ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସେତୁ ଯୋଜନାରେ ସ୍ୱାଭିମାନ ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ଡଙ୍ଗା, ଜାଲ, ଲାଇଫ ଜ୍ୟାକେଟ ବଣ୍ଟନ

Published By : Gurupada Nath | October 9, 2024 9:28 PM

ମାଲକାନଗିରି /ଚିତ୍ରକୋଣ୍ଡା, ୯/୧୦ :  ସେତୁ ଯୋଜନାରେ ସ୍ୱାଭିମାନ ଅଞ୍ଚଳର ବାଲିମେଳା ଜଳ ଭଣ୍ଡାରର ମତ୍ସ୍ୟଜୀବୀଙ୍କୁ ଡଙ୍ଗା, ଜାଲ ଓ ଲାଇଫଜ୍ୟାକେଟ ବଣ୍ଟନ କରାଯାଇଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାଠାରେ ଥିବା ବାଲିମେଳା ଜଳଭଣ୍ଡାରରେ ମାଛ ଧରି ଶହ ଶହ ପରିବାର ନିଜର ଗୁଜୁରାଣ ମେଣ୍ଟାଉଥିବାବେଳେ ଏହି ମତ୍ସ୍ୟଜୀବୀମାନଙ୍କ ବିକାଶ ପାଇଁ ରାଜ୍ୟ ସରକାର ନେଉଛନ୍ତି ପଦକ୍ଷେପ । 

ଏହିକ୍ରମରେ ଆଜି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଏବଂ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଚିତ୍ରକୋଣ୍ଡା ଡ୍ୟାମ ନିକଟରେ ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କୁ ୪୦ଟି ଡଙ୍ଗା, ୧୫୦ଟି ମାଛ ଧରା ଜାଲ, ୮୦ଟି ଲାଇଫ ଜ୍ୟାକେଟ ପ୍ରଦାନ କରିବା ସହିତ ସୁରକ୍ଷିତ ଭାବେ ମାଛ ଧରିବାକୁ ପରାମର୍ଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଏହି ସହାୟତା ମତ୍ସ୍ୟଜୀବୀଙ୍କ ମୁହଁରେ ହସ ଫୁଟାଇବା ସହିତ ଖୁସି ଆଣି ଦେଇଛି । ଚିତ୍ରକୋଣ୍ଡାଠାରେ ପୁର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୧୪ ଲକ୍ଷ ମାଛ ଯାଆଁଳା ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଛଡ଼ାଯାଇଥିଲା । ୨୦୧୯-୨୦ ରେ ୨୦ ହଜାର ହେକ୍ଟରରେ ଘେରୀ କରାଯାଇ ୪୨ ଲକ୍ଷ ଯାଆଁଳା ଛଡ଼ାଯାଇଥିଲା । 

ସେହିପରି ୨୦୨୦-୨୧ ସେତୁ ଯୋଜନାରେ ପ୍ରାୟ ୮୦ ଲକ୍ଷ ମାଛ ଯାଆଁଳା ଛଡା ଯାଇଥିଲା । ତେବେ ଏହି ଅଞ୍ଚଳରେ ହଜାର ହଜାର ଲୋକ ମାଛ ଧରି ପରିବାର ପ୍ରତିପୋଷଣ କରୁଥିବାବେଳେ ଆଗକୁ କିପରି ସେମାନଙ୍କ ଆୟ ଅଧିକ ହେବ ଓ ମତ୍ସ୍ୟ ଉତ୍ପାଦନ ବଢିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି ସାଂସଦ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି । ଆଗକୁ ୩୦୦ ଡଙ୍ଗା, ଜଳ ଭଣ୍ଡାରରେ ଯାଆଁଳା ଉତ୍ପାଦନ କେନ୍ଦ୍ର ନିର୍ମାଣ, ମତ୍ସ୍ୟଜୀବୀ ଙ୍କ ପାଇଁ ସ୍ୱତନ୍ତ୍ର ବଜାର ବ୍ୟବସ୍ଥା ଏବଂ ମତ୍ସ୍ୟ ଉତ୍ପାଦନକୁ ୧୦ ଗୁଣ ବଢାଇବା ଉପରେ ଗୁରୁତ୍ୱ ଦିଆଯିବ ସେ ପ୍ରକାଶ କରିଛନ୍ତି । ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଂଚଳର ମାଛ ମାରି ଜୀବିକା ନିର୍ବାହ କରୁଥିବା ଲୋକଙ୍କ ଆୟକୁ ୫ ହଜାରରୁ ୧୫ ହଜାର କରାଯିବା କୁ ଆଗାମୀ ପାଞ୍ଚ ବର୍ଷରେ ଲକ୍ଷ ରଖାଯାଇଛି ବୋଲି ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରକାଶ କରିଥିଲେ । ଚିତ୍ରକୋଣ୍ଡା ବ୍ଲକ ଚେୟାରମ୍ୟାନ ରାଜେଶ୍ୱରୀ ଖିଲ, ଜିଲ୍ଲା ପରିଷଦ ସଦସ୍ୟ ବିନନ୍ତି ଖିଲ ଏବଂ ବହୁ ସଂଖ୍ୟାରେ ଅଞ୍ଚଳବାସୀ, ମତ୍ସଜୀବୀ ଉପସ୍ଥିତ ଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.