PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ରହସ୍ୟ: ପଦାକୁ ଆସିଲା ଶେଷ ଇ-ମେଲ୍‌,୨ ପ୍ରେମିକାଙ୍କୁ ଜେରା କରିବ ପୋଲିସ

DJ Azex

ଭୁବନେଶ୍ୱର,୨୩/୦୩: ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟାର ରହସ୍ୟ ବଢ଼ିବାରେ ଲାଗିଛି । ତଦନ୍ତ ସମୟରେ ଆଜେକ୍ସଙ୍କ ପ୍ରଥମ ପ୍ରେମ କାହାଣୀ ପଦାକୁ ଆସିଛି। ପ୍ରଥମ ପ୍ରେମ କାହାଣୀ ସମ୍ପର୍କରେ ତାଙ୍କ ମା’ ମୁହଁ ଖୋଲିବା ପରେ ଘଟଣାଟି ଅତ୍ୟନ୍ତ ଚର୍ଚ୍ଚାର ବିଷୟ ହୋଇଛି । ଆଜେକ୍ସ ତାଙ୍କ ପ୍ରଥମ ପ୍ରେମିକାଙ୍କ ସହ କଥା ହେବାରୁ ବର୍ତ୍ତମାନର ପ୍ରେମିକା ତାଙ୍କ ଠାରୁ ଦୂରେଇ ଯାଇଥିଲେ । ଏପରିକି ଆଜେକ୍ସଙ୍କୁ ଅପମାନିତ କରିବା ସହିତ ମାଡ଼ ମାରିଥିଲେ । ଦ୍ୱିତୀୟ ପ୍ରେମିକାଙ୍କ ଏଭଳି ଆଚରଣ ତାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିଲା ବୋଲି ପୁଲିସ୍‌ କହିଛି । ଏବେ ପୁଲିସ୍‌ ପ୍ରଥମ ପ୍ରେମିକା ରିୟା(ଛଦ୍ମନାମ)ଙ୍କୁ ତଦନ୍ତ ପରିସରଭୁକ୍ତ କରିଥିବା ଜଣାପଡ଼ିଛି ।

ପୂରା କାହାଣୀ ଏମିତି

ପୁଲିସ ସୂଚନା ମୁତବାକ, ଆଜେକ୍ସଙ୍କ ପ୍ରଥମେ ପ୍ରେମିକା ଥିଲେ ରିୟା । କୌଣସି କାରଣରୁ ରିୟା ତାଙ୍କଠାରୁ ଦୂରେଇ ଯାଇଥିଲେ । ଆଜେକ୍ସଙ୍କ ସହ ଜିଜ୍ଞାସାଙ୍କ ପ୍ରେମ ସମ୍ପର୍କ ଯେତେବେଳେ ନିବିଡ଼ ହୋଇଥିଲା ସେହି ସମୟରେ ରଶ୍ମି ନାମକ ଆଉ ଜଣେ ଯୁବକ ସେମାନଙ୍କ ମଧ୍ୟରେ ଏଣ୍ଟ୍ରିି ମାରିଥିଲେ । ହେଲେ ଏ ବିଷୟରେ କିଛି ଜାଣି ନ ଥିଲେ ଆଜେକ୍ସ । ପ୍ରେମିକା ଜିଜ୍ଞାସା ମୌକା ଖୋଜୁଥିଲେ ଆଜେକ୍ସଙ୍କଠାରୁ ଦୂରେଇ ଯିବା ପାଇଁ । ଆଜେକ୍ସକୁ ସମୟ ଦେଉ ନ ଥିଲେ । ଭଲରେ କଥା ମଧ୍ୟ ହେଉ ନ ଥିଲେ । ପାଠପଢ଼ାର ବାହାନା ଦେଖାଇ ଦୂରେଇ ରହୁଥିଲେ । କିନ୍ତୁ ରଶ୍ମି ସହ ମିଳାମିଶା କରୁଥିଲେ । ଏ ଖବର ପାଇଥିଲେ ଆଜେକ୍ସ । ହଠାତ ଦିନେ ଜିଜ୍ଞାସା ଓ ରଶ୍ମିଙ୍କର ଏକ ଫଟୋ ଓ କିଛି ଭିଡିଓ ଆଜେକ୍ସ ତାଙ୍କର ବନ୍ଧୁଙ୍କଠାରୁ ପାଇଥିଲେ । ତଥାପି ତାଙ୍କୁ ଅନ୍ଧ ଭଳି ପ୍ରେମ କରୁଥିଲେ । ଜିଜ୍ଞାସା ତାଙ୍କୁ ସମୟ ଦେଉ ନ ଥିବାରୁ ଆଜେକ୍ସ ତାଙ୍କର ପ୍ରଥମ ପ୍ରେମିକା ରିୟା ସହ ମଝିରେ ମଝିରେ କଥା ହେଉଥିଲେ । ଏ ବିଷୟରେ ଖବର ପାଇଥିଲେ ଜିଜ୍ଞାସା । ଏହି ଘଟଣାକୁ ନେଇ ଆଜେକ୍ସଠାରୁ ଦୂରେଇ ଯିବା ଲାଗି ସେ ରଶ୍ମିଙ୍କ ସହ ଖୋଲାଖୋଲି ମିଳାମିଶା କରିଥିଲେ । ଏସବୁର ଭିଡ଼ିଓ ଦେଖିବା ପରେ ଆଜେକ୍ସ ଆତ୍ମହତ୍ୟା କରିବା ପୂର୍ବ ଦିନ ରାତିରେ ଜିଜ୍ଞାସାଙ୍କ ପାଖକୁ ଯାଇଥିଲେ । ହେଲେ ସେ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ମାଡ଼ ମାରିଥିଲେ । ଏପରିକି ମରିଯିବାକୁ କହିଥିଲେ । ଏହି କଥା ପଦକ ଆଜେକ୍ସଙ୍କୁ ବହୁ କଷ୍ଟ ଦେଇଥିଲା ।

