PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ଡିଜେ ଆଜେକ୍ସ ଆତ୍ମହତ୍ୟା ରହସ୍ୟ, ୩ ଯୁବତୀ ଗଢ଼ିଥିଲେ ହ୍ୱାଟ୍ସଆପ୍‌ ଗ୍ରୁପ୍‌

ଭୁବନେଶ୍ୱର, ୨୫/୦୩ : ଡିଜେ ଆଜେକ୍ସ ଓରଫ୍‌ ଅକ୍ଷୟ କୁମାର ମହାରଣାଙ୍କ ଆତ୍ମହତ୍ୟାକୁ ସପ୍ତାହେ ପୁରିଛି । ହେଲେ ଆତ୍ମହତ୍ୟା ପଛର ରହସ୍ୟ ଭେଦିବାରେ ଖାରବେଳନଗର ଥାନା ପୁଲିସ ଅସଫଳ । ଏପରିସ୍ଥଳେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ପ୍ରେମିକା ଜିଜ୍ଞାସାଙ୍କ ସହ ତିନି ଯୁବତୀ ମିଶି ଏକ ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ ଖୋଲିଥିଲେ । ଆଜେକ୍ସଙ୍କ ଚରିତ୍ର ପରଖିବାକୁ ଏହି ଗ୍ରୁପ୍‌ ଖୋଲା ଯାଇଥିବା ଚର୍ଚ୍ଚା ହେଉଛି । କିନ୍ତୁ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ ନେଇ ପୁଲିସ୍‌ କିଛି ସ୍ପଷ୍ଟ ସୂଚନା ଦେଇନି । ଏ ଦିଗରେ ତଦନ୍ତ ଚାଲିଥିବା କହିଛି ।

୨ ଦିନ ତଳେ ଭାଇରାଲ ହୋଇଥିବା ଅଡିଓ କ୍ଲିପ୍‌ରେ ଆଜେକ୍ସ ତାଙ୍କ ପ୍ରେମିକା ଜିଜ୍ଞାସାଙ୍କ ବାଦ୍‌ ଅନ୍ୟ ୨ ବାନ୍ଧବୀଙ୍କ ନାଁ ଉଠାଇଥିଲେ । ୨ଜଣଙ୍କ ମଧ୍ୟରୁ ଜଣେ ନାବାଳିକା । ସେ ଏକ ନାମୀ ଇଂରାଜୀ ମିଡିୟମ ସ୍କୁଲର ଦ୍ୱାଦଶ ଶ୍ରେଣୀ ଛାତ୍ରୀ । ଅନ୍ୟଜଣକ ଜଣେ ସିରିଏଲ ଅଭିନେତ୍ରୀ । ତେବେ ସେମାନଙ୍କ ସହ କିଛି ନିବିଡ଼ ସମ୍ପର୍କ ନଥିବା କଥା ମଧ୍ୟ ଆଜେକ୍ସ ଅଡିଓ କ୍ଲିପ୍‌ରେ ସ୍ପଷ୍ଟ କରିଥିଲେ । କିନ୍ତୁ ଜିଜ୍ଞାସାଙ୍କୁ ପୁଲିସର ଜେରା ବେଳେ ଜଣାପଡି଼ଛି, ସେ ସୋସିଆଲ ମିଡିଆରେ ଏହି ୨ ଯୁବତୀଙ୍କ ସହ ଚାଟ୍‌ କରି ଉଭୟଙ୍କ ନମ୍ବର ଆଣିଥିଲେ । ସେମାନଙ୍କ ସହ କଥା ହୋଇ ମାସେ ତଳେ ଏକ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ ବନାଇଥିଲେ । ଏଥିରେ ଆଜେକ୍ସଙ୍କ ସମ୍ପର୍କରେ ସବୁବେଳେ ଆଲୋଚନା ହେଉଥିବା କୁହାଯାଉଛି । ପୁଲିସ କହିଛି, ଜିଜ୍ଞାସାଙ୍କୁ ପଚରାଉଚରା ସାରିଛି । ଯଦି କେହି ଅନ୍ୟ ଯୁବତୀ ଆତ୍ମହତ୍ୟା ଘଟଣାରେ ସମ୍ପୃକ୍ତ ବୋଲି ସନ୍ଦେହ ଉପୁଜିବ, ସେମାନଙ୍କୁ ଜେରା କରାଯିବ ବୋଲି ପୁଲିସ ସୂଚନା ଦେଇଛି । ଆଜେକ୍ସଙ୍କ ମା’ ଲକ୍ଷ୍ମୀପ୍ରିୟା କହିଛନ୍ତି, ମୋ ପୁଅ ଜିଜ୍ଞାସାକୁ ହିଁ ଭଲ ପାଉଥିଲା । ଘରକୁ ବୋହୂ କରି ଆଣିବାକୁ ଇଚ୍ଛୁକ ଥିଲା । ମରିବା ପୂର୍ବରୁ କେବଳ ଜିଜ୍ଞାସା ନାଁକୁ ହିଁ ଝୁରୁଥିଲା । ଅନ୍ୟ ୨ଜଣ ଯୁବତୀଙ୍କ ନାଁରେ ପୁଅର ପ୍ରେମ ସମ୍ପର୍କ ସମ୍ପୂର୍ଣ୍ଣ ମିଛ । ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ ବୋଲି କିଛି ହୋଇନି । ମାମଲାର ତଦନ୍ତକୁ ଦିଗହରା କରିବାକୁ ଏଭଳି ଭିତ୍ତିହୀନ ଅଭିଯୋଗ ଉଠିଛି । ପୁଲିସକୁ ମୁଁ ନେହୁରା ହେଉଛି । ସତ ସାମ୍ନାକୁ ଆଣୁ । ପୁଅକୁ ଆତ୍ମହତ୍ୟା ପାଇଁ ଉସ୍‌କେଇଥିବା ଝିଅକୁ ହିଁ ଦଣ୍ଡ ମିଳୁ । ନହେଲେ, ମୁଁ ଥାନା ସାମ୍ନାରେ ଆତ୍ମହତ୍ୟା କରିବି ।

ସୂଚନା ଥାଉ କି, ଗତ ଶନିବାର ସନ୍ଧ୍ୟାରେ ଖାରବେଳନଗରସ୍ଥିତ ଘରୁ ଆଜେକ୍ସ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଏନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ, ପୁଲିସ ଆଇପିସି ଦଫା ୩୦୬, ୩୪ ଲଗାଇ ତଦନ୍ତ କରିଥିଲା । ପ୍ରଥମେ ଜିଜ୍ଞାସା ଓ ତାଙ୍କ ପୁରୁଷ ବନ୍ଧୁ ରଶ୍ମିରଞ୍ଜନ ରଣସିଂଙ୍କ ସହ ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା । ଜିଜ୍ଞାସାଙ୍କ ଘରକୁ ଯାଇ ପୁଲିସ ୩ ଘଣ୍ଟା ଜେରା କରିଥିଲା । ପରେ ଅନ୍ୟ ୨ ଯୁବତୀଙ୍କ ସହ ଆଜେକ୍ସଙ୍କ ସମ୍ପର୍କ ନେଇ ସୁରାକ ମିଳିଛି ।

ସମ୍ବନ୍ଧିତ ଖବର