ଋଷ ସେନାର ରୋଗୀଣା କୁକୁରକୁ ଦେଖାରଖା କଲେ ୟୁକ୍ରେନ ସୈନ୍ୟ; ଏବେ ଋଷ ବିରୁଦ୍ଧରେ କାମ କରୁଛି ମ୍ୟାକ୍ସ

Image Courtesy : Live HIndustan
କିଭ୍,୨୨/୦୫: କୁହାଯାଏ କୁକୁରମାନେ ବିଶ୍ବସ୍ଥ। ଯେଉଁମାନେ କୁକୁର ପ୍ରେମୀ, ସେମାନେ ଏହାକୁ ବିଶେଷ ଭାବରେ ହୃଦୟଙ୍ଗମ କରିଥିବେ। କିନ୍ତୁ ଲୋକମାନେ ଜାଣନ୍ତି ନାହିଁ ଯେ, ଯଦି କୁକୁରକୁ ଅସହାୟ ଛାଡିଦିଆଯାଏ, ତେବେ ଯେଉଁ କୁକୁର ତୁମର ସର୍ବୋତ୍ତମ ବନ୍ଧୁ ଥିଲା, ସେ ବି ଶତୃଠାରୁ ଆହୁରି ଭୟଙ୍କର ହୋଇପାରେ। ଯୁଦ୍ଧ ପରିପ୍ରେକ୍ଷୀରେ ୟୁକ୍ରେନରେ ମଧ୍ୟ ସମାନ ଘଟଣା ଘଟିଛି, ଯେଉଁଠାରେ ଋଷର ସେନା କୁକୁର ବର୍ତ୍ତମାନ ୟୁକ୍ରେନ ସେନା ହାତକୁ ଆସିଛି ଏବଂ ବର୍ତ୍ତମାନ ଋଷ ବିରୁଦ୍ଧରେ ୟୁକ୍ରେନ ସେନାକୁ ସାହାଯ୍ୟ କରୁଛି। ୟୁକ୍ରେନ ସେନା ସେହି ଋଷିଆ କୁକୁରକୁ ନିଜେ ଋଷ ବିରୁଦ୍ଧରେ ବ୍ୟବହାର କରୁଛି।
ସୂଚନା ଥାଉକି, ତିନି ବର୍ଷ ବୟସ୍କ ବେଲଜିୟମ ମଲିନୋଇସ୍ ପ୍ରଜାତିର କୁକୁର ମ୍ୟାକ୍ସକୁ ଋଷର ସୌନିକମାନେ ଏକ ଗାଁରୁ ଫେରିବା ସମୟରେ ସେଠାରେ ଛାଡିଆସିଥିଲେ। ଏକୁଟିଆ ରହୁଥିବାବେଳେ ମ୍ୟାକ୍ସ ବହୁତ ଅସୁସ୍ଥ ହୋଇପଡିଥିଲା କିନ୍ତୁ ମରି ନଥିଲା। ମ୍ୟାକ୍ସ ଅନେକ ଦିନ ଧରି ସେହି ଗାଁରେ ରହିଥିଲା। ଏହି ସମୟରେ, ଯେତେବେଳେ ୟୁକ୍ରେନ ସୈନିକମାନେ ସେହି ଗାଁକୁ ଆସିଥିଲେ, ସେମାନେ ମ୍ୟାକ୍ସଙ୍କୁ ଦେଖିଲେ ଏବଂ ସଙ୍ଗେ ସଙ୍ଗେ ଏହା ଋଷ ସେନାବାହିନୀର କୁକୁର ବୋଲି ଜାଣିବାକୁ ପାଇଲେ।
ୟୁକ୍ରେନ ସୈନିକମାନେ ମ୍ୟାକ୍ସର ଯତ୍ନ ନେଇଥିଲେ। ତାଙ୍କୁ ଭଲ ଖାଦ୍ୟ ଏବଂ ଔଷଧ ମଧ୍ୟ ଦେଇ ତାର ଉଚିତ୍ ସେବା କରିଥିଲେ। ମ୍ୟାକ୍ସ ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ୍ ରହିଥିବା ବେଳେ ଏବେ ୟୁକ୍ରେନ ସୈନିକମାନଙ୍କ ନିର୍ଦ୍ଦେଶରେ ସେ କାମ କରୁଥିବା କୁହାଯାଉଛି। ଋଷ ଦ୍ୱାରା ଲଗାଯାଇଥିବା ଲ୍ୟାଣ୍ଡମାଇନ୍ ଖୋଜିବା ପାଇଁ ୟୁକ୍ରେନ ସୈନିକମାନେ ମ୍ୟାକ୍ସକୁ ବ୍ୟବହାର କରୁଛନ୍ତି। ଋଷର ସେନାଙ୍କ ଦ୍ବାରା ମ୍ୟାକ୍ସକୁ ମୌଳିକ ତାଲିମ ଦିଆଯାଇଥିବା ବେଳେ ୟୁକ୍ରେନ ସୈନିକମାନେ ତାଙ୍କୁ ଉନ୍ନତ ପ୍ରଶିକ୍ଷଣ ଦେଉଛନ୍ତି। ମ୍ୟାକ୍ସ କେବଳ ଋଷୀୟ ସୈନିକଙ୍କ ନିର୍ଦ୍ଦେଶରେ ପ୍ରତିକ୍ରିୟା କରୁଥିଲା କିନ୍ତୁ ବର୍ତ୍ତମାନ ସେ ନିଜ ମତକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ୟୁକ୍ରେନ ସୈନିକମାନଙ୍କ କଥା ଶୁଣୁଛି। ମ୍ୟାକ୍ସ ବେକରେ ଋଷ ସେନାର କଲର ଅଛି, କିନ୍ତୁ ସେ ବର୍ତ୍ତମାନ ୟୁକ୍ରେନ ସୈନ୍ୟବାହିନୀରେ କାମ କରୁଛି।