ଆଜେକ୍ସ ସେଦିନ ବିଳମ୍ବିତ ରାତିରେ ଘରକୁ ଫେରିଥିଲେ । ସକାଳେ ଡେରିରେ ଉଠିଥିଲେ । ଘରୁ କୁଆଡେ ଯାଇ ନ ଥିଲେ । ପରିବାର ଲୋକଙ୍କ ସହିତ ପୂରା ଦିନ ବିତାଇଥିଲେ । ଆତ୍ମହତ୍ୟା କରିବା ପୂର୍ବରୁ ସେମାନଙ୍କର ଅନେକ ଅନ୍ତରଙ୍ଗ ମୁହୂର୍ତ୍ତର ଅନେକ ଫଟୋ, ଭିଡିଓ, ଅଡିିଓ ଏବଂ ଅନେକ କିଛି କଥା ଜିଜ୍ଞାସାଙ୍କୁ ଇ-ମେଲ୍‌ କରିଥିଲେ । ମୃତ୍ୟୁର ୨୪ ଘଣ୍ଟା ପରେ ସେ ସବୁ ମେଲ୍‌ ଜିଜ୍ଞାସାଙ୍କ ପାଖକୁ ଯାଇଥିଲା । ଉକ୍ତ ମେଲ୍‌ ଏବେ ପୁଲିସ୍‌ ହାତରେ ଲାଗିଛି । ମେଲ୍‌ରେ “ରଶ୍ମି’ ପାଇଁ ଫାଟ ସୃଷ୍ଟି ହୋଇଥିବା କଥା ସେ ଉଲ୍ଲେଖ କରିିଛନ୍ତି ।

ମେଲରେ ସେ ଲେଖିଥିଲେ, ‘ତୁମେ ଏବେ ରଶ୍ମି ସହ ବୁଲୁଛ… । ଏକାଠି ଲସି ପିଉଛ… । ଯାହାକୁ ତମେ ଷ୍ଟାଟସ୍‌ ରଖିଛ… । ମୋ ସହ ଏମିତି କେବେ ଫଟୋ ଉଠାଇ ତୁମେ ଷ୍ଟାଟସ ରଖିନ । ଏଇଟା ମୋତେ କଷ୍ଟ ଦଉଚି । ମୁଁ ସହିବି କେମିତି? ତୁମ ପାଇଁ ଜିଉଁଥିଲି, ଏବେ ତୁମ ପାଇଁ ମରିଯାଉଛି । ଏବେ ମୁଁ ପୂରା ଏକୁଟିଆ ହୋଇଯାଇଛି । ଦୁନିଆ ଛାଡ଼ି ଯାଉଛି । ତୁମେ ଭୂତ ହୋଇଯାଅ କହୁଥିଲ, ମୁଁ ଏବେ ଭୂତ ହୋଇଗଲି…. । ସପ୍ତାହେ ହେଲା ମୁଁ ଶୋଇପାରୁ ନାହିଁ । ସ୍ଳିପିଂ ଟାବ୍‌ଲେଟ୍‌ ଖାଉଛି । ମୁଁ ଏବେ ଯାଉଛି । ତୁମେ ଖୁସିରେ ରୁହ । ତମେ ପ୍ରଚୁର ଟଙ୍କା ରୋଜଗାର କର… । ବଡ଼ ଲୋକ ହୁଅ… । ହେଲେ ତମେ ଆଉ ତମର ଖଡୁସ୍‌… କଞ୍ଜୁସ…ପାଣ୍ଡାକୁ ପାଇବ ନାହିଁ । ମୁଁ ହାରିଗଲି, ମରିଯାଉଛି… ।

ଏକ ଫଟୋରେ ଆଜେକ୍ସ କାନ୍ଦୁଥିବା ଦେଖାଯାଇଥିଲା । ଆଉ ଏକ ଫଟୋରେ ସେ ଲେଖିଛନ୍ତି, ଦେଖ ମୁଁ ତୁମ ମନ ପସନ୍ଦର ଡ୍ରେସ ପିନ୍ଧିଛି । ମୁଁ ଏବେ ଯାଉଛି, ତମେ ଖୁସିରେ ରୁହ । ଏ ସବୁ ଇ-ମେଲ୍‌ ବାର୍ତ୍ତାକୁ ନେଇ ପୁଲିସ୍‌ ଯାଞ୍ଚ କରୁଛି । ଆଜେକ୍ସଙ୍କ ୨ପ୍ରେମିକାଙ୍କୁ ପୁଣି ପୁଲିସ ଜେରା କରିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।