ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିର, ଆବାସ ଯୋଜନା ଗୃହ ପାଇନଥିବା ଅଭିଯୋଗରେ ପ୍ରବଳ ଭିଡ଼

ଗରଦପୁର ,୨୪/୦୧: ଗରଦପୁର ବ୍ଲକ ସଭାଗୃହରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଅମ୍ରିତ ରିତୁରାଜ ଯୋଗ ଦେଇ ଶୁଣାଣି କରିଛନ୍ତି। ତେବେ ଆଜି ଶୁଣାଣି ଶିବିରରେ ଅନେକ ଜନ ସାଧାରଣ ଭିଡ଼ ଜମାଇଥିଲେ। ସରକାର ଆବାସ ଯୋଜନାରେ ଗୃହ ପ୍ରଦାନ ପାଇଁ ଯୋଗ୍ୟ ହିତାଧିକାରୀ ଚୟନ ତାଲିକା ପ୍ରକାଶ କରିଛନ୍ତି । ହେଲେ ଆଜି ଜିଲ୍ଲାପାଳଙ୍କ ନିକଟରେ ୬ ଶହରୁ ଉର୍ଦ୍ଧ୍ବ ଜନସାଧାରଣ ଆବାସ ଗୃହ ପାଇବା ପାଇଁ ଭିଡ଼ ଜମାଇଥିବା ଦେଖି ଜିଲ୍ଲାପାଳ ଆଶ୍ଚର୍ଯ୍ୟ ହୋଇଥିଲେ। ଶେଷରେ ମାଇକ୍ ଯୋଗେ ହିତାଧିକାରୀଙ୍କୁ ଖାଲି ଦରଖାସ୍ତ ଦେଇ ପଳାଇ ଯିବାକୁ ଅନୁରୋଧ କରିଥିଲେ ।
ତେବେ ଆଜି ୨୮୬ ଟି ଅଭିଯୋଗ ହୋଇଥିଲେ ମଧ୍ୟ ସେଥିମଧ୍ୟରୁ ପ୍ରାୟ ୨୭୫ ଟି କେବଳ ଆବାସ ଯୋଜନାରେ ପାଇଁ ଅଭିଯୋଗ ହୋଇଥିଲା । ଏହାଛଡା ଅନୁନ୍ୟ ୫ ଶହରୁ ଉର୍ଦ୍ଧ୍ବ ଆବେଦନକାରୀ ଦରଖାସ୍ତ ଦେଇଥିବା ବେଳେ କେତେକ ଆବେଦନକାରୀ ଆମକୁ କାହିଁକି ରସିଦ୍ ଦିଆ ଯାଉନି ବୋଲି ହୋ ହାଲ୍ଲା କରିଥିଲେ । ପରେ ବିଡିଓ ଧର୍ମ ରଂଜନ ପଣ୍ଡା ଶିବିର ଛାଡି ବାହରକୁ ଆସି ଜିଲ୍ଲାପାଳ ଘୋଷଣା ମୁତାବକ ସବୁ ଦରଖାସ୍ତକୁ ତାଲିକା କରି ତଦନ୍ତ କରାଯିବ କହିଲା ପରେ ଆବେଦନକାରୀ ନିଜ ନିଜର ଘରକୁ ଫେରିବାର ଦେଖିବାକୁ ମିଳିଥିଲା ।