ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ମମତାଙ୍କ ସହ ଆଲୋଚନା କରିବାକୁ ରାଜି ହେଲେ ଡାକ୍ତର,କହିଲେ- ବୈଠକର ସ୍ଥାନ ଆମେ ଧାର୍ଯ୍ୟ କରିବୁ

କୋଲକାତା,୧୬।୬: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଡାକ୍ତରଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ସାମାଧାନ ହୋଇପାରେ ବୋଲି ଆଶା କରାଯାଉଚି। କାରର ଶନିବାର ରାତିରେ ଏନଆରଏସ୍ ମେଡିକାଲ କଲେଜର ଜୁନିୟର ଡାକ୍ତର ସାମ୍ବାଦିକ ସମ୍ମିଳନୀ କରି ମମତା ବାନାର୍ଜୀଙ୍କ ସହ ଆଲୋଚନା କରିବା ନେଇ ସଙ୍କେତ ଦେଇଛନ୍ତି। ଏହି ସମୟରେ ଡାକ୍ତରମାନେ ସ୍ପଷ୍ଟ ଭାବରେ କହିଛନ୍ତି ବୈଠକର ସ୍ଥାନ ଆମେ ନିର୍ଦ୍ଦାରର କରିବୁ।

{"id":21534,"width":890,"height":547}

ସାମ୍ବାଦିକ ସମ୍ମିଳନୀରେ ଡାକ୍ତରମାନେ କହିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆମକୁ ବନ୍ଦ କୋଠରୀରେ ଆଲୋଚନା କରିବା ନେଇ ଡାକିଥିଲେ। କିନ୍ତୁ ଆମେ ବନ୍ଦ କୋଠରୀ ବଦଳରେ ସର୍ବସମ୍ମୁଖରେ ଆଲୋଚନା କରିବାକୁ ଚାହୁଁ। ପୁର ପଶ୍ଚିମବଙ୍ଗ ଏହି ଲଢେଇରେ ଆମ ସହିତ ରହିଛି। ଏଭଳି ପରିସ୍ଥିତିରେ ଆମେ  ଏକ ବନ୍ଦ କୋଠରୀ ଭିତରେ ବସି ଆଲୋଚନା କରି ପାରିବୁ ନାହିଁ। ଆମେ ଏହି ମାମଲାର ଖୁବ୍ ଶୀଘ୍ର ସମାଧାନ କରିବାକୁ ଚାହୁଁଛୁ। କିନ୍ତୁ ସ୍ଥାନ ଆମେ ନିର୍ଦ୍ଧାରଣ କରିବୁ।

{"id":21535,"width":758,"height":424}

ମମତା ବାନାର୍ଜୀଙ୍କ ପାଇଁ ଏହା ଏକ ମୁଖ୍ୟ ଲଢେଇ ହୋଇଯାଇଥିବା ବେଳେ ଆମ ପାଇଁ ଏହା ଆମ ଅସ୍ଥିତ୍ବର ଲଢେଇ। ଆମେ ଚାହୁଁ ମୁଖ୍ୟମନ୍ତ୍ରୀ ଆକ୍ରମଣରେ ଆାହତ ଡାକ୍ତର ପରିବାହା ମୁଖୋପାଧ୍ୟାୟଙ୍କୁ ଆସି ଦେଖାରନ୍ତୁ। କାରଣ ଏହା ଏକ ସୁପରିକଳ୍ପିତ ଆକ୍ରମଣ ଥିଲା। ସାମ୍ବାଦିକ ସମ୍ମିଳନୀରେ ଡାକ୍ତରମାନେ କହିଥିଲେ ମୁଖ୍ୟମନ୍ତ୍ରୀ ଆମର ତୁଳନା ପୋଲିସ  ସହିତ କହୁଛନ୍ତି। କିନ୍ତୁ ଆମେ କହିବାକୁ ଚାହୁଁ ପୋଲିସ ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଟ୍ରେନିଂ ଓ ହତିଆର ଦିଆଯାଇଥାଏ। ଆମକୁ ନା ଆକ୍ରମଣରୁ ବଞ୍ଚିବା ପାଇଁ ଟ୍ରେନିଂ ଦିଆଯାଇଥାଏ କିମ୍ବା ହତିଆର ଦିଆଯାଇଥାଏ ବୋଲି କହିଛନ୍ତି ଡାକ୍ତରମାନେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.