ନୂଆଦିଲ୍ଲୀ: AJUP ଦଳର ମୁଖ୍ୟ ହୁମାୟୁନ୍ କବୀର ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ନେଇଛନ୍ତି ବଡ଼ ଅଫର୍ । ମୁର୍ଶିଦାବାଦର ରେଜିନଗର ବିଧାନସଭା ଆସନରୁ ଉପନିର୍ବାଚନ ଲଢ଼ିବା ପାଇଁ ଆସନ ପ୍ରଦାନ କରିଛନ୍ତି । ଏକଦା ମମତାଙ୍କ ଘନିଷ୍ଠ ଥିବା ହୁମାୟୁନ ବାବରୀ ମସଜିଦ ନିର୍ମାଣ ମାମଲାରେ ବିବାଦ ପରେ ଟିଏମସିରୁ ବହିଷ୍କୃତ ହୋଇଥିଲେ । ନିଜେ ନୂଆ ଦଳ ଗଠନ କରିଥିଲେ । ତେବେ ରାଜ୍ୟରେ ଟିଏମସି କ୍ଷମତାଚ୍ୟୁତ ହେବା ପରେ ପ୍ରତିକ୍ରିୟାରେ କହିଛନ୍ତି ଦଳ ଏବେ ଦୃଢ଼ ସ୍ଥିତିରେ ନାହିଁ ।
ଏହାସହ ହୁମାୟୁନ କହିଛନ୍ତି କି, ରିତବ୍ରତ ଏବଂ ସନ୍ଦିପନ ମମତାଙ୍କ ସହ ବିଶ୍ବାସଘାତକତା କରିଛନ୍ତି । ସେ ରାଜନୀତିରେ ରହିବା ଜରୁରୀ । ଏଣୁ ମୁଁ ମୋ ରେଜିନଗର ଆସନ ତାଙ୍କୁ ପ୍ରଦାନ କରୁଛି । ଏହି ଆସନ ପୂର୍ବରୁ ସେ ନିଜ ପୁଅଙ୍କୁ ପ୍ରଦାନ କରିଥିଲେ । ଏହି ଆସନରେ ତାଙ୍କ ପୁଅ ନିର୍ବାଚନ ଲଢ଼ିବେ ବୋଲି କହିଥିଲେ । ଏବେ କିନ୍ତୁ ମମତାଙ୍କୁ ଅଫର୍ କରିଛନ୍ତି । ଏହାସହ ଟିଏମସିର ବଡ଼ ବିପର୍ଯ୍ୟୟର ମୁଖ୍ୟ କାରଣ ଅଭିଷେକ ବାନାର୍ଜୀ ବୋଲି କହିଛନ୍ତି ।
କହି ରଖୁଛୁ କି, କିଛି ମାସ ପୂର୍ବରୁ ଟିଏମସିର ଜଣେ ବରିଷ୍ଠ ନେତାଥିଲେ ହୁମାୟୁନ କବୀର । କିନ୍ତୁ ବିବାଦ ପରେ ସେ ଦଳରୁ ବହିଷ୍କୃତ ହୋଇଥିଲେ । ତେବେ ନିଜ ଦଳରୁ ଦୁଇଟି ଆସନରେ ନିର୍ବାଚନ ଲଢ଼ିଥଲେ । ଏହାସହ ସେ ଦୁଇଟି ଆସନରେ ଜିତିଥିଲେ । ନାଓଦା ଆସନ ରଖିଥିବାବେଳେ ରେଜିନଗର ଆସନ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଆଉ ଏହି ଆସନରେ ମମତା ନିର୍ବାଚନ ଲଢ଼ନ୍ତୁ ବୋଲି ଅଫର୍ କରିଛନ୍ତି । ସେପଟେ କ୍ଷମତା ଯିବାରୁ ମାସେ ମଧ୍ୟରେ ଟିଏମସିରେ ରାଜନୈତିକ ଅସ୍ଥିରତା ଦେଖାଦେବାରେ ଲାଗିଛି । ଦଳରେ ମହାବିଭ୍ରାଟ ହୋଇଥିବାବେଳେ ଚିନ୍ତାରେ ରହିଛନ୍ତି ମମତା ।
ଏହାସହ ପଢ଼ନ୍ତୁ : Viral Video: ଖଟତଳେ ଲୁଚିଥିଲେ ଟିଏମସି ନେତା, ବାନ୍ଧିଲା ପୁଲିସ