ମାଲକାନଗିରି,୬ /୧୦(ଆପ୍ର ) ;ଏକାଦଶ ମାଲକାନଗିରି ଜିଲ୍ଲା ସ୍ତରୀୟ କ୍ରୀହା ପ୍ରତିଯୋଗିତା ସ୍ଥାନୀୟ ଏମଭି ୭ ଗ୍ରାମ ଜଗନ୍ନାଥପଲ୍ଲୀ ହାଇସ୍କୁଲ ପରିସର ରେ ଅନୁଷ୍ଠିତ ହୋଇ ଯାଇ ଛି। ଏହି ପ୍ରତିଯୋଗୀରେ ଭାଗ ନେଇଛନ୍ତି ୪୫୦ ଜଣ କ୍ରୀଡା ବିତ।
ମାଲକାନଗିରି ବ୍ଲକ ଅନୁର୍ଗତ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ,ଏମଭି ୭ ଗ୍ରାମ ଠାରେ ଏକାଦଶ ଜିଲ୍ଲା ସୁରୀୟ ଦୌଡକୁଦ ଓ କ୍ରିଡା ପ୍ରତିଯୋଗିତାର ବିଦ୍ୟାଳୟ ର ପ୍ରଧାନ ପ୍ରଧାନ ଶିକ୍ଷକ ଏ . ଈଶ୍ବର ରାଓଙ୍କ ଅଧ୍ୟକ୍ଷତାରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥ୍ ଭାବରେ ଅତିରିକୁ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗଦେଇ ଉତ୍ସବଟିକୁ ଉଦଘାଟନ କରି ଶିକ୍ଷା ସହ କ୍ରିଡା ଓ ଆଧ୍ୟାତ୍ମିକ ଚେତନା ଦ୍ବାରା ମାନବ – ସୁସ୍ଥ ଶରୀର ସହ ଓ ମାନସିକତା ଲାଭ କରିଥାଏ ବୋଲି କହିଛନ୍ତି। ମୁଖ୍ୟଵକ୍ତା ଭାବରେ ମାଲକାନଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତି ଝୋଡିଆ ଯୋଗ ଦେଇ
କଠିନ ପରିଶ୍ରମ ଓ ଆତ୍ମବିଶ୍ବାସ ସବୁକ୍ଷେତ୍ରରେ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାରେ ସହାୟକ ହୋଇଥାଏ ବୋଲି କହିଥିଲେ। ସମ୍ମାନୀୟ ଅତିଥ୍ ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ମାଧବ ପାଙ୍ଗି ଯୋଗ ଦେଇ ମାଲକାନଗିରି କ୍ରିଡା ଜଗତ ତରେ କିଭଳି ଭାବରେ ଶୀର୍ଷ ସ୍ଥାନରେ ପହଞ୍ଚିବ ସେଥିପାଇଁ ସର୍ବଦା ଚେଷ୍ଟା କରିବ ବୋଲି କହିଥିଲେ ।
ଅନ୍ୟତମ ସମ୍ମାନୀୟ ଅତିଥ୍ ଭାବରେ ମାଲକାନଗିରି ବ୍ଲକଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ରନାଥ ଧର , ଶରତ ଚନ୍ଦ୍ର ରାଉତ ଜିଲ୍ଲା ବିଜ୍ଞାନ ନିରୀକ୍ଷକ, କାର୍ତିକ ଚନ୍ଦ୍ର ବେହେରା ଜିଲ୍ଲା ଶାରୀରିକ ରିକ ଶିକ୍ଷା ନିରୀକ୍ଷକ ,ବିକାଶ ବୈରାଗୀ ସଭାପତି ବିଦ୍ୟାଳୟ ପରିଚାଳନା କମିଟି, ଅବନିଶ ମଣ୍ଡଳ,ଏସ. ଏମ. ସି , ଚେୟାର ପର୍ସନ ଓ ଶ୍ରୀଶ୍ୟାମଳୀ ମଣ୍ଡଳ ସମିତି ସଭ୍ୟା ଯୋଗ ଦେଇଥିଲେ । ଏଥିରେ ଜିଲ୍ଲା ର ସାତଗୋଟି ବ୍ଲକ ରୁ ଚୟନ ହୋଇ ଆସିଥିବା ୧୪ ବର୍ଷରୁ କମ ଓ ୧୭ ବର୍ଷରୁ କମ ବାଳକ ଓ ବାଳିକା ବିଭାଗରେ କ୍ରିକେଟ, ହକି, ତିରନ୍ଦାଜ, ଭାରଉତ୍ତୋଳନ, କୁସ୍ତି ଓ ଦୌଡକୁଦରେ ମୋଟ ୪୫୦ କ୍ରିଡାବିତ ଓ କ୍ରିଡା ଶିକ୍ଷକ ଯୋଗ ଦେଥିଲେ।