ୍ରସ୍ତାବିତ ଉତ୍କର୍ଷ କେନ୍ଦ୍ର ଖଣି କ୍ଷେତ୍ରରେ ବିଶ୍ବ ମାନଦଣ୍ଡ ସହିତ ସମାନ ଭାବରେ ପ୍ରାସଙ୍ଗିକ ଦକ୍ଷତା ସୁଯୋଗ ପ୍ରଦାନ କରିବା  ସହ ଦକ୍ଷତା ଅଭାବକୁ ଦୂର କରିବ। ଓଡିଶାକୁ ଏକ ଗ୍ଲୋବାଳ ସ୍କିଲ ହବରେ ପରିଣତ କରିବା ପାଇଁ ଥିବା କାର୍ଯ୍ୟପନ୍ଥା ଓ ସମ୍ଭାବନା ଉପରେ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ।

ସେ କହିଥିଲେ ଜାତୀୟ ଦକ୍ଷତା ତାଲିମ କେନ୍ଦ୍ର (ଏନଏସଟିଆଇ) ଭୁବନେଶ୍ବରରେ ଦକ୍ଷତା ବିକାଶ ପାଇଁ ଏକ ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସାରା ଓଡିଶାରେ ଦକ୍ଷତା ବିକାଶ ଦୃଶ୍ୟପଟ୍ଟକୁ ସୁଦୃଢ କରିବା ପାଇଁ ଓଡିଶାର ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଏବଂ ସ୍କିଲ ଇଣ୍ଡିଆ ମଧ୍ୟରେ ଥିବା ସମନ୍ବୟକୁ ବୃଦ୍ଧି କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ।ସେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଓଡ଼ିଶାର ଭବିଷ୍ୟତ ପିଢିଙ୍କୁ ଭବିଷ୍ୟତଗାମୀ ଦକ୍ଷତା ପ୍ରଦାନ ପ୍ରଦାନ କରିବା ପାଇଁ ବଦ୍ଧପରିକର। ଭାରତର ପ୍ରତିଭାବାନ ଯୁବଶକ୍ତି କେବଳ ଭାରତରେ ନୁହେଁ ବରଂ ବିଶ୍ୱସ୍ତରରେ ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଆଜି ଏହି କଥାକୁ ବାସ୍ତବରେ ପରିଣତ କରିବା ପାଇଁ ଅଙ୍ଗିକାରବଦ୍ଧ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.