ନୂଆଦିଲ୍ଲୀ : ଦୈନିକ ଜୀବନରେ ଆମ ସହ ଏମିତି ଅଜବ ଗଜବ ଘଟଣା ସବୁ ଘଟିଥାଏ, ଯାହାର ଉତ୍ତର କୌଣସି ବ୍ୟକ୍ତିଙ୍କ ପାଖରେ ନଥାଏ। ଏମିତି ହିଁ ଏକ ପ୍ରଶ୍ନ ଯେ, କାହିଁକି ଅନେକ ସମୟରେ କୌଣସି ବ୍ୟକ୍ତି , ପୃଷ୍ଠକୁ ସ୍ପର୍ଶ କରିବା କ୍ଷଣି ଆପଣଙ୍କୁ ହାଲୁକା କରେଣ୍ଟ ଭଳି ଝଟକା ଅନୁଭବ ହୁଏ। ହୋଇପାରେ ଆପଣ ମଧ୍ୟ କେବେ ଆପଣଙ୍କର ବନ୍ଧୁଙ୍କ ସହ ହାତ ମିଳାଇ ଥିଲେ କିମ୍ୱା କୌଣସି ପୃଷ୍ଠକୁ ଛୁଇଁବା କ୍ଷଣି ଏମିତି ଅନୁଭବ କରିଥିଲେ। ହେଲେ ଆପଣ କଣ ଏହା ପଛର ରହସ୍ୟ ଜାଣନ୍ତି , ଯଦି ନୁହେଁତ ଆପଣଙ୍କୁ କହି ରଖୁଛୁ କି , ଏହାର ଜବାବ ବିଜ୍ଞାନରେ ଲୁଚି ରହିଛି,ଯାହା ଜାଣିବା ଖୁବ୍ ଆଶ୍ଚର୍ଯ୍ୟଜନକ।

ଥଣ୍ଡା ସମୟରେ ଡୋର୍ର ହ୍ୟାଣ୍ଡଲ୍ ଛୁଇଁବାରେ , ଉଲ୍ ସ୍ୱେଟର ଓହ୍ଲାଇବେ ବେଳେ କିମ୍ୱା କୌଣସି ବ୍ୟକ୍ତିଙ୍କୁ ଛୁଇଁବା କ୍ଷଣି ହଠାତ୍ କରେଣ୍ଟ ଭଳି ଝଟକା ଅନୁଭବ ହେବାର ସ୍ଥିତିକୁ ଷ୍ଟାଟିକ୍ ଇଲେକ୍ଟ୍ରିସିଟି କହନ୍ତି। ଯାହାର ସିଧା ସଂପର୍କ ଆମ ଶରୀରରେ ହେବାକୁ ଥିବା ଇଲେକ୍ଟ୍ରିକ୍ ଚାର୍ଜରୁ ହୋଇଥାଏ। ସହଜ ଭାଷାରେ ବୁଝିଲେ, ଆମ ଶରୀର ଓ ପୋଷାକ ସର୍ବଦା ବାୟୁ ସହ ସଂଘର୍ଷ କରି ଥାଏ। ଏହି ସଂଘର୍ଷରେ ଶରୀରରେ ବହୁତ ଛୋଟ ଛୋଟ ଇଲେକ୍ଟ୍ରନ୍ ଏକାଠି ହୋଇଯାଏ, ଅର୍ଥାତ୍ ଶରୀରରେ ଷ୍ଟାଟିକ୍ ଚାର୍ଜ (ସ୍ଥିର ବିଦ୍ୟୁତ୍) ସୃଷ୍ଟି ହୁଏ। ଏଥିରେ ଯେବେ ବ୍ୟକ୍ତି କୌଣସି ଏମିତି ବ୍ୟକ୍ତିଙ୍କୁ ସ୍ପର୍ଶ କରନ୍ତି, ଯେଉଁଥିରେ ପଜିଟିଭ୍ ଚାର୍ଜ ହୋଇଥାଏ ,ତ ଇଲେକ୍ଟ୍ରନ ଖୁବ୍ ଜୋରରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଗତି କରି ଥାଏ। ଏହି ଦ୍ରୁତ ଗତିଶୀଳ କାରଣରୁ ଆପଣଙ୍କୁ ଝଟକା ଅନୁଭବ ହୋଇଥାଏ ଏବଂ କେବେ କେବେ ଛୋଟିଆ ନିଆଁ ଝଲକ ଅର୍ଥାତ୍ ସ୍ପାର୍କ ମଧ୍ୟ ଦେଖିବାକୁ ମିଳେ। ଯାହାକୁ ଷ୍ଟାଟିକ୍ ଇଲେକ୍ଟ୍ରିକ୍ କହନ୍ତି।

ଆମ ଆଖପାଖରେ ଥିବା ପ୍ରତି ଜିନିଷ ଛୋଟ ଛୋଟ କଣିକାରେ ତିଆରି, ଯାହାକୁ ଆଟମ୍ ନାମରେ ଜାଣିଥାଉ। କହି ରଖୁଛୁ ଯେ ,ଆଟମ୍ରେ ତିନି ପ୍ରକାରର କଣିକା ଥାଏ,ଯାହା ଇଲେକ୍ଟ୍ରନ , ପ୍ରୋଟନ ଓ ନ୍ୟୁଟ୍ରନ ସହ ମିଶି ଗଠନ ହୋଇଥାନ୍ତି। ଏହି ତିନି ପ୍ରକାରର କଣିକାରେ ଇଲେକ୍ଟ୍ରନର ଚାର୍ଜ ନେଗେଟିଭ୍ (-) ହୋଇଥାଏ , ପ୍ରୋଟନରେ ପଜିଟିଭ୍(+) ଚାର୍ଜ ରହି ଥାଏ ଏବଂ ନ୍ୟୁଟ୍ରନ ପୂରା ନ୍ୟୁଟ୍ରାଲ ରହିଥାଏ। ଯେବେ ଆଟମ୍ରେ ଇଲେକ୍ଟ୍ରନ୍ ଓ ପ୍ରୋଟନର ସଂଖ୍ୟା ସମାନ ରହିଥାଏ, ତ ସେ ସାଧାରଣ ଭାବେ ଗଠନ ହୋଇଥାଏ। କିନ୍ତୁ ଯେବେ କୌଣସି କାରଣରୁ ଇଲେକ୍ଟ୍ରନ ଅଧିକ ଏକାଠି ହୋଇଥା୍ନ୍ତି , ତ ସେହି ଜିନିଷରେ ନେଗେଟିଭ୍ ଚାର୍ଜ ଗଠନ ହୋଇଥାଏ। ଏହି ନେଗେଟିଭ୍ ଚାର୍ଜ ଯେବେ କୌଣସି ଦ୍ୱିତୀୟ ଜିନିଷ କିମ୍ୱା ବ୍ୟକ୍ତିଙ୍କ ପଜିଟିଭ ଇଲେକ୍ଟ୍ରନ୍ସ ଆଡ଼କୁ ଆକର୍ଷିତ ହୋଇଥାଏ, ତ ଛୁଇଁବା ଦ୍ୱାରା ଝଟକା ଅନୁଭବ ହୋଇଥାଏ। ଏମିତି ଇଲେକ୍ଟ୍ରନର ଗତି ସ୍ପିଡ୍ କାରଣରୁ ହିଁ ହୋଇଥାଏ।

ହେଲେ ଏହି କରେଣ୍ଟ ପ୍ରାକୃତିକ ଭାବେ ଏକ ସାଧାରଣ ପ୍ରକ୍ରିୟା, ଯାହା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକର ନୁହେଁ। କିନ୍ତୁ ଯଦି ଆପଣ ନିଜକୁ ଏହିପରି କରେଣ୍ଟ ଠାରୁ ଦୂରେଇ ରଖିବାକୁ ଚାହାନ୍ତି ତ ଶରୀରରେ ଆଦ୍ରତା ବଜାୟ ରଖନ୍ତୁ , ସୂତା ପୋଷାକ ପିନ୍ଧନ୍ତୁ ଏବଂ ହାତକୁ ଶୁଖିଲା ରଖନ୍ତୁ ନାହିଁ। ମଇଶ୍ଚରାଇଜର ଲଗାଇ ରଖନ୍ତୁ। ଏହା ବ୍ୟତୀତ କାହାକୁ ଛୁଇଁବା ପୂର୍ବରୁ ପ୍ରଥମେ କାନ୍ଥ କିମ୍ୱା ଲୁହାର କୌଣସି ଜିନିଷକୁ ଛୁଇଁ ସବୁ ଚାର୍ଜ ପ୍ରଥମେ ବାହାର କରି ଦିଅନ୍ତୁ।