ବୌଦ୍ଧ,୧୬/୧୨ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସରସରା ଗ୍ରାମରେ ଥିବା ପିଏମଶ୍ରୀ ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇ ଦିନ ଧରି ଚାଲିଥିବା ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅଧିନସ୍ଥ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି କନ୍ଧମାଳ ସାଂସଦ ପ୍ରତିନିଧି ଯୁଗଳ କିଶୋର ସାମଲ, ସମ୍ମାନୀତ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ବୌଦ୍ଧ ଗୋଷ୍ଠୀଶିକ୍ଷାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ ବେହେରା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଜୟନ୍ତ କୁମାର ପ୍ରଧାନ ଓ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମଜା ପତି ପ୍ରମୁଖ ମଞ୍ଚାସୀନ ଥିଲେ ।

ସଂଗୀତ, ନୃତ୍ୟ, ବିଜ୍ଞାନ କୁଇଜ ଓ ଓରିଗାମୀ ବିଷୟକୁ ନେଇ କରାଯାଇଥିବା ପ୍ରତିଯୋଗିତା, ପ୍ରଦର୍ଶିତ ହୋଇଥିବା ପ୍ରକଳ୍ପ ବାଲ ବୈଜ୍ଞାନିକ ପ୍ରଦର୍ଶନୀର ୭ଟି ଉପ ବିଷୟ ଏବଂ ବିଜ୍ଞାନ ମେଳାର ପ୍ରାଥମିକ ଓ ମାଧ୍ୟମିକ ବିଭାଗରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କ ସହିତ ମାର୍ଗଦର୍ଶୀ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ଓ ଟ୍ରଫି ଦେଇ ସମ୍ମାନୀତ କରାଯାଇଥିଲା। ଦହ୍ୟା ହାଇସ୍କୁଲର ବରିଷ୍ଠ ବିଜ୍ଞାନ ଶିକ୍ଷକ ବୀରେନ୍ଦ୍ର କୁମାର ପ୍ରଧାନଙ୍କୁ ଶ୍ରେଷ୍ଠ ମାର୍ଗଦର୍ଶକ ଶିକ୍ଷକ ଭାବରେ ସମ୍ମାନୀତ କରାଯାଇଥିଲା । ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ବିଜ୍ଞାନ କୁଇଜ(ବରିଷ୍ଠ ବିଭାଗ) ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବୌଦ୍ଧ ବ୍ଲକ ଅଧିନସ୍ଥ ଓଡିଶା ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗାର ଦଶମ ଶ୍ରେଣୀ ଛାତ୍ର ଦିବ୍ୟଜ୍ୟୋତି ମହାରଣାଙ୍କୁ ଟ୍ରଫି ଦେଇ ସମ୍ମାନୀତ କରାଯାଇଥିଲା । ୭ଟି ଉପ ବିଷୟରେ (ବାଲ ବୈଜ୍ଞାନିକ ) ଛତ୍ରଙ୍ଗ ହାଇସ୍କୁଲର ଝୁନୁ ଲତା ଝଙ୍କାର, ଦହ୍ୟା ହାଇସ୍କୁଲର ସଂଗୀତା ମେହେର, ବିସ୍ମୟୀ ଡାଙ୍ଗ, ସଂଗ୍ରାମପୁର ହାଇସ୍କୁଲର ଆଶୁତୋଷ ପଟ୍ଟନାୟକ, ଦୀପକ କୁମାର ପ୍ରଧାନ, ମୁଣ୍ଡିପଦର ହାଇସ୍କୁଲର ବର୍ଷାରାଣୀ ସିଂ ଓ ବିଳାସପୁର ହାଇସ୍କୁଲର ପ୍ରିତମ କର୍ମୀ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାକୁ ମନୋନୀତ ହୋଇଥିଲେ।

ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନର ପ୍ରାଥମିକ ବିଭାଗରେ ବୁରୁବୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅର୍ଚ୍ଚିତା ବାଘ ପ୍ରଥମ, ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଭାସ ପ୍ରଧାନ ଦ୍ଵିତୀୟ ଓ ଚଣ୍ଡିଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁଜିତ ଦେହୁରୀ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ମାଧ୍ୟମିକ ବିଭାଗରେ ସରସରା ହାଇସ୍କୁଲର ଚିଦାନନ୍ଦ ପ୍ରଧାନ ପ୍ରଥମ, ତେଲିବନ୍ଧ ହାଇସ୍କୁଲର ମିଲନ ବାରିକ ଦ୍ଵିତୀୟ ଏବଂ ସଂଗ୍ରାମପୁର ହାଇସ୍କୁଲର ସଞ୍ଜୟ ସମଦର୍ଶୀ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ପ୍ରଧାନ ବିବରଣୀ ପଠନ କରିଥିଲେ । ଶିକ୍ଷକ ସନ୍ତୋଷ କୁମାର କର୍ଣ୍ଣ ଅତିଥି ପରିଚୟ ସହିତ ମଞ୍ଚ ପରିଚାଳନା କରିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମଜା ପତି ଧନ୍ୟବାଦ ଦେଇଥିଲେ l ବୌଦ୍ଧ ସହଗୋଷ୍ଠୀ ଶିକ୍ଷାଧିକାରୀ କମଳକାନ୍ତ ଦଳବେହେରା, ପ୍ରବୀର କୁମାର ରଥ ଓ କାଦମ୍ବିନୀ ବିଶ୍ୱାଳ ଏବଂ ହରଭଙ୍ଗା ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଭୁବନେଶ୍ୱର ସେଠୀ, ବିସିକେଶନ ବେହେରା ଓ କାର୍ତ୍ତିକେଶ୍ୱର ନାୟକଙ୍କ ସମେତ ସମସ୍ତ ସିଆରସିସି ଏବଂ ବିଭିନ୍ନ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀଙ୍କ ସହିତ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ତଥା ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ ।