ନୂଆଦିଲ୍ଲୀ,୧୪/୦୭; ଶାନ୍ତି ବୁଝାମଣାକୁ ସଙ୍କଟକୁ ଠେଲି ଆମେରିକା ଓ ଇରାନ ଆକ୍ରମଣ ଓ ପ୍ରତି ଆକ୍ରମଣରେ ମାତିଛନ୍ତି । ଉଭୟ ଦେଶର ଘନଘନ ମିସାଇଲ ଓ ଡ୍ରୋନ ମାଡ଼ରେ ଥରହର ମଧ୍ୟପ୍ରାଚ୍ୟ । ମହାଯୁଦ୍ଧ ଭୟ ଜଳଜଳ ଦିଶିଲାଣି । ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଚ୍ରମ୍ପ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ମୋଜତବା ଖାମେନେଇ ତ ୯୦ ପ୍ରତିଶତ ନଷ୍ଟ ହୋଇ ସାରିଛନ୍ତି । ଇରାନ ପୂର୍ବରୁ ଏହାର ନୌସେନା, ବାୟୁସେନା ଏବଂ ବାୟୁ ପ୍ରତିରକ୍ଷ ପ୍ରଣାଳୀ ଏବଂ ଏହା ଶୀର୍ଷ ସାମରିକ କମାଣ୍ଡରମାନଙ୍କୁ ହରାଇ ସାରିଛି । ଆମେରିକା ସହିତ ଯୁଦ୍ଧ ସମୟରେ ଇରାନର ସାମରିକ କ୍ଷମତା ଖରାପ ଭାବରେ ପ୍ରଭାବିତ ହୋଇଛି । ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନିଙ୍କ ଅନ୍ତିମ ସଂସ୍କାର ଅନୁଷ୍ଠିତ ହୋଇଥିଲା । ସେହି ସମୟରେ ମୋଜତବା ଖାମେନେଇ ଉପସ୍ଥିତ ନଥିଲେ । ତାଙ୍କ ଅନୁପସ୍ଥିତିକୁ ନେଇ ବିଭିନ୍ନ ଅନୁମାନ କରାଯାଉଥିଲା ।

ମୋଜତବା କେଉଁଠି ? ଡୋନାଲ୍ଡ ଟ୍ରମ୍ପ ଇରାନର କ୍ଷମତା ବିଷୟରେ ଆଲୋଚନା କରି କହିଛନ୍ତି, ''ଇରାନର ନୌସେନା କିମ୍ବା ବାୟୁସେନା ନାହିଁ । ସବୁକିଛି ଚାଲିଯାଇଛି । ଶୀର୍ଷ ନେତାମାନେ ଚାଲିଯାଇଛନ୍ତି । ଖାମେନେଇ ପୂର୍ବରୁ ଚାଲି ଯାଇଛନ୍ତି । ଏବେ ତାଙ୍କ ପୁଣି ୯୦ ପ୍ରତିଶତ ଚାଲିଯାଇଛନ୍ତି ଆଉ ମାତ୍ର ୧୦ ପ୍ରତିଶତ ଅଛନ୍ତି ।'' ମୋଜତବା ବବୁତ ଦିନ ଧରି ସାର୍ବଜନୀନ ଜୀବନକୁ ଦୂରରେ ଅଛନ୍ତି । ତାଙ୍କୁ କୌଣସି ଅବସରରେ ଦେଖିବାକୁ ମିଳୁନାହିଁ । କେବଳ ସେତିକି ନୁହେଁ, ମୋଜତବା ତାଙ୍କ ବାପା ଆୟତୋଲ୍ଲା ଅଲ୍ଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ସାମିଲ ହୋଇନଥିଲେ । ମୋଜତବା ଆମେରିକାର ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ । ସେ ଏବେ ଆଘାତରୁ ସୁସ୍ଥ ହୋଉଥିବା ସଦ୍ୟତମ ସୂଚନା ମିଳିଛି ।

ପୁଣି ଇରାନ-ଆମେରିକା ମୁହାଁମୁହିଁ- ଶାନ୍ତି ବୁଝାମଣା ସତ୍ତ୍ୱେ ଇରାନ-ଆମେରିକା ପୁଣିଥରେ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ମିସାଇଲ ଏବଂ ଡ୍ରୋନ୍ ଆକ୍ରମଣ ହୋଇଛି । ଏହି ଉତ୍ତେଜନା ହୋର୍ମୁଜ ପ୍ରଣାଳୀକୁ ମଧ୍ୟ ପ୍ରଭାବିତ କରିଛି । ଇରାନ ବାଣିଜ୍ୟିକ ଜାହଜ ଉପରେ ଆକ୍ରମଣ କରି ଜାହଜ କମ୍ପାନୀଗୁଡିକୁ ଭୟଭୀତ କରି ଏହି ମାର୍ଗରେ ନିଜର ପ୍ରାଧ୍ୟନ୍ୟ ବଜାୟ ରଖିବାକୁ ଚେଷ୍ଟା କରିଛି । ଆମେରିକା-ଇରାନ ମଧ୍ୟରେ ୬୦ ଦିନିଆ ମଧ୍ୟବର୍ତ୍ତୀକାଳୀନ ଚୁକ୍ତିନାମା ପ୍ରାୟ ଅଧା ସମାପ୍ତ ହୋଇଛି । ଏହି ଚୁକ୍ତି ବିବାଦର ସ୍ଥାୟୀ ସମାଧାନ ପାଇଁ ଆଲୋଚନା ଆରମ୍ଭ କରିବା ବଦଳରେ ହୋର୍ମୁଜ ପ୍ରଣାଳୀ ଭବିଷ୍ୟତକୁ ନେଇ ଦୁଇ ଦେଶ ମଧ୍ୟରେ ବାରମ୍ବାର ସଂଘର୍ଷ ହୋଇଛି । ବିଶ୍ୱ ନେତାମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ଯେ, ଇରାନ ଏବଂ ଆମେରିକା ସଂଘର୍ଷ ପୁଣି ଥରେ ଆରମ୍ଭ ହୋଇପାରେ ।

ଏହା ବି ପଢନ୍ତୁ...Iran vs US War: ଇରାନ ହମ୍ଲାରେ ଭାରତୀୟ ନାବିକଙ୍କ ମୃତ୍ୟୁ, ୮ ଆହତ; ହୋର୍ମୁଜରେ ୟୁଏଇ ଜାହାଜକୁ ଦାଗିଲା କ୍ରୁଜ୍ ମିସାଇଲ୍ 

ଦୁଇ ଦେଶ ମଧ୍ୟରେ ପୁଣି ଉତ୍ତେଜନା ତୈଳ ଓ ଗ୍ୟାସ ବଜାରରେ ସୃଷ୍ଟି ହେଲାଣି କମ୍ପନ । ବିବାଦକୁ ଆହୁରି ଇନ୍ଧନ ଦେଇ ଆମେରିକା ପୁନର୍ବାର ହୋର୍ମୁଜ ପ୍ରଣାଳୀରେ ‘ଅବରୋଧ’ ଲାଗୁ କରିଦେଇଛି । ଏହି ଜଳ ମାର୍ଗ ଦେଇ ଏଣିକି ଇରାନର କୌଣସି ଜାହାଜ ଯାଇପାରିବ ନାହିଁ । ଇରାନୀ ତୈଳ ନେଇ ଯାଉଥିବା କୌଣସି ଜାହାଜକୁ ବି ଛଡ଼ାଯିବ ନାହିଁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଘୋଷଣା କରିଛନ୍ତି । ଟ୍ରମ୍ପ୍ କହିଛନ୍ତି, ଆମେରିକା ହୋର୍ମୁଜର ରକ୍ଷକ ସାଜିବ । ଏହି ଜଳମାର୍ଗରେ ସୁରକ୍ଷିତ ଯାତାୟାତ ପାଇଁ ସବୁ ଜାହାଜରୁ ୨୦% ଶୁଳ୍କ ଅସୁଲ କରିବ । ଏଠାରେ ଇରାନର କୌଣସି ହସ୍ତକ୍ଷେପ ରହିବ ନାହିଁ । ଆମେରିକୀୟ ନୌସେନା ଜାହାଜଗୁଡ଼ିକୁ ସୁରକ୍ଷା ଗ୍ୟାରେଣ୍ଟି ଦେବ । ତେବେ ସୁରକ୍ଷିତ ଜାହାଜ ଚଳାଚଳ ଲାଗି ଦେୟ ଗଣିବାକୁ ହେବ । ଖୁବଶୀଘ୍ର ଏ ନେଇ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କହିଛନ୍ତି ଟ୍ରମ୍ପ