ପ୍ରମୂଖ ଖବର
  • କଟକ ରେଳ ଷ୍ଟେସନରେ ଅଘଟଣ : ଭୁଶୁଡିଲା ନିର୍ମାଣାଧୀନ ସେଡ୍
  • ||
  • ଶ୍ରୀମନ୍ଦିରରେ ପୁଣି ପଶିଲା ହିଡେନ୍ କ୍ୟାମେରା, ଭିଡିଓ କରିବା ବେଳେ ଧରା ପଡ଼ିଲେ ଯୁବକ
  • ||
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ଆଜି ଆକାଉଣ୍ଟକୁ ଆସିବ ସିଏମ୍‌ କିଷାନ ଟଙ୍କା, ଉପକୃତ ହେବେ ୫୧ ଲକ୍ଷରୁ ଅଧିକ ଚାଷୀ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ଭାରତ ଉପରେ ପଡ଼ିଲା ଟ୍ରମ୍ପଙ୍କ ଟାରିଫ୍ ବୋମା; ଆଜିଠୁ ୫୦% ଅତିରିକ୍ତ ଶୁଳ୍କ ଲାଗୁ

Published By : Manash Sahoo | August 27, 2025 2:06 PM

ନୂଆଦିଲ୍ଲୀ, ୨୭/୦୮: ଭାରତ ଉପରେ ପଡ଼ିଲା ଟ୍ରମ୍ପ ଟାରିଫ୍ ବୋମା । ଭାରତୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ ହୋଇଛି । ପୂର୍ବରୁ ଅର୍ଥାତ୍ ଅଗଷ୍ଟ ୭ରେ ବ୍ୟାପାର ଘାଟା ଦର୍ଶାଇ ୨୫% ଟାରିଫ୍‌ ଲାଗୁ କରିଥିଲେ। ଏହାକୁ ମିଶାଇ ବୁଧବାରଠୁ ଭାରତ ଉପରେ ମୋଟ୍ ୫୦ ପ୍ରତିଶତ ଟାରିଫ ଲଗାଇଛି ଆମେରିକା । ଏହାଦ୍ବାରା ୬୦.୨ ଅରବ ଡଲାର କ୍ଷତି ସହିବ ଭାରତ । ଟ୍ରମ୍ପଙ୍କ ଟାରିଫ୍ ଯୋଗୁଁ  ଭାରତୀୟ ସାମଗ୍ରୀ ଆମେରିକୀୟ ବଜାରରେ ମହଙ୍ଗା ହୋଇଯିବ । ଯାହା ଘରୋଇ ନିୟନ୍ତ୍ରକ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବା ମୁସ୍କିଲ ହୋଇଯିବ । ବିଶେଷଜ୍ଞଙ୍କୁ କହିବା କଥା, ପୂର୍ବରୁ କମ୍ ଟାରିଫ୍ ଯୋଗୁଁ ଆମେରିକା ବଜାରରେ ଭାରତୀୟ ସାମଗ୍ରୀର ଚାହିଦା ବଢ଼ୁଥିଲା । ହେଲେ ଅତିରିକ୍ତ ଶୁଳ୍କ ଲାଗିବା ଯୋଗୁଁ ମାର୍କେଟ୍ ପ୍ରତିଦ୍ବନ୍ଦ୍ବିତା କରିବା ବଡ଼ ଚ୍ୟାଲେଞ୍ଜ ହେବ ।  ମାତ୍ର କେନ୍ଦ୍ର ସରକାରଙ୍କୁ ଏହାର ମୁକାବିଲା କରିବା ପାଇଁ ପ୍ରୟାସ କରିବାକୁ ପଡ଼ିବ। ନହେଲେ ଜିଡିପି ଉପରେ ଏହାର ବଡ଼ ପ୍ରଭାବ ପଡ଼ିବ ।

ଟ୍ରମ୍ପଙ୍କ ୫୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଦ୍ୱାରା ଗହଣା, ରତ୍ନପଥର, ବୟନ ଶିଳ୍ପ, କାର୍ପେଟ୍‌, ଫର୍ଣ୍ଣିଚର୍‌ ଅଟୋମୋବାଇଲ, ସାମୁଦ୍ରିକ ଖାଦ୍ୟ ଆଦି ଶିଳ୍ପଗୁଡ଼ିକର ଲାଭ ସଂକୁଚିତ ହେବ । ଗ୍ଲୋବାଲ୍‌ ଟ୍ରେଡ୍‌ ରିସର୍ଚ୍ଚ ଇନିସିଏଟିଭ୍‌(ଜିଟିଆର୍‌ଆଇ)ର ଅନୁମାନ ମୁତାବକ, ଆମେରିକାର ଟାରିଫ୍‌ ଦ୍ୱାରା ଭାରତରୁ ସେଠାକୁ ଯାଉଥିବା ୬୦.୨ ବିଲିୟନ ଡଲାର ରପ୍ତାନି ଉପରେ ସିଧାସଳଖ ପ୍ରଭାବ ପଡ଼ିବ । ଆମେରିକା ବଜାରରେ ଭାରତର ଅଂଶ ହ୍ରାସ ପାଇବ । ବିକଳ୍ପ ବଜାରଗୁଡ଼ିକ ଯେପରି ଚୀନ୍‌, ଭିଏତ୍‌ନାମ ଏବଂ ମେକ୍ସିକୋ ଆଦି ରାଷ୍ଟ୍ରଗୁଡ଼ିକ ବଜାର ଅଂଶ ମାଡ଼ିବସିବେ । ଭାରତର ଶ୍ରମ-ଭିତ୍ତିକ ଶିଳ୍ପଗୁଡ଼ିକରେ ରପ୍ତାନି ପରିମାଣରେ ୭୦% ହ୍ରାସ ସମ୍ଭାବନା ରହିଛି । 

ଅନୁମାନ କରାଯାଇଛି, ଆମେରିକୀୟ ଟାରିଫ୍‌ ଯୋଗୁ ସେଠାକୁ ଭାରତର ରପ୍ତାନି ୨୦୨୫-୨୬ରେ ୪୯.୬ ବିଲିୟନ ଡଲାରକୁ ଖସିଯିବ । ଯାହାକି ୨୦୨୪-୨୫ରେ ୮୬.୫ ବିଲିୟନ ଡଲାର ରହିଥିଲା । ସେହିପରି ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ଅଭିବୃଦ୍ଧି ୦.୨%ରୁ ୦.୬% ପର୍ଯ୍ୟନ୍ତ କମିପାରେ । ଏହା ବ୍ୟତୀତ ସରକାରଙ୍କୁ ନିଜ ବ୍ୟାପାର ନୀତିରେ ପରିବର୍ତ୍ତନ କରିବାକୁ ପଡ଼ିବ । ଆମେରିକା ଉପରେ ନିର୍ଭରତା କମାଇବା ପାଇଁ ୟୁରୋପ, ରୁଷ ତଥା ଅନ୍ୟ ଦେଶଗୁଡ଼ିକରେ ବ୍ୟାପାର ବଢ଼ାଇବାକୁ ହେବ । ରୟଟର୍ସର ଏକ ରିପୋର୍ଟ ଅନୁସାରେ, ଟ୍ରମ୍ପଙ୍କ ଟାରିଫ୍‌ ଲାଗୁ ହେବା ପରେ ଭାରତର ବାଣିଜ୍ୟ ମନ୍ତ୍ରାଳୟ ପ୍ରାୟ ୫୦ ଦେଶଙ୍କ ପାଇଁ ନୂଆ ରପ୍ତାନି ରଣନୀତି ପ୍ରସ୍ତୁତ କରିଛି । ଏହା ଅଧୀନରେ ଭାରତ ଏବେ ଚୀନ୍‌, ମଧ୍ୟପ୍ରାଚ୍ୟ ଏବଂ ଆଫ୍ରିକା ଭଳି ବଜାର ଉପରେ ଫୋକସ୍‌ କରିବ । ଆଇସ୍‌ଲ୍ୟାଣ୍ଡ, ଲିଙ୍କ୍‌ଟେଷ୍ଟିନ୍‌, ନର୍‌ୱେ ଏବଂ ସୁଇଜରଲାଣ୍ଡ୍‌ ସହ ଭାରତ ବାଣିଜ୍ୟ ଚୁକ୍ତି କରିସାରିଛି । ଏହା ଅକ୍ଟୋବର ୧ରୁ ଲାଗୁ ହେବ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.