ମାଲକାନଗିରି,୧୦/୧୨ : ମାଲାକନଗିରି ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଏକ ଜିଲ୍ଲାସ୍ତରୀୟ ମହୋତ୍ସବ ମାଲକାନଗିରି ସଦର ବ୍ଲକ ଏମ୍‌.ଭି. ୭ ଜଗନ୍ନାଥପାଲ୍ଲୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରେ ଅନୁଷ୍ଠିତ ହୋଇ ଯାଇଛି ।  ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ମାଲକାନଗିରି ବିଧାୟକ ପ୍ରତିନିଧି ନିହାର ରାୟ, ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଗୋବିନ୍ଦ ପାତ୍ର, ନବରଙ୍ଗପୁର ସାଂସଦ ପ୍ରତିନିଧି ସଂଜୟ ସରକାର, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ପ୍ରାଣୀ ବିଭାଗ ବୈଜ୍ଞାନିକ ଡା ସୁଶାନ୍ତ ଦାଶ ଅଂଶଗ୍ରହଣ କରିଥିଲେ । 

ଅତିଥି ମାନେ ଉଭୟ ବିଭାଗ ତରଫରୁ ହୋଇଥିବା ବିଭିନ୍ନ ଷ୍ଟଲ ପରିଦର୍ଶନ କରିବା ପରେ ଏକ ସଭା ଅନୁଷ୍ଠିତ ହୋଇଥିଲ।। କାର୍ଯ୍ୟକ୍ରମ ଆରମ୍ଭରେ ଜଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡଃ ରତ୍ନାକର ରାଉତ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ ଉଦ୍ଦଶ୍ୟରେ ସୁଚନା ପ୍ରଦାନ କରିଥିଲୋ ଅତିଥି ମାନେ ଉପସ୍ଥିତ ଚାଷୀ ମାନଙ୍କୁ ଉଦବୋଧନ ମାଧ୍ୟମରେ ମାଲକାନଗିରି ଜିଲ୍ଲାରେ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ସମ୍ପଦର ଭିତିଭୂମି, ଉନ୍ନତମାନର ଥିବାବେଳେ ଚାଷୀ ମାନେ ଏହି ଚାଷକୁ ଆପଣାଇ ସରକାରଙ୍କ ସମସ୍ତ ସୁବିଧା ଉପଭୋଗ କରନ୍ତୁା ଯଦ୍ୱାରା ଜିଲ୍ଲାରେ ଦୁଗ୍ଧଜାତୀୟ ଦ୍ରବ୍ୟ, ଜୈବିକ ଖତସାର, ଉନ୍ନତ ଧରଣର ମାଛ ଉତ୍ପାଦନ ହୋଇ ପାରିବା ଅପପୃଷ୍ଟି ରୋକିବା ପାଇଁ ଗୋପାଳନ, କୁକୁଡା ପାଳନ, ଛେଳି ପାଳନ କରି ଜିଲ୍ଲାର ଖାଉଟି ମାନଙ୍କୁ ଏହା ବିକ୍ରି କଲେ ଏହି ପୃଷ୍ଟିକର ଖାଦ୍ୟ ଦ୍ୱାରା ଅପପୃଷ୍ଟି ରୋକା ଯାଇ ପାରିବ । 

କୃଷି କ୍ଷେତ୍ରରେ ଉନ୍ନତ ଧ୍ରଣର ଯନ୍ତ୍ରପାତି ବ୍ୟବହାର, ଉନ୍ନତ କିସମର ବିହନ, କୀଟନାସକ ଔଷଧ, ମୃତିକା ପରୀକ୍ଷା, ମାଛ ଚାଷ ପାଇଁ ପୋଖରୀ ଗୁଡିକୁ କିପରି ପରିଷ୍କାର ପରିଛନ୍ନ ରଖିବା ସହ ଜଳ ବିଶୋଧନ ଅତ୍ୟନ୍ତ ଆବଶ୍ୟକା ଆଗାମୀ ଦିନରେ ଏହି ଚାଷ ଆମ ଜିଲ୍ଲାରେ ଚାହିଦା ମେଂଟାଇବା ସହ ଅନ୍ୟ ଜିଲ୍ଲା ଓ ରାଜ୍ୟକୁ ରପ୍ତାନୀ କଲେ ଚାଷୀ ମାନଙ୍କ ଆର୍ଥିକ ଉନ୍ନତି ଓ ବିକାଶ ହୋଇପାରିବା ଏହି ଉପଲକ୍ଷେ କୋରୁକୋଣ୍ଡା ବ୍ଲକର ସୁଶାନ୍ତ ମଣ୍ଡଳ, ଉନ୍ନତ ଧଣର ଡାଇରି ଫାର୍ମ କରିଥିବାରୁ ତାଙ୍କୁ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରା ଯାଇଥିଲ।। ସେହିପରି ସାତଜଣ ଉତମ ମତ୍ସ୍ୟଚାଷୀ ପରିବାରର ପିଲାମାନଙ୍କୁ ୮୦ ହଜାର ଟଙ୍କା ସ୍କୋଲାରସିପ ରାଶି ପ୍ରଦାନ କରା ଯାଇଛି ଓ ବାଲିମେଳା ଜଳଭଣ୍ଡାରର ୩୦୦ ମତ୍ସ୍ୟଜୀବିଙ୍କୁ ମାଛ ଜାଲ ପ୍ରଦାନ କରାଗଲା । ଶେଷରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଶାନ୍ତ ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ପ୍ରାଣୀ ଚିକିତ୍ସକ ଅଧିକାରୀ, ମତ୍ସ ସମ୍ପ୍ରସାରଣ ଅଧିକାରୀ ଓ ମତ୍ସ ପ୍ରାଣୀ ଚାଷୀ, ଏସଏଜି ଗ୍ରୁପ ଯୋଗଦେଇ ନିଜ ନିଜ ଅଞ୍ଚଳର ଉନ୍ନତମାନର ଗାଇ, ଛେଳି, କୁକୁଡ଼ା, ବତକ, ସହିତ କୃଷି ଯନ୍ତ୍ରପତି ପ୍ରଦର୍ଶନ କରାଯାଇଥିଲା ।