PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଜଣେ ବ୍ୟକ୍ତିଙ୍କ ପେଟରୁ ବାହାରିଲା ୬୩ ଚାମଚ୍, ନିଶାମୁକ୍ତି କେନ୍ଦ୍ରରେ ଚାମଚ ଖାଇବାକୁ ବାଧ୍ୟ କରାଯାଉଥିବା ନେଇ ଅଭିଯୋଗ

ଉତ୍ତରପ୍ରଦେଶର ୩୦/୦୯: ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ପେଟରୁ ଡାକ୍ତରମାନେ ୬୩ ଚାମଚ ବାହାର କରିଛନ୍ତି । ପେଟରେ ଭୀଷଣ ଯନ୍ତ୍ରଣା ହେବାରୁ ୩୨ ବର୍ଷୀୟ ବିଜୟ କୁମାର ସ୍ଥାନୀୟ ଏକ ଘରୋଇ ହସ୍‌ପିଟାଲକୁ ଯାଇଥିଲେ । ସେଠାରେ ଦୀର୍ଘ ୨ ଘଣ୍ଟାର ଅପରେସନ୍‌ ମାଧ୍ୟମରେ ତାଙ୍କ ପେଟରୁ ଏତେ ସଂଖ୍ୟକ ଚାମଚ ବାହାର କରାଯାଇଛି । ଅପରେସନ୍‌ ପରେ ସେ ଏବେ ଆଇସିୟୁରେ ଅଛନ୍ତି ।

ଡାକ୍ତରଙ୍କ କହିବା ଅନୁସାରେ, ଏକ ନିଶାମୁକ୍ତି କେନ୍ଦ୍ରରେ ତାଙ୍କୁ ଚାମଚ ଖାଇବାକୁ ବାଧ୍ୟ କରାଯାଇଥିଲା । ବିଜୟ କୁମାରଙ୍କ ପୁତୁରା ଅଜୟ କହିଛନ୍ତି, ଦାଦାଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହେବାରୁ ଆମେ ତାଙ୍କୁ ଏକ ଘରୋଇ ହସ୍‌ପିଟାଲକୁ ଆଣିଲୁ । ଏଠାରେ ତାଙ୍କ ପେଟରେ ବହୁ ସଂଖ୍ୟକ ଚାମଚ ଚିହ୍ନଟ କରାଗଲା । ବର୍ଷେ ତଳେ ତାଙ୍କୁ ଆମେ ଏକ ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି କରିଥିଲୁ । ସେଠାରେ ଜୋର ଜବରଦସ୍ତି ଚାମଚ ଖାଇବାକୁ ଦିଆଯାଇଥିଲା ।

ବିଜୟଙ୍କ ଅପରେସନ୍‌ କରିଥିବା ଡା. ରାକେଶ ଖୁରାନା କହିଛନ୍ତି, ୧୫ ଦିନ ତଳେ ସେ ଏଠାକୁ ଆସିଥିଲେ । ଏକ୍ସ-ରେ ଜରିଆରେ ଆମେ ତାଙ୍କ ପେଟ ଓ ବଡ଼ ଇଣ୍ଟେଷ୍ଟାଇନ୍‌ରେ କିଛି ଧାତୁ ଭଳି ଜିନିଷ ପାଇଲୁ । ମୁଁ ତାଙ୍କୁ ପଚାରିବାରୁ ସେ ଚାମଚ ଖାଇବାକୁ ବାଧ୍ୟ କରାଯାଇଥିବା କଥା କହିଲେ । ଆମେ ଏ ପ୍ରକାର ଅପରେସନ୍‌ କେବେ କରିନଥିଲୁ । ତେବେ ଚାମଚ ଖାଇବା ପୂର୍ବରୁ ସମସ୍ତ ଚାମଚର ଅଗ୍ରଭାଗକୁ ହଟାଇ ଦିଆଯାଇଥିଲା । ତେବେ ଏ ମାମଲାରେ ଏପର୍ଯ୍ୟନ୍ତ ପୁଲିସରେ ଅଭିଯୋଗ ହୋଇନାହିଁ

ସମ୍ବନ୍ଧିତ ଖବର