ସାହାଜପାଲ / ବୌଦ୍ଧ ସଦର, ୧୪/୦୯: ବୌଦ୍ଧ ସଦର ବ୍ଲକ ମୁଣ୍ଡିପଦର ପ୍ୟାକ୍ସ ସେବା ସମବାୟ ସମିତି ଲିଃ ଠାରେ ରବିବାର ସାର ବଣ୍ଟନ କରାଯାଉଥିବା ବେଳେ ଚାଷୀମାନଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଥିଲା ଯାହାଫଳରେ ସାର ପାଇଁ ଚାଷୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା l ଉକ୍ତ ପ୍ୟାକ୍ସକୁ ୬୦୦ ବସ୍ତା ସାର ଯୋଗାଣ ହୋଇଥିବା ବେଳେ ସାରଠାରୁ ଚାଷୀମାନଙ୍କ ପରିମାଣ ଅଧିକ ଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା ପ୍ୟାକ୍ସ ସଭାପତି ହେମାନନ୍ଦ ଦାସ ଓ କର୍ମଚାରୀମାନେ ଉପସ୍ଥିତ ରହି ପ୍ରତ୍ୟେକ ଚାଷୀମାନଙ୍କୁ ଗୋଟିଏ  ଲେଖାଏଁ ସାର ବସ୍ତା ଦେବାକୁ ନିଷ୍ପତ୍ତି ନେଇଥିଲେ ଏହାପରେ ୟୁରିଆ ସାର ବଣ୍ଟନ କରାଯାଇଥିଲା।