ନୂଆଦିଲ୍ଲୀ,୨୮।୯: ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍  ଭାରତ ବିରୋଧରେ ବିଷ ଓଗାଳିଛନ୍ତି।   ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଭାବରେ ବିବେଚିତ ଲୁଟନିକ୍ ଭାରତ ଏବଂ ବ୍ରାଜିଲକୁ ଧମକ ଦେଇଛନ୍ତି। ସେ କହିଛନ୍ତି, ଏହି ଦେଶଙ୍କୁ ସୁଧୁରିବା ଦରକାର।  ଆବଶ୍ୟକ। ଲୁଟନିକ ଗତ କିଛି ଦିନ ହେବ ଭାରତ ବିରୋଧୀ ମନ୍ତବ୍ୟ ଜାରି ରଖିଛନ୍ତି।   ପୂର୍ବରୁ ରୁଷଠାରୁ ତୈଳ କ୍ରୟ ଏବଂ ବାଣିଜ୍ୟ ପ୍ରସଙ୍ଗରେ ଭାରତକୁ କଡ଼ା ସମାଲୋଚନା କରିଥିଲେ।

ଏକ ସାକ୍ଷାତକାରରେ ଲୁଟନିକଙ୍କୁ ଭାରତ, ସ୍ୱିଜରଲ୍ୟାଣ୍ଡ ଏବଂ ବ୍ରାଜିଲ ସହିତ ଆମେରିକାର ଚାଲିଥିବା ବାଣିଜ୍ୟ ଆଲୋଚନା ବିଷୟରେ ପଚରାଯାଇଥିଲା। ଲୁଟନିକ୍ କ୍ଷୋଭର ସହିତ ଉତ୍ତର ଦେଇଥିଲେ, ‘ଆମକୁ କିଛି ଦେଶକୁ ସୁଧାରିବାକୁ କରିବାକୁ ପଡିବ। ଭାରତ ଏବଂ ବ୍ରାଜିଲ ଏପରି ଦେଶ ଯେଉଁଠାରେ ସଂସ୍କାର ଆଣିବା ଆବଶ୍ୟକ। ଏହି ଦେଶଙ୍କୁ ଆମେରିକାକୁ ସତର୍କତାର ସହିତ ଜବାବ ଦେବାକୁ ପଡିବ। ସେମାନଙ୍କୁ ଆମ ପାଇଁ ସେମାନଙ୍କର ବଜାର ଖୋଲିବାକୁ ପଡିବ ଏବଂ ଆମେରିକାକୁ କ୍ଷତି ପହଞ୍ଚାଉଥିବା କାର୍ଯ୍ୟ ବନ୍ଦ କରିବାକୁ ପଡିବ।’ ଟ୍ରମ୍ପ ପ୍ରଶାସନ ଗତ ମାସରେ ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲା, ଯାହା ଭାରତ ଏବଂ ଆମେରିକା ସମ୍ପର୍କରେ ତିକ୍ତତା ଆଣିଥିଲା। ଶୁଳ୍କକୁ ସମର୍ଥନ କରି ଲୁଟନିକ୍ କହିଛନ୍ତି ଯେ ଭାରତକୁ ବୁଝିବାକୁ ପଡିବ, ଯଦି ସେ ଆମେରିକୀୟ ଉପଭୋକ୍ତାଙ୍କୁ ବିକ୍ରୟ କରିବାକୁ ଚାହେଁ, ତେବେ ତାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସମନ୍ୱୟ ରଖିବାକୁ ପଡିବ।

ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ ଗତ କିଛି ଦିନ ମଧ୍ୟରେ ଅଧିକରୁ ଅଧିକ ଭାରତ ବିରୋଧି ମନ୍ତବ୍ୟ ଦେଇ ଆସୁଛନ୍ତି। ଲୁଟନିକ୍ ରୁଷରୁ ତେଲ କିଣିବା ପାଇଁ ଭାରତକୁ ବିଶେଷ ଭାବରେ ସମାଲୋଚନା କରିଛନ୍ତି। ସେ କହିଚନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ହୋଇପାରେ, ଏବଂ ଭାରତ ଏଥିପାଇଁ ଆମେରିକାକୁ କ୍ଷମା ମାଗିପାରେ। ଲୁଟନିକ୍ ମଧ୍ୟ ସମ୍ପ୍ରତି H1B ଭିସା ପ୍ରସଙ୍ଗରେ ଟ୍ରମ୍ପଙ୍କୁ ସମର୍ଥନ କରିଥିଲେ ଏବଂ ଭାରତକୁ କଟାକ୍ଷ କରିଥିଲେ।