କ’ଣ ଛୁଇଁବା ଦ୍ୱାରା ବ୍ୟାପିଥାଏ ଯକ୍ଷ୍ମା? ଜାଣନ୍ତୁ କିପରି ପାଇବେ ଏହି ରୋଗରୁ ରକ୍ଷା

Onlymyhealth
ନୂଆଦିଲ୍ଲୀ ୨୪/୦୩ : ବ୍ୟାକ୍ଟେରିଆ କାରଣରୁ ଯକ୍ଷ୍ମା ହୁଏ। ଯାହାର ସର୍ବାଧିକ ପ୍ରଭାବ ଫୁସଫୁସ ଉପରେ ପଡିଥାଏ। ଫୁସଫୁସ ବ୍ୟତୀତ ମସ୍ତିଷ୍କ, ଗର୍ଭାଶୟ, ପାଟି, ଯକୃତ, ଗଳାରେ ମଧ୍ୟ ଯକ୍ଷ୍ମା ହୋଇପାରେ। ଏହା ଏକ ଏପରି ରୋଗ ଯାହା କାହାକୁ ବି ହୋଇପାରେ, ତଥାପି, ସଠିକ୍ ଚିକିତ୍ସା ସହିତ ଏହା ସମ୍ପୂର୍ଣ୍ଣ ଠିକ୍ ହୋଇଯାଏ। ଏହି ରୋଗ ସମ୍ବନ୍ଧୀୟ ପ୍ରଶ୍ନ ଲୋକଙ୍କ ମନରେ ପ୍ରାୟତଃ ଆସେ। ମାର୍ଚ୍ଚ ୨୪ ରେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ କରାଯାଏ। ତେବେ ଚାଲନ୍ତୁ ଜାଣିବା ଏହି ଦିନ ଯକ୍ଷ୍ମା ରୋଗ ସମ୍ବନ୍ଧୀୟ କିଛି କଥା…

କ’ଣ ହୋଇଥାଏ ଯକ୍ଷ୍ମା?
ଯକ୍ଷ୍ମା ଜୀବାଣୁ ଦ୍ୱାରା ସୃଷ୍ଟି ହେଉଥିବା ଏକ ରୋଗ, ଯାହା ବାୟୁ ଦ୍ୱାରା ଜଣଙ୍କ ଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ। ଏହା ସାଧାରଣତଃ ଫୁସଫୁସରେ ଆରମ୍ଭ ହୁଏ। ସବୁଠାରୁ ସାଧାରଣ ହେଉଛି ଫୁସଫୁସର ଯକ୍ଷ୍ମା। କାଶିବା-ଛିଙ୍କିବା ସମୟରେ ପାଟି ଏବଂ ନାକରୁ ବାହାରୁଥିବା ଛୋଟ ବୁନ୍ଦା ଦ୍ୱାରା ଏହି ସଂକ୍ରମଣ ବ୍ୟାପିଥାଏ।
କ’ଣ ଛୁଇଁବା ଦ୍ୱାରା ବ୍ୟାପିଥାଏ ଯକ୍ଷ୍ମା?
ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଯକ୍ଷ୍ମା ସ୍ପର୍ଶ ଦ୍ୱାରା ବ୍ୟାପିଥାଏ। ସଂକ୍ରମିତ ବ୍ୟକ୍ତିଙ୍କ ପୋଷାକ କିମ୍ବା ବାସନକୁ ଛୁଇଁବା ଦ୍ୱାରା ଯକ୍ଷ୍ମା ବିସ୍ତାର ହୁଏ ନାହିଁ। ଜଣେ ସଂକ୍ରମିତ ଗର୍ଭବତୀ ମହିଳା ଠାରୁ ଶିଶୁକୁ ଯକ୍ଷ୍ମା ହୋଇପାରେ। ଏଥିସହ, ଏଡସ୍ ରୋଗୀମାନେ ଯକ୍ଷ୍ମା ପ୍ରତି ଅତ୍ୟଧିକ ଅସୁରକ୍ଷିତ, କାରଣ ଜୀବାଣୁ ସହ ମୁକାବିଲା କରିବା ପାଇଁ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅତ୍ୟନ୍ତ ଦୁର୍ବଳ ଥାଏ। ଯଦି ଆମେ ଜଣେ ଯକ୍ଷ୍ମା ରୋଗୀଙ୍କ ପାଖରେ ବସି କଥାବାର୍ତ୍ତା କରୁ ଏବଂ ସେ କାଶୁ ନଥିଲେ ବି ସଂକ୍ରମଣ ହେବାର ଆଶଙ୍କା ରହିପାରେ।
ଏହି ରୋଗରୁ କିପରି ରକ୍ଷା ପାଇବେ ?
– ଇମ୍ୟୁନିଟି ଠିକ୍ ରଖନ୍ତୁ।
– ପ୍ରୋଟିନ୍ ଡାଏଟ୍ ନିଅନ୍ତୁ।
– ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯିବା ଠାରୁ ଦୂରେଇ ରୁହନ୍ତୁ ।
– କମ୍ ଆଲୋକ ଏବଂ ମଇଳା ସ୍ଥାନକୁ ଯିବା ଠାରୁ ଦୂରେଇ ରୁହନ୍ତୁ।
– ଯକ୍ଷ୍ମା ରୋଗୀଙ୍କଠାରୁ କିଛି ଦୂରତା ରଖନ୍ତୁ।
– ରୋଗୀ ମାସ୍କ ପିନ୍ଧି ରୁହନ୍ତୁ।
– କାଶ କିମ୍ବା ଛିଙ୍କିବା ପୂର୍ବରୁ ମିହଁକୁ ଘୋଡାନ୍ତୁ